Advertisment

‘ତ୍ରିରଙ୍ଗାର ଅପମାନକୁ ସାରା ଦେଶ ଦେଖିଲା’

ନୂଆଦିଲ୍ଲୀ: ଆଜି ‘ମନ କି ବାତ’ରେ ଜାନୁଆରୀ ୨୬ରେ ହୋଇଥିବା ହିଂସା ଘଟଣାକୁ ନେଇ ମନର କଥା କହିଲେ ପ୍ରଧନାମନ୍ତ୍ରୀ ମୋଦି। ତ୍ରିରଙ୍ଗାକୁ ଅପମାନ କରାଯାଇଥିବା ସମଗ୍ର ଦେଶ ଦେଖିଲା। ତ୍ରିରଙ୍ଗାର ଅପମାନ ଦେଖି ସମଗ୍ର ଦେଶ ଦୁଃଖି ହୋଇଛି। ଦେଶର ଜନତାଙ୍କ ମନରେ ଏନେଇ ଆଘାତ ସୃଷ୍ଟି ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କରୋନା ବିପକ୍ଷରେ ଭାରତର ଲଢ଼େଇ ଉତ୍ସାହଜନକ ରହିଛି। କରୋନା ଟିକାକରଣରେ ଭାରତ ଉଦାହରଣ ପାଲଟିଛି। ଔଷଧ ଓ ଟିକା କ୍ଷେତ୍ରରେ ଭାରତ […]

ଅଦ୍ୟତନ ହୋଇଛି
ଶନିବାର ଉଦ୍‌ଘାଟନ ହେବ ଦେଶର ପ୍ରଥମ ଖେଳଣା ମେଳା

modi

Advertisment

ନୂଆଦିଲ୍ଲୀ: ଆଜି ‘ମନ କି ବାତ’ରେ ଜାନୁଆରୀ ୨୬ରେ ହୋଇଥିବା ହିଂସା ଘଟଣାକୁ ନେଇ ମନର କଥା କହିଲେ ପ୍ରଧନାମନ୍ତ୍ରୀ ମୋଦି। ତ୍ରିରଙ୍ଗାକୁ ଅପମାନ କରାଯାଇଥିବା ସମଗ୍ର ଦେଶ ଦେଖିଲା। ତ୍ରିରଙ୍ଗାର ଅପମାନ ଦେଖି ସମଗ୍ର ଦେଶ ଦୁଃଖି ହୋଇଛି। ଦେଶର ଜନତାଙ୍କ ମନରେ ଏନେଇ ଆଘାତ ସୃଷ୍ଟି ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment

କରୋନା ବିପକ୍ଷରେ ଭାରତର ଲଢ଼େଇ ଉତ୍ସାହଜନକ ରହିଛି। କରୋନା ଟିକାକରଣରେ ଭାରତ ଉଦାହରଣ ପାଲଟିଛି। ଔଷଧ ଓ ଟିକା କ୍ଷେତ୍ରରେ ଭାରତ ଏବେ ଆତ୍ମନିର୍ଭର ହୋଇଛି। କେବଳ ୧୫ ଦିନ ଭିତରେ ୩୦ ଲକ୍ଷରୁ ଅଧିକ କୋଭିଡ ଯୋଦ୍ଧାଙ୍କୁ ଟିକା ଦିଆସରିଛି। ମେଡ-ଇନ୍-ଇଣ୍ଡିଆ ଭ୍ୟାକ୍ସିନ ଆଜି ଭାରତର ଆତ୍ମନିର୍ଭରତା ପ୍ରତିକ ହେବା ସହ ଆତ୍ମଗୌରବତାର ପ୍ରତିକ ମଧ୍ୟ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ମନ କି ବାତ କାର୍ଯ୍ୟକ୍ରମରେ କହିଛନ୍ତି।

ସେହିପରି ମନ କି ବାତରେ ରାଉରକେଲାର ଓଡ଼ିଆ ଛାତ୍ରୀଙ୍କୁ ମୋଦୀ ପ୍ରଶଂସା କରିଛନ୍ତି। ସଫ୍ଟ ଷ୍ଟୋନରେ ପଟ୍ଟଚିତ୍ର କରୁଥିବାରୁ ଇଞ୍ଜିନିୟରିଂ ଛାତ୍ରୀ ଭାଗ୍ୟଶ୍ରୀ ସାହୁଙ୍କୁ ମୋଦି ପ୍ରଶଂସା କରିଛନ୍ତି। ଲକଡାଉନରେ ଅନେକ ପଟ୍ଟଚିତ୍ର କରି ସାଙ୍ଗକୁ ଉପହାର ଦେଇଛନ୍ତି। ଜୟନ୍ତୀରେ ସୁଭାଷ ବୋଷଙ୍କୁ ପଟ୍ଟଚିତ୍ରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଥିପାଇଁ ଭାଗ୍ୟଶ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ।

Advertisment

ମନକି ବାତରେ ମୋଦି ଭାରତୀୟ କ୍ରିକେଟ ଟିମର ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ବିଜୟ ହାସଲ କରିଥିବା ନେଇ ମଧ୍ୟ ପ୍ରଶଂସା କରିଛନ୍ତି। ଭାରତୀୟ ଟିମର କଠିନ ପରିଶ୍ରମ ପରେ ଶେଷରେ ଦଳଗତ ଭାବେ ଭଲ ପ୍ରଦର୍ଶନ କରିଥିବା ମୋଦି କହିଛନ୍ତି।

ମନକି ବାତରେ ମୋଦି ଭାରତୀୟ କ୍ରିକେଟ ଟିମର ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ବିଜୟ ହାସଲ କରିଥିବା ନେଇ ମଧ୍ୟ ପ୍ରଶଂସା କରିଛନ୍ତି। ଭାରତୀୟ ଟିମର କଠିନ ପରିଶ୍ରମ ପରେ ଶେଷରେ ଦଳଗତ ଭାବେ ଭଲ ପ୍ରଦର୍ଶନ କରିଥିବା ମୋଦି କହିଛନ୍ତି।

ସେହିପରି ଚଳିତ ବର୍ଷ ଭାରତ ସ୍ୱାଧୀନତାକୁ ୭୫ ବର୍ଷ ପୂରିବ। ଏହି ଅବସରରେ ଅମୃତ ମହୋତ୍ସବର ଆରମ୍ଭ ହେବ ବୋଲି ମୋଦି କହିଛନ୍ତି। ମନ କି ବାତରେ ମୋଦି ଗତ ମାସରେ ଝାନ୍ସିରେ ଆରମ୍ଭ ହଆଇଥିବା ଷ୍ଟ୍ରବେରୀ ଉତ୍ସବ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି। ମୋଦି କହିଛନ୍ତି, ଷ୍ଟ୍ରବେରୀ ଏବଂ ବୁନ୍ଦେଲଖଣ୍ଡ କଥା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହେବେ। କିନ୍ତୁ ନୂଆ ଟେକନିକ୍ ସାହାଯ୍ୟରେ ପାହାଡିଆ ଅଞ୍ଚଳରେ ପରିଚିତ ଥିବା ଷ୍ଟ୍ରବେରୀ ଏବେ ରାଜସ୍ତାନର ମରୁଭିମୀରେ ମଧ୍ୟ ଚାଷ ହୋଇପାରୁଛି। କୃଷକମାନେ ଏବେ ନୂଆ ଟେକନିକକୁ ଅପଣାଇ ଆଗକୁ ବଢ଼ୁଛନ୍ତି। ଏହାକୁ ଦେଖି ଅତ୍ୟନ୍ତ ଖୁସି ଅନୁଭବ ହେଉଥିବା କଥା କହିଛନ୍ତି ମୋଦି।

Narendra Modi Mann Ki Baat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe