‘ମନ୍ କୀ ବାତ୍’ର ବାର୍ତ୍ତା ସମାଜରେ ବହୁତ ପରିବର୍ତ୍ତନ ଆଣିଛି: ମୋଦି

ନୂଆଦିଲ୍ଲୀ: ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମ ସମାଜରେ ବହୁତ କିଛି ପରିବର୍ତ୍ତନ ଆଣିଛି। ରବିବାର ଏ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରେଡିଓରେ ପ୍ରସାରିତ ତାଙ୍କର କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ରେ ସେ କହିଛନ୍ତି ଏହି କଥା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗଣତନ୍ତ୍ରରେ ଜନଶକ୍ତିର ରହିଛି ବଡ଼ ଗୁରୁତ୍ୱ। ଦେଶର ଜନଶକ୍ତି ଉପରେ ତାଙ୍କର ପୂରା ବିଶ୍ୱାସ ରହିଛି। ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ସେ ଦେଶର ଲୋକଙ୍କଠାରୁ ବହୁତ କିଛି ହାସଲ କରିଛନ୍ତି। […]

modi

Rakesh Mallick
  • Published: Sunday, 20 September 2015
  • , Updated: 20 September 2015, 07:35 AM IST

ନୂଆଦିଲ୍ଲୀ: ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମ ସମାଜରେ ବହୁତ କିଛି ପରିବର୍ତ୍ତନ ଆଣିଛି। ରବିବାର ଏ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରେଡିଓରେ ପ୍ରସାରିତ ତାଙ୍କର କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ରେ ସେ କହିଛନ୍ତି ଏହି କଥା।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗଣତନ୍ତ୍ରରେ ଜନଶକ୍ତିର ରହିଛି ବଡ଼ ଗୁରୁତ୍ୱ। ଦେଶର ଜନଶକ୍ତି ଉପରେ ତାଙ୍କର ପୂରା ବିଶ୍ୱାସ ରହିଛି। ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ସେ ଦେଶର ଲୋକଙ୍କଠାରୁ ବହୁତ କିଛି ହାସଲ କରିଛନ୍ତି। ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମ ସମାଜରେ ବହୁତ କିଛି ପରିବର୍ତ୍ତନ ଆଣିଛି। ଏହାକୁ ବିସ୍ତାରିତ ଭାବେ ବର୍ଣ୍ଣନା କରି ମୋଦି କହିଥିଲେ ଯେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେ ଦେଶବାସୀଙ୍କୁ ଅନୁରୋଧ କରିଥିଲେ ସବସିଡି ଗ୍ୟାସ୍ ଛାଡ଼ି ଦେବା ପାଇଁ। ଆଉ ଏହି ଅନୁରୋଧ ଏକ ନିରବ ବିଳ୍ପବ ସାବ୍ୟସ୍ତ ହେଲା। ଫଳସ୍ୱରୂପ ଦେଶରେ ଅଦ୍ୟାବଧି ୨୦ ଲକ୍ଷ ଲୋକ ଗ୍ୟାସ୍ ସବସିଡି ଛାଡ଼ି ଦେଇଛନ୍ତି। ଆଉ ଏମାନଙ୍କ ମଧ୍ୟରେ ସମସ୍ତେ କେବଳ ଥିଲାବାଲା ଲୋକ ନାହାନ୍ତି। ଶିକ୍ଷକ, ବିଧବା ମହିଳା ମଧ୍ୟ ଛାଡ଼ିଛନ୍ତି ସବସିଡି ଗ୍ୟାସ୍। ଏହା କ’ଣ ଏକ ବିଳ୍ପବ ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ।

ସେହିପରି ମୋଦି ଆଉ ଏକ ଉଦାହରଣ ଦେଇଥିଲେ। ସେ କହିଥିଲେ ଯେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଦେଶରେ ଖଦି ବିକ୍ରି ଦୁଇ ଗୁଣା ହୋଇଛି। ଖଦି ପୋଷାକ କିଣିବା ପାଇଁ ସେ ‘ମନ୍ କୀ ବାତ୍’ ଜରିଆରେ ଲୋକଙ୍କୁ ଅନୁରୋଧ କରିଥିଲେ। ଏହି ଧାରାକୁ ଆଗକୁ ବଜାୟ ରଖିବାକୁ ସେ ଅପିଲ୍ କରିଥିଲେ। କନ୍ୟା ସନ୍ତାନଙ୍କ ସହିତ ସେଲଫି ମଧ୍ୟ ଏକ ନିରବ ବିଳ୍ପବରେ ପରିବର୍ତ୍ତନ ହୋଇଥିବା ମୋଦି କହିଥିଲେ।

ପ୍ରଧାନମନ୍ତ୍ରୀ ମୋଦି ‘ଆଜି ମନ୍ କୀ ବାତ୍’ରେ କହିଥିଲେ ଯେ ଲୋକଙ୍କ ସହିତ ଭାବବିନିମୟ କରି ସେ ବହୁତ କିଛି ଜିନିଷ ଶିଖି ପାରିଛନ୍ତି। ଦେଶବାସୀଙ୍କ ଫୋନ୍ କଲ୍ ବହୁତ ଗୁରୁତ୍ୱ ବହନ କରୁଛି। ତାଙ୍କ ପାଖକୁ ଆସୁଥିବା ଫୋନ୍ କଲ୍ ଗୁଡ଼ିକ ମଧ୍ୟରୁ ଅଧିକାଂଶ ତାଙ୍କୁ ଉତ୍ସାହିତ କରୁଛନ୍ତି। ୯୦ ପ୍ରତିଶତ ଫୋନ୍ କଲ୍ ତାଙ୍କୁ ନୂଆ ଶକ୍ତି ଦେଉଛି। କାରଣ ଏହି କଲଗୁଡ଼ିକ ସକାରାତ୍ମକ ହୋଇଥାଏ। ଫୋନ୍ କରିଥିବା ଲୋକେ କୌଣସି ଅଭିଯୋଗ କରି ନ ଥାଆନ୍ତି।

ଆଜି ମନ୍ କୀ ବାତ୍ କାର୍ଯ୍ୟକ୍ରମ ବେଳେ ପବନ ନାମକ ଜଣେ ବ୍ୟକ୍ତିଙ୍କ ସ୍ୱର ଶୁଣିବାକୁ ମିଳିଥିଲା। ସେ ପ୍ରଧାନମନ୍ତ୍ରୀଙ୍କୁ ପୂର୍ବରୁ ଫୋନ୍ କରି ଦୀପାବଳି ବେଳେ କେବଳ ମାଟିଦୀପ ଜାଳିବା ପାଇଁ ଦେଶବାସୀଙ୍କୁ ଅପିଲ୍ କରିବାକୁ ଅନୁରୋଧ କରିଥିଲେ। ତାହାକୁ ରେକର୍ଡ କରି ରଖାଯାଇଥିଲା। ସେହି ରେକର୍ଡ ଅଂଶକୁ ଆଜି କାର୍ଯ୍ୟକ୍ରମ ବେଳେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଣାଇଥିଲେ ଓ ପବନଙ୍କ ଅନୁରୋଧ ରକ୍ଷା କରି ଦେଶବାସୀଙ୍କୁ ଦୀପାବଳୀ ବେଳେ ମାଟିଦୀପ ଜଳାଇବା ପାଇଁ ଆହ୍ୱାନ ଦେଇଥିଲେ।

ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି ଆଜି ପୁଣି ଥରେ ସ୍ୱଚ୍ଛ ଭାରତ ଅଭିଯାନକୁ ଆଗେଇ ନେବା ପାଇଁ ଦେଶବାସୀଙ୍କୁ ଅପିଲ୍ କରିଥିଲେ। ନିର୍ବାଚନ ବେଳେ ନିଶ୍ଚିତ ଭାବେ ଭୋଟ୍ ଦେବାକୁ ବି କହିଥିଲେ। ସେହିଭଳି ଅକ୍ଟୋବର ମାସରେ ସେ ନେତାଜୀ ସୁଭାଷ ବୋଷଙ୍କ ପରିବାର ଲୋକଙ୍କୁ ଭେଟିବା ସଂପର୍କରେ ମଧ୍ୟ ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ, ବିହାର ବିଧାନସଭା ନିର୍ବାଚନ ପାଇଁ ମୋଦିଙ୍କ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମକୁ ବନ୍ଦ ରଖିବା ପାଇଁ ଜେଡିୟୁ-ଆରଜେଡି ପକ୍ଷରୁ ନିର୍ବାଚନ୍ କମିଶନଙ୍କୁ ଅନୁରୋଧ କରାଯାଇଥିଲା। କିନ୍ତୁ ନିର୍ବାଚନ କମିଶନ ଏହି ଆବେଦନକୁ ଅଗ୍ରାହ୍ୟ କରି ଦେଇଥିଲେ। ନିର୍ବାଚନ କମିଶନ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କେବଳ ଏତିକି କହିଥିଲେ ଯେ ବିହାର ବିଧାନସଭା ନିର୍ବାଚନ ଶେଷ ନହେବା ପର୍ଯ୍ୟନ୍ତ ସେ ବିହାର ସଂପର୍କିତ କୌଣସି ପ୍ରସଙ୍ଗରେ କହିବେ ନାହିଁ।

Related story