ମେ’ ୨୨ରେ ଏଆଇଏଡିଏମକେ ବିଧାୟକ ଦଳର ବୈଠକ

ଚେନ୍ନାଇ: ଆସନ୍ତା ମେ’ ୨୨ ତାରିଖରେ ବସିବ ଏଆଇଏଡିଏମକେର ବିଧାୟକ ଦଳର ବୈଠକ। ଶୁକ୍ରବାର ଦଳର ସାଧାରଣ ସଂପାଦକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ଏହି ଘୋଷଣା କରିଛନ୍ତି। ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ସକାଳ ୭ଟାରେ ବସିବ ଏହି ବୈଠକ। ଦଳର ସମସ୍ତ ବିଧାୟକଙ୍କୁ ଏଥିରେ ଯୋଗ ଦେବାକୁ ସେ ଅନୁରୋଧ କରିଛନ୍ତି। ବୈଠକରେ ଜୟଲିତାଙ୍କୁ ବିଧାୟକ ଦଳର ନେତା ନିର୍ବାଚନ କରାଯିବ ବୋଲି ଆଶା କରାଯାଉଛି। ଏପରି ହେଲେ ପଞ୍ଚମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ […]

jayalalithaa

Rakesh Mallick
  • Published: Friday, 15 May 2015
  • , Updated: 15 May 2015, 10:14 AM IST

ଚେନ୍ନାଇ: ଆସନ୍ତା ମେ’ ୨୨ ତାରିଖରେ ବସିବ ଏଆଇଏଡିଏମକେର ବିଧାୟକ ଦଳର ବୈଠକ। ଶୁକ୍ରବାର ଦଳର ସାଧାରଣ ସଂପାଦକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ଏହି ଘୋଷଣା କରିଛନ୍ତି। ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ସକାଳ ୭ଟାରେ ବସିବ ଏହି ବୈଠକ। ଦଳର ସମସ୍ତ ବିଧାୟକଙ୍କୁ ଏଥିରେ ଯୋଗ ଦେବାକୁ ସେ ଅନୁରୋଧ କରିଛନ୍ତି। ବୈଠକରେ ଜୟଲିତାଙ୍କୁ ବିଧାୟକ ଦଳର ନେତା ନିର୍ବାଚନ କରାଯିବ ବୋଲି ଆଶା କରାଯାଉଛି। ଏପରି ହେଲେ ପଞ୍ଚମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ତାଙ୍କ ପାଇଁ ପଥ ପରିଷ୍କାର ହୋଇଯିବ। ସେହିପରି ଆଉ ଏକ ସମ୍ଭାବନା ମଧ୍ୟ ଅଛି। ଜୟଲଳିତା ବିଧାନସଭା ଭାଙ୍ଗିବାକୁ ଓ ଆଉ ଥରେ ନିର୍ବଚନ କରିବା ନେଇ ବି ନିଷ୍ପତ୍‌ ଗ୍ରହଣ କରିପାରନ୍ତି।

ଆୟବର୍ହିଭୁତ ସଂପତ୍ତି ଠୁଳ ମାମଲାରେ ଏଆଇଏଡିଏମକେ ମୁଖ୍ୟ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ କର୍ଣ୍ଣାଟକ ହାଇକୋର୍ଟ ଦୋଷମୁକ୍ତ କରିବା ପରଠାରୁ ସେ ଆଉ ଥରେ ମୁଖ୍ୟମନ୍ତ୍ରୀ ହେବା ନେଇ ଆଲୋଚନା ଜୋର ଧରିଛି। ଏପରିକି ହାଇକୋର୍ଟଙ୍କ ରାୟ ଆସିବା ପରେ ପରେ ହିଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ପନୀରସେଲଭାମ ଘୋଷଣା କରି ଦେଇଥିଲେ ଯେ ସେ ଚୌକି ଛାଡ଼ି ଦେବେ। ଏପିରିକି ମେ’ ୧୭ ଅବା ୨୦ ତାରିଖରେ ଜୟଲଳିତା ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଆଲୋଚନା ଜୋର ଧରିଥିଲା। ତେବେ ଆଜି ସ୍ପଷ୍ଟ ହୋଇଯାଇଛି ଯେ ଜୟଲଳିତା ମୁଖ୍ୟମନ୍ତ୍ରୀ ହେବେ ନା ନାହିଁ ଓ ବିଧାନସଭା ଭାଙ୍ଗି ପୁଣି ନିର୍ବଚନ କରିବେ ନାହିଁ ତାହା ଆସନ୍ତା ୨୨ ତାରିଖରେ ସ୍ପଷ୍ଟ ହୋଇଯିବ।

ଆୟବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ କର୍ଣ୍ଣାଟକର ଏକ ତଳ କୋର୍ଟ ଜୟାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ଗତବର୍ଷ ସେପ୍ଟେମ୍ବର ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ପଦ ହରାଇଥିଲେ। ଏପରିକି ନିୟମ ଅନୁଯାୟୀ ତାଙ୍କ ବିଧାୟକ ପଦ ବି ଚାଲି ଯାଇଥିଲା। ଯଦି ସେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ତା’ହେଲ ୬ମାସ ମଧ୍ୟରେ ତାଙ୍କୁ ବିଧାନସଭାକୁ ନିର୍ବଚିତ ହୋଇ ଆସିବାକୁ ପଡ଼ିବ।

Related story