Advertisment

ପ୍ରନ୍ନୟ ରୟଙ୍କୁ ଗାଳି ଦେଇ ଏନଡିଟିଭିରେ ଖବର ବଦଳାଇ ଦେଇଥିଲେ ମନମୋହନ ସିଂହ !

ନୂଆଦିଲ୍ଲୀ: ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ। କିନ୍ତୁ ୟୁପିଏ ସରକାର ଅମଳରେ ପ୍ରଧାନମନ୍ତ୍ରୀ ଥିବା ମନମୋହନ ସିଂହଙ୍କ ସମ୍ପର୍କରେ ଏକ ଅଜଣା ତଥ୍ୟ ସାମ୍ନାକୁ ଆସିଛି। ଜାତୀୟ ଗଣମାଧ୍ୟମ ଏନ୍‌ଡିଟିଭି ମାଲିକ ତଥା ବରିଷ୍ଠ ସାମ୍ବାଦିକ ପ୍ରନ୍ନୟ ରୟଙ୍କୁ ଥରେ ଶ୍ରୀ ସିଂହ ଫୋନକରି ଗାଳି ଦେବା ସହ ଏକ ନିର୍ଦ୍ଦିଷ୍ଟ ଖବର ପ୍ରସାରଣ ନ କରିବାକୁ ଦାଗିଦ୍‌ କରିଥିଲେ। ୨୦୦୫ରେ ଏହି ଘଟଣା ଘଟିଥିଲେ ହେଁ ଦୀର୍ଘ ୧୩ ବର୍ଷ ପରେ ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ […]

author-image
Hemant Lenka
ପ୍ରନ୍ନୟ ରୟଙ୍କୁ ଗାଳି ଦେଇ ଏନଡିଟିଭିରେ ଖବର ବଦଳାଇ ଦେଇଥିଲେ ମନମୋହନ ସିଂହ !

as

ନୂଆଦିଲ୍ଲୀ: ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ। କିନ୍ତୁ ୟୁପିଏ ସରକାର ଅମଳରେ ପ୍ରଧାନମନ୍ତ୍ରୀ ଥିବା ମନମୋହନ ସିଂହଙ୍କ ସମ୍ପର୍କରେ ଏକ ଅଜଣା ତଥ୍ୟ ସାମ୍ନାକୁ ଆସିଛି। ଜାତୀୟ ଗଣମାଧ୍ୟମ ଏନ୍‌ଡିଟିଭି ମାଲିକ ତଥା ବରିଷ୍ଠ ସାମ୍ବାଦିକ ପ୍ରନ୍ନୟ ରୟଙ୍କୁ ଥରେ ଶ୍ରୀ ସିଂହ ଫୋନକରି ଗାଳି ଦେବା ସହ ଏକ ନିର୍ଦ୍ଦିଷ୍ଟ ଖବର ପ୍ରସାରଣ ନ କରିବାକୁ ଦାଗିଦ୍‌ କରିଥିଲେ। ୨୦୦୫ରେ ଏହି ଘଟଣା ଘଟିଥିଲେ ହେଁ ଦୀର୍ଘ ୧୩ ବର୍ଷ ପରେ ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ଏନ୍‌ଡିଟିଭି ଇଣ୍ଡିଆର କର୍ମଚାରୀ ସମରେନ୍ଦ୍ର ସିଂହ ଫେସବୁକ୍‌ରେ ଏହି ଖୁଲାସା କରିଛନ୍ତି।

Advertisment

ସେ କହିଛନ୍ତି, ୨୦୦୫ ମସିହାରେ ଦୁଇ ଜଣ ସାମ୍ବାଦିକ ପୁଣ୍ୟ ପ୍ରସୂନ୍ନ ବାଜପାୟୀ ଓ ରବୀଶ କୁମାର ପିଏମ୍‌ଓକୁ ସିଧାସଳଖ ଟାର୍ଗେଟ କରି ଗଣମାଧ୍ୟମ ଉପରେ ଅଘୋଷିତ ଅଙ୍କୁଶ ଲଗାଇବା ପାଇଁ ପିଏମଓ ଚେଷ୍ଟା ଚଳାଇଥିବା ଅଭିଯୋଗ କରିଥିଲେ। ସେହି ୧୩ ବର୍ଷ ତଳର ଘଟଣା ଆଜି ମୁଁ କହିବି।

ଶ୍ରୀ ସିଂହ କହିଛନ୍ତି, “ ଏନ୍‌ଡିଟିଭି ପକ୍ଷରୁ ୟୁପିଏ ମନ୍ତ୍ରିମଣ୍ଡଳରେ ଥିବା ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡ ଉପରେ ଖବର ପ୍ରସାରଣ ହୋଇଥିଲା। ଏଥିରେ କେଉଁ କେଉଁ ମନ୍ତ୍ରୀ ଦକ୍ଷତା ପ୍ରଦର୍ଶନ କରିଛନ୍ତି ଓ ଏବଂ କେଉଁ ମନ୍ତ୍ରୀମାନଙ୍କ ପ୍ରଦର୍ଶନ ଖରାପ, ସେ ସମ୍ପର୍କିତ ଏକ ରିପୋର୍ଟ ଲୋକଙ୍କ ଆଗରେ ଉପସ୍ଥାପନ କରାଯାଇଥିଲା।

Advertisment

କିନ୍ତୁ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଠାରୁ ଗୋଟିଏ କଲ୍‌ ପାଇବା ପରେ ଏନ୍‌ଡିଟିଭି ମାଲିକ ପ୍ରଣୟ ରୟ ଏଥିରେ କିଛି ପରିବର୍ତ୍ତନ କରିଥିଲେ। ୟୁପିଏ ମନ୍ତ୍ରୀମାନେ କି କି ଭଲ କାମ କରିଛନ୍ତି, ସେକଥା କେବଳ ପ୍ରସାରଣ କରିବାକୁ ଏବଂ କୌଣସି ମନ୍ତ୍ରୀଙ୍କ ନ୍ୟୁନ ଦୃଷ୍ଟିରେ ନ ଦେଖାଇବାକୁ ମନମୋହନ ପ୍ରନ୍ନୟଙ୍କୁ ତାଗିଦ କରିଥିଲେ।

ସମରେନ୍ଦ୍ର ଲେଖିଛନ୍ତି, ପ୍ରାଇମ୍‌ ଟାଇମ୍‌ ୯ଟା ବେଳେ ଏହି କାର୍ଯ୍ୟକ୍ରମଟି ପୁନଃ ପ୍ରସାରଣ ହେବାର ଥିଲା। ମୁଁ ସେତେବେଳେ ଚାର୍ଜରେ ରହିଥିଲି। ତେବେ କାର୍ଯ୍ୟକ୍ରମର ସମ୍ପାଦକ ହଠାତ୍‌ ମୋତେ ମନ୍ତ୍ରୀମାନଙ୍କ ସମ୍ପର୍କରେ କୌଣସି ନେଗେଟିଭ ବା ଖରାପ ରିପୋର୍ଟ ପ୍ରସାରଣ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହା କେମିତି ସମ୍ଭବ ବୋଲି ମୁଁ ପ୍ରଶ୍ନ କରିବାରୁ, ସେ ଏ ସମ୍ପର୍କରେ ପ୍ରନ୍ନୟଙ୍କ ସହ କଥା ହେବେ ବୋଲି କହିଥିଲେ। ପ୍ରନ୍ନୟ ମଧ୍ୟ ମନ୍ତ୍ରୀଙ୍କ ଖରାପ ରିପୋର୍ଟ ପ୍ରକାଶ ନ କରିବାକୁ କହିଥିଲେ । ଫଳରେ କେବଳ ମନ୍ତ୍ରୀମାନଙ୍କ ଭଲ କାମ ସମ୍ପର୍କରେ ଖବର ପ୍ରକାଶ ପାଇଥିଲା।”

ଏକଥାକୁ ମନମୋହନ ସିଂହଙ୍କ ମିଡିଆ ପରାମର୍ଶଦାତା ସଞ୍ଜୟ ବରାଉ ମଧ୍ୟ ତାଙ୍କ ବହି 'ଆକ୍ସିଡେଣ୍ଟାଲ୍‌ ପ୍ରାଇମିନିଷ୍ଟର୍‌'ରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଫୋନରେ ମନମୋହନ କୁଆଡ଼େ ହେଡମାଷ୍ଟର ଯେମିତି ପିଲାଙ୍କୁ ଗାଳି ଦିଅନ୍ତି ଠିକ ସେହି ଶୈଳୀରେ ପ୍ରନ୍ନୟଙ୍କୁ କହିଥିଲେ, ମିଛ ରିପୋର୍ଟ ଦେଖାଅନି କି କାହାକୁ ନ୍ୟୁନ କରି କିଛି ପ୍ରସାରଣ କରନାହିଁ। କେବଳ ଭଲ କାମ ଉପରେ ଫୋକସ କର।

ଏହା ଶୁଣି ପ୍ରନ୍ନୟ ହଠାତ କିଛି ଉତ୍ତର ଦେଇପାରିନଥିଲେ। ପରେ ସେ ବାରୁଙ୍କୁ କହିଥିଲେ " ଏଭଳି ଗାଳି ମୋତେ କେବଳ ସ୍କୁଲରେ ମାଷ୍ଟ୍ରମାନଙ୍କ ଠାରୁ ମିଳିଥିଲା।” ସଞ୍ଜୟ ବାରୁ ଅବଶ୍ୟ ଏ କଥା ମଧ୍ୟ କହିଛନ୍ତି ଯେ ମନମୋହନ ଓ ପ୍ରନ୍ନୟଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ- ସାମ୍ବାଦିକ ସମ୍ପର୍କ ନଥିଲା ବରଂ ସେ ପ୍ରନ୍ନୟଙ୍କୁ ଜଣେ ଛାତ୍ର ଓ ପୂର୍ବତନ କନିଷ୍ଠ ସହଯୋଗୀ ଭାବେ ଦେଖୁଥିଲେ।

କିନ୍ତୁ ଏହି ଘଟଣାରୁ ଗୋଟିଏ କଥା ସ୍ପଷ୍ଟ ଯେ ସବୁକାଳରେ କ୍ଷମତାରେ ଥିବା ବ୍ୟକ୍ତି ଗଣମାଧ୍ୟମ ତାଙ୍କୁ ସୁହାଇଲା ଭଳି ଖବର ପ୍ରସାରଣ ବା ମୁଦ୍ରଣ କରୁ ବୋଲି ଚାହିଁଥାନ୍ତି। ଏଥିରେ ବିଚ୍ୟୁତି ହେଲେ ସେମାନେ ଉଗ୍ର ରୂପ ଦେଖାନ୍ତି।