Advertisment

ଜେସିକା ଲାଲ୍ ହତ୍ୟାକାଣ୍ଡ ମାମଲା: ମୁକୁଳିଲେ ହତ୍ୟାକାରୀ ମନୁ

ନୂଆଦିଲ୍ଲୀ: ଜେସିକା ଲାଲ୍ ହତ୍ୟାକାଣ୍ଡ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଦଣ୍ଡ ଭୋଗୁଥିବା ମନୁ ଶର୍ମାଙ୍କୁ ସୋମବାର ମୁକ୍ତ କରିଦିଆଯାଇଛି। ସେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇ ତିହାର ଜେଲରେ ଥିଲେ। ତେବେ ଦିଲ୍ଲୀ ଦଣ୍ଡ ସମୀକ୍ଷା ବୋର୍ଡ ପକ୍ଷରୁ ମନୁ ଶର୍ମାଙ୍କ କାରାଦଣ୍ଡ ସମୟ ଶେଷ ହେବା ପୂର୍ବରୁ ତାଙ୍କୁ ମୁକ୍ତ କରିବାକୁ ସୁପାରିଶ କରିଥିଲା। ସୂଚନାଯୋଗ୍ୟ, ଦଣ୍ଡ ସମୀକ୍ଷା ବୋର୍ଡ ନିକଟକୁ ମନୁ ଶର୍ମାଙ୍କ ନାମ ୬ଥର ଆସିଥିଲା। ତେବେ ଏଥର ଦିଲ୍ଲୀ […]

ଜେସିକା ଲାଲ୍ ହତ୍ୟାକାଣ୍ଡ ମାମଲା: ମୁକୁଳିଲେ ହତ୍ୟାକାରୀ ମନୁ

manu-sharma

Advertisment

ନୂଆଦିଲ୍ଲୀ: ଜେସିକା ଲାଲ୍ ହତ୍ୟାକାଣ୍ଡ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଦଣ୍ଡ ଭୋଗୁଥିବା ମନୁ ଶର୍ମାଙ୍କୁ ସୋମବାର ମୁକ୍ତ କରିଦିଆଯାଇଛି। ସେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇ ତିହାର ଜେଲରେ ଥିଲେ। ତେବେ ଦିଲ୍ଲୀ ଦଣ୍ଡ ସମୀକ୍ଷା ବୋର୍ଡ ପକ୍ଷରୁ ମନୁ ଶର୍ମାଙ୍କ କାରାଦଣ୍ଡ ସମୟ ଶେଷ ହେବା ପୂର୍ବରୁ ତାଙ୍କୁ ମୁକ୍ତ କରିବାକୁ ସୁପାରିଶ କରିଥିଲା।

Advertisment

ସୂଚନାଯୋଗ୍ୟ, ଦଣ୍ଡ ସମୀକ୍ଷା ବୋର୍ଡ ନିକଟକୁ ମନୁ ଶର୍ମାଙ୍କ ନାମ ୬ଥର ଆସିଥିଲା। ତେବେ ଏଥର ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ ତାଙ୍କୁ ମୁକ୍ତ କରିବାକୁ ମଞ୍ଜୁରୀ ଦେଇଥିଲେ। ଏହା ପରେ ଦଣ୍ଡାଦେଶର ସମୟ ସୀମା ପୂରଣ ହେବାର ତିନି ବର୍ଷ ପୂର୍ବରୁ ହତ୍ୟାକାରୀ ମନୁ ଦିଲ୍ଲୀ ତିହାଡ଼ ଜେଲରୁ ମୁକୁଳିଛନ୍ତି। ସୋମବାର ଅନ୍ୟ ୧୮ଜଣ ଦୋଷୀଙ୍କ ସହ ସେ ଦଣ୍ଡ ମୁକ୍ତ ହୋଇଛନ୍ତି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିନୋଦ ଶର୍ମାଙ୍କ ପୁଅ ମନୁ ଶର୍ମା ୧୯୯୯ ଏପ୍ରିଲ ୩୦ରେ ଏକ ପାର୍ଟିରେ ଡ୍ରିଙ୍କ୍ ଦେବାକୁ ମନା କରିଦେବାରୁ ମଡେଲ ଜେସିକା ଲାଲଙ୍କ ହତ୍ୟା କରିଦେଲେ। ଏନେଇ ମନୁ ଶର୍ମାଙ୍କୁ ଆଜୀବନ କାରାବାସ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ତେବେ ୨୦୧୮ରେ ଜେସିକା ଲାଲଙ୍କ ସାନ ଭଉଣୀ ସବରୀନା ଲାଲ କହିଥିଲେ ଯେ, ସେ ହତ୍ୟାକାରୀ ମନୁ ଶର୍ମାଙ୍କୁ କ୍ଷମା ଦେଇସାରିଛନ୍ତି। ଏଣୁ ଯଦି ତାଙ୍କୁ ଦଣ୍ଡ ମୁକ୍ତ କରିଦିଆଯାଉଛି, ଏନେଇ ତାଙ୍କର କୌଣସି ଆପତ୍ତି ନାହିଁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe