Advertisment

ମଣିପୁରରେ ଯବାନଙ୍କୁ ଆମ୍ବୁସ୍ ଲଗାଇ ହତ୍ୟା ମାମଲା: ମୁଖ୍ୟ ଉଗ୍ରବାଦୀକୁ ଗିରଫ କଲା ଏନଆଇଏ

ଇମ୍ଫାଲ୍: ମଣିପୁର ଚନ୍ଦେଲ ଜିଲ୍ଲାରେ ସେନାର ୧୮ ଜଣ ଯବାନଙ୍କୁ ଆମ୍ବୁସ୍ ଲଗାଇ ହତ୍ୟା କରିଥିବା ମୁଖ୍ୟ ଉଗ୍ରପନ୍ଥୀଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)। ନାଗା ଇସରଜେଣ୍ଟ ଗ୍ରୁଫ ଏନଏସସିଏନ(କେ)ର ଖୁମଲୋ ଅବି ଅନଲ (୪୦) ଙ୍କୁ ଗିରଫ କରିଛି ଏନଆଇଏ। ଏହି ଯୁବକ ଜଣଙ୍କ ଆତ୍ମଘୋଷିତ ଆଞ୍ଚଳିତ ମୁଖ୍ୟ ଥିଲା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସୋମବାର ଅଭିଯୁକ୍ତକୁ ୯ ଦିନିଆ ରିମାଣ୍ଡରେ ନେଇଛି ଏନଆଇଏ। ଆଜି  ପଚାରା ଉଚାର କରିବା ବେଳେ ସେ ଏନେଇ […]

ଅଦ୍ୟତନ ହୋଇଛି
ମଣିପୁରରେ ଯବାନଙ୍କୁ ଆମ୍ବୁସ୍ ଲଗାଇ ହତ୍ୟା ମାମଲା: ମୁଖ୍ୟ ଉଗ୍ରବାଦୀକୁ ଗିରଫ କଲା ଏନଆଇଏ

manipur

Advertisment

ଇମ୍ଫାଲ୍: ମଣିପୁର ଚନ୍ଦେଲ ଜିଲ୍ଲାରେ ସେନାର ୧୮ ଜଣ ଯବାନଙ୍କୁ ଆମ୍ବୁସ୍ ଲଗାଇ ହତ୍ୟା କରିଥିବା ମୁଖ୍ୟ ଉଗ୍ରପନ୍ଥୀଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)। ନାଗା ଇସରଜେଣ୍ଟ ଗ୍ରୁଫ ଏନଏସସିଏନ(କେ)ର ଖୁମଲୋ ଅବି ଅନଲ (୪୦) ଙ୍କୁ ଗିରଫ କରିଛି ଏନଆଇଏ। ଏହି ଯୁବକ ଜଣଙ୍କ ଆତ୍ମଘୋଷିତ ଆଞ୍ଚଳିତ ମୁଖ୍ୟ ଥିଲା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସୋମବାର ଅଭିଯୁକ୍ତକୁ ୯ ଦିନିଆ ରିମାଣ୍ଡରେ ନେଇଛି ଏନଆଇଏ। ଆଜି  ପଚାରା ଉଚାର କରିବା ବେଳେ ସେ ଏନେଇ ସତସତ ମାନିଥିବା ଜଣାପଡିଛି। ମୁଖ୍ୟ ଅଭିଯୁକ୍ତକୁ ମିଶାଇ ମୋଟ ୫ ଜଣ ଏହି ମାମଲାରେ ଗିରଫ ହୋଇଛନ୍ତି।

Advertisment

ସୂଚନାଯୋଗ୍ୟ, ଗତ ଜୁନ୍ ୪ରେ ମଣିପୁରର ଚନ୍ଦେଲ ଜିଲ୍ଲାରେ ସେନାର ୧୮ ଜଣ ଯବାନଙ୍କୁ ଆମ୍ବୁସ୍ ଲଗାଇ ହତ୍ୟା କରାଯାଇଥିଲା। ସନ୍ଦେହ ଜନକ ଭାବେ ଏନଏସସିଏନ୍(କେ)ର ଗିରଫ ଦୁଇ ସଦସ୍ୟ ହେଲେ ଅମାମଚତ ଅଞ୍ଚଳରେ ନିଜକୁ ସଂଗଠନର ଅଧ୍ୟକ୍ଷ ବୋଲି ଦାବି କରୁଥିବା ଖୁମଲୋ ଅବି ଅନଲ ଓ ପାମ୍ମେଇ କାକିଲୋଙ୍ଗୋ ଅଟକ ରଖାଯାଇଥିଲା। ଖୁମଲୋ ଅବି ଅନଲକୁ ପଶ୍ଚିମ ଇମ୍ଫାଲ ଜିଲ୍ଲାର ଲମ୍ପେଲ୍ ଥାନା ଅନ୍ତର୍ଗତ ଏକ ସୁପର ମାର୍କେଟରୁ ଗିରଫ କରାଯାଇଥିବା ବେଳେ ପାମ୍ମେଇକୁ ଇମ୍ଫାଲ ପଶ୍ଚିମ ଜିଲ୍ଲାର ସାଗଲବନ୍ଦ ସଲାମ ଲିକାଇ ଅଞ୍ଚଳରୁ ଖାନତଲାସୀ ବେଳେ ଗିରଫ କରାଯାଇଥିଲା।

ଏହାପୂର୍ବରୁ ଜୁନ୍ ୧୦ ତାରିଖରେ ଆସାମ ରାଇଫଲର ଯବାନ ଓ ମଣିପୁର ପୋଲିସର କମାଣ୍ଡୋ ମାନେ ଅନ୍ୟ ଜଣେ ଆତଙ୍କୀକୁ ଗିରଫ କରିଥିଲେ। ତା’ ନାଁ ମହମ୍ମଦ ଜାହିଦ ଅଲ୍ଲୀ। ସେ ହେଉଛି ଆତଙ୍କବାଦୀ ସଂଗଠନ କାଙ୍ଗଲେଇପାକ୍ କମ୍ୟୁନିଷ୍ଟ ପାର୍ଟି (କେସିପି-ଏଏମସି)ର ସଦସ୍ୟ।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe