Advertisment

ମଣିପୁର: ୩ ଉଗ୍ରବାଦୀକୁ ଗିରଫ କଲା ପୋଲିସ୍

ଇମ୍ପଫାଲ୍: ଜୁନ୍ ୪ରେ ମଣିପୁରର ଚନ୍ଦେଲ ଜିଲ୍ଲାରେ ସେନାର ୧୮ ଜଣ ଯବାନଙ୍କୁ ଆମ୍ବୁସ୍ ଲଗାଇ ହତ୍ୟା କରିଥିବା ଆତଙ୍କବାଦୀମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରାଯାଇଛି। ମଣିପୁର ପୋଲିସ୍ ହାତରେ ଧରା ପଡ଼ିଥିବା ଏହି ଦୁଇ ଜଣ ହେଉଛନ୍ତି ଏନଏସସିଏନ୍ (କେ)ର ସଦସ୍ୟ। ଏମାନଙ୍କ ସହିତ ଆଉ ଜଣେ ଆତଙ୍କୀକୁ ମଧ୍ୟ ଗିରଫ କରାଯାଇଛି। ଏନଏସସିଏନ୍ (କେ)ର ଗିରଫ ଦୁଇ ସଦସ୍ୟ ହେଲେ ଅମାମଚତ ଅଞ୍ଚଳରେ ନିଜକୁ ସଂଗଠନର ଅଧ୍ୟକ୍ଷ ବୋଲି ଦାବି କରୁଥିବା ଖୁମଲୋ […]

author-image
Rakesh Mallick
ମଣିପୁର: ୩ ଉଗ୍ରବାଦୀକୁ ଗିରଫ କଲା ପୋଲିସ୍

nscn

ଇମ୍ପଫାଲ୍: ଜୁନ୍ ୪ରେ ମଣିପୁରର ଚନ୍ଦେଲ ଜିଲ୍ଲାରେ ସେନାର ୧୮ ଜଣ ଯବାନଙ୍କୁ ଆମ୍ବୁସ୍ ଲଗାଇ ହତ୍ୟା କରିଥିବା ଆତଙ୍କବାଦୀମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରାଯାଇଛି। ମଣିପୁର ପୋଲିସ୍ ହାତରେ ଧରା ପଡ଼ିଥିବା ଏହି ଦୁଇ ଜଣ ହେଉଛନ୍ତି ଏନଏସସିଏନ୍ (କେ)ର ସଦସ୍ୟ। ଏମାନଙ୍କ ସହିତ ଆଉ ଜଣେ ଆତଙ୍କୀକୁ ମଧ୍ୟ ଗିରଫ କରାଯାଇଛି।

Advertisment

ଏନଏସସିଏନ୍ (କେ)ର ଗିରଫ ଦୁଇ ସଦସ୍ୟ ହେଲେ ଅମାମଚତ ଅଞ୍ଚଳରେ ନିଜକୁ ସଂଗଠନର ଅଧ୍ୟକ୍ଷ ବୋଲି ଦାବି କରୁଥିବା ଖୁମଲୋ ଅବି ଅନଲ ଓ ପାମ୍ମେଇ କାକିଲୋଙ୍ଗୋ। ଖୁମଲୋ ଅବି ଅନଲକୁ ପଶ୍ଚିମ ଇମ୍ଫାଲ ଜିଲ୍ଲାର ଲମ୍ପେଲ୍ ଥାନା ଅନ୍ତର୍ଗତ ଏକ ସୁପର ମାର୍କେଟରୁ ଗିରଫ କରାଯାଇଥିବା ବେଳେ ପାମ୍ମେଇକୁ ଇମ୍ଫାଲ ପଶ୍ଚିମ ଜିଲ୍ଲାର ସାଗଲବନ୍ଦ ସଲାମ ଲିକାଇ ଅଞ୍ଚଳରୁ ଖାନତଲାସୀ ବେଳେ ଗିରଫ କରାଯାଇଥିଲା।

ଏହାପୂର୍ବରୁ ଜୁନ୍ ୧୦ ତାରିଖରେ ଆସାମ ରାଇଫଲର ଯବାନ ଓ ମଣିପୁର ପୋଲିସର କମାଣ୍ଡୋ ମାନେ ଅନ୍ୟ ଜଣେ ଆତଙ୍କୀକୁ ଗିରଫ କରିଥିଲେ। ତା’ ନାଁ ମହମ୍ମଦ ଜାହିଦ ଅଲ୍ଲୀ। ସେ ହେଉଛି ଆତଙ୍କବାଦୀ ସଂଗଠନ କାଙ୍ଗଲେଇପାକ୍ କମ୍ୟୁନିଷ୍ଟ ପାର୍ଟି (କେସିପି-ଏଏମସି)ର ସଦସ୍ୟ।

Advertisment