CI7IqzaUwAE4imt
ଜୟପୁର: ଗୁରୁବାର ସନ୍ଧ୍ୟାରେ ଜୟପୁରର ଦୈସା ନିକଟରେ ମସେର୍ଡିଜ୍ କାର ଓ ଅଲଟୋ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବିଜେପିର ସାଂସଦ ତଥା ଭେଟେରିଆନ ଅଭିନେତ୍ରୀ ହେମାମାଳିନୀ ଗୁରୁତର ହୋଇ ସ୍ଥାନୀୟ ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବିଜେପି ସାଂସଦ ହେମାମାଳିନୀ ଆଗ୍ରାରୁ ଜୟପୁରକୁ ଯାଉଥିବାବେଳେ ଏହି ଦୂର୍ଘଟଣା ଘଟିଛି। ଏହି ମର୍ମନ୍ତୁଦ ସଡକ ଦୂର୍ଘଟଣାରେ ଜଣେ ଦୁଇବର୍ଷର ଶିଶୁଙ୍କ ସମେତ ଆଉ ଜଣେ ମୃତାହତ ହୋଇଥିବା ଜଣାପଡିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ହେମାମାଳିନୀଙ୍କ ସମେତ ୫ଜଣ ଗୁରୁତର ହୋଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଦୁଇ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବାରୁ ମୃତକଙ୍କ ସଂଖ୍ୟ ବଢିବା ଆଶା କରାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/07/CI7IqzaUwAE4imt.jpg)