Advertisment

କେରଳ ହାତୀ ହତ୍ୟା ଘଟଣା: ରାହୁଲଙ୍କ ଉପରେ ବର୍ଷିଲେ ମେନକା

ନୂଆଦିଲ୍ଲୀ: କେରଳରେ ଗର୍ଭିଣୀ ହାତୀକୁ ବାଣ ଭର୍ତ୍ତି ସପୁରୀ ଖୁଆଇ ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ସାରା ଦେଶକୁ ମର୍ମାହତ କରିଛି। ଏନେଇ ନିଜ ପ୍ରତିକ୍ରିୟା ରଖି ଖୁବ୍ ବର୍ଷିଛନ୍ତି ବିଜେପି ନେତ୍ରୀ ତଥା ପଶୁ ଅଧିକାର କାର‌୍ୟ୍ୟକର୍ତ୍ତା ମେନକା ଗାନ୍ଧୀ। ସେ ସ୍ଥାନୀୟ ଜଙ୍ଗଲ ସଚିବଙ୍କୁ ହଟାଇବା ଏବଂ ବନ୍ୟଜନ୍ତୁ ସୁରକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ସିଧା ସଳଖ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ବି ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, […]

ଅଦ୍ୟତନ ହୋଇଛି
କେରଳ ହାତୀ ହତ୍ୟା ଘଟଣା: ରାହୁଲଙ୍କ ଉପରେ ବର୍ଷିଲେ ମେନକା

maneka gandhi

Advertisment

ନୂଆଦିଲ୍ଲୀ: କେରଳରେ ଗର୍ଭିଣୀ ହାତୀକୁ ବାଣ ଭର୍ତ୍ତି ସପୁରୀ ଖୁଆଇ ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ସାରା ଦେଶକୁ ମର୍ମାହତ କରିଛି। ଏନେଇ ନିଜ ପ୍ରତିକ୍ରିୟା ରଖି ଖୁବ୍ ବର୍ଷିଛନ୍ତି ବିଜେପି ନେତ୍ରୀ ତଥା ପଶୁ ଅଧିକାର କାର‌୍ୟ୍ୟକର୍ତ୍ତା ମେନକା ଗାନ୍ଧୀ। ସେ ସ୍ଥାନୀୟ ଜଙ୍ଗଲ ସଚିବଙ୍କୁ ହଟାଇବା ଏବଂ ବନ୍ୟଜନ୍ତୁ ସୁରକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ସିଧା ସଳଖ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ବି ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ରାହୁଲ ଉକ୍ତ ଅଞ୍ଚଳରୁ ହୋଇଥିବାରୁ ସେ କାହିଁକି ଗର୍ଭିଣୀ ହାତୀର ହତ୍ୟା ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି।

Advertisment

ମେନକା କହିଛନ୍ତି, ଏଭଳି ଜଘନ୍ୟ ଘଟଣା ଘଟିବା ପରେ ଜଙ୍ଗଲ ସଚିବଙ୍କୁ ବହିଷ୍କୃତ କରିଦେବା ଉଚିତ୍। ଆଉ ଯଦି ବନ୍ୟଜନ୍ତୁ ସୁରକ୍ଷା ମନ୍ତ୍ରୀଙ୍କୁ ସାମାନ୍ୟ ବୋଧ ହେଉଛି, ସେ ନିଜ ତରଫରୁ ଇସ୍ତଫା ଦେବା ଉଚିତ୍।

ମେନକା ପୁଣି କହିଛନ୍ତି, ଉକ୍ତ ଘଟଣାଟି ମଲ୍ଲାପୁରମ ଜିଲ୍ଲାରେ ଘଟିଛି, ଯାହା ରାହୁଲ ଗାନ୍ଧିଙ୍କ ନିର୍ବାଚନମଣ୍ଡଳୀର ଅନ୍ତର୍ଗତ। ରାହୁଲ ନିଜ ପାଇଁ ଏହି ଅଞ୍ଚଳଟିକୁ ବାଛିଛନ୍ତି। ଏଣୁ କେବଳ ଭାଷଣ ଦେଇ ସାରା ଦେଶର ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରିବା ପରିବର୍ତ୍ତେ ନିଜ ଅଞ୍ଚଳର ସମସ୍ୟାଗୁଡ଼ିକର ସମାଧାନ କରିବେ।

Advertisment

ମେନକା କହିଛନ୍ତି, ଗତ ୬ ବର୍ଷ ହେଲା ସୁପ୍ରିମକୋର୍ଟଙ୍କ ନିକଟରେ ଆମର ଏକ ମାମଲା ରହିଛି। ସମସ୍ତ ପଶୁ କଲ୍ୟାଣ ଗୋଷ୍ଠୀ ପକ୍ଷରୁ ଏହିଭଳି ଭାବରେ ସଂଖ୍ୟାଧିତ ହାତୀଙ୍କୁ ହତ୍ୟା କରାଯାଇଥିବା ନେଇ ୫-୬ ହଜାର ପୃଷ୍ଠାରେ ତଥ୍ୟ ରଖିଛନ୍ତି। କୌଣସି ହାତୀ ବ୍ୟକ୍ତିଗତ ହେପାଜତରେ ରହିପାରିବ ନାହିଁ ବୋଲି ଆମେ ବାରମ୍ବାର ଅନୁରୋଧ କରୁଛୁ ବୋଲି ସେ କହିଛନ୍ତି।

ପ୍ରକାଶ ଥାଉ କି, କେରଳର ମଲ୍ଲାପୁରମରେ ଏକ ଭୋକିଲା ଗର୍ଭିଣୀ ହାତୀକୁ କେତେଜଣ ଲୋକ ବାଣ ଭର୍ତ୍ତି ସପୁରୀ ଖାଇବାକୁ ଦେଇଥିଲେ। ଫଳରେ ଦୀର୍ଘ ସାତ ଦିନ କାଳ ପାଣି ଭିତରେ ଛିଡ଼ା ହୋଇ ନିଜ ମୃତ୍ୟୁକୁ ଅପେକ୍ଷା କରିଥିଲା। ସାଇଲେଣ୍ଟ ଭ୍ୟାଲି ଜଙ୍ଗଲଠାରେ ମେ ୨୭ରେ ହାତୀର ମୃତ୍ୟୁ ଘଟିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe