Advertisment

ତୈଳ ଉତ୍ପାଦନ କୂଅରେ ଭୟଙ୍କର ଅଗ୍ନିକାଣ୍ଡ

ଗୌହାଟୀ: ଆସାମର ଟିନସୁକିଆରେ ଥିବା ଓଏଲ ଇଣ୍ଡିଆ ଲିଃ(ଓଆଇଏଲ)ର ପ୍ରାକୃତିକ ଗ୍ୟାସ ଉତ୍ପାଦନ କୂଅରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଦୀର୍ଘ ୧୪ ଦିନ ହେଲା ଏଠାରେ ଗ୍ୟାସ ଲିକ ହେଉଥିଲେ ହେଁ କେହି ବି ଏହାକୁ ଗୁରୁତ୍ୱର ସହ ନେଇ ନଥିଲେ। ଫଳରେ ଆଜି ମଧ୍ୟାହ୍ନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ପୂରା ପରିବେଶ କଳା ଧୂଆଁରେ ଆଚ୍ଛାଦିତ ହୋଇଯାଇଥିବା ବେଳେ ଏହା ନିକଟବର୍ତ୍ତୀ ଅଞ୍ଚଳକୁ ବ୍ୟାପିବାର ଆଶଙ୍କା ରହିଛି। ଅଗ୍ନିକାଣ୍ଡ ପରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ […]

author-image
Hemant Lenka
ଅଦ୍ୟତନ ହୋଇଛି
ତୈଳ ଉତ୍ପାଦନ କୂଅରେ ଭୟଙ୍କର ଅଗ୍ନିକାଣ୍ଡ

dc

ଗୌହାଟୀ: ଆସାମର ଟିନସୁକିଆରେ ଥିବା ଓଏଲ ଇଣ୍ଡିଆ ଲିଃ(ଓଆଇଏଲ)ର ପ୍ରାକୃତିକ ଗ୍ୟାସ ଉତ୍ପାଦନ କୂଅରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଦୀର୍ଘ ୧୪ ଦିନ ହେଲା ଏଠାରେ ଗ୍ୟାସ ଲିକ ହେଉଥିଲେ ହେଁ କେହି ବି ଏହାକୁ ଗୁରୁତ୍ୱର ସହ ନେଇ ନଥିଲେ। ଫଳରେ ଆଜି ମଧ୍ୟାହ୍ନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।

Advertisment

ପୂରା ପରିବେଶ କଳା ଧୂଆଁରେ ଆଚ୍ଛାଦିତ ହୋଇଯାଇଥିବା ବେଳେ ଏହା ନିକଟବର୍ତ୍ତୀ ଅଞ୍ଚଳକୁ ବ୍ୟାପିବାର ଆଶଙ୍କା ରହିଛି। ଅଗ୍ନିକାଣ୍ଡ ପରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ର ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିଛନ୍ତି।

ଏନଡିଆରଏଫ ଟିମ ଗ୍ୟାସ ଲିକ ହେବା ଦିନଠାରୁ ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ। ସେହିପରି ଆସାମର ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ଗ୍ୟାସ ଲିକ ଓ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ବିଶେଷଜ୍ଞ ଟିମ ମଧ୍ୟ ସିଙ୍ଗାପୁରରୁ ଉଡ଼ାଣ ଭରିଛନ୍ତି।

Advertisment

ଟିନୁସିକିଆର ଭାଗଜାନ ଠାରେ ଏହି ତୈଳ କୂଅଟି ରହିଛି। ମେ’ ୨୭ରୁ ଏଥିରୁ ଗ୍ୟାସ ଲିକ ହେବା ସହ ଆଖପାଖ ଅଞ୍ଚଳର ଫସଲ ବ୍ୟାପକ ଭାବେ କ୍ଷତି ଘଟିଛି। ସେହିପରି ବାଓ ଡାଇଭରସିଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ତୈଳ କୂଅର ଦେଢ଼ କିମି ପରିଧି ମଧ୍ୟରେ ଥିବା ପ୍ରାୟ ୬ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ରିଲିଫ କ୍ୟାମ୍ପରେ ରଖାଯାଇଛି। ସେହିପରି ଓଆଇଏଲ ପକ୍ଷରୁ କ୍ଷତିଗ୍ରସ୍ତ ପରିବାର ଲୋକଙ୍କୁ ୩୦ ହଜାର ଟଙ୍କା ଲେଖାଏ ଦିଆଯିବ ବୋଲି ଘୋଷଣା କରାଯାଇଛି।

News In Odia National News In Oriya