mayawati
ପାଟନା: ବିହାରରେ ବହୁଜନ ସମାଜବାଦୀ ପାର୍ଟି କ୍ଷମତାକୁ ଆସିଲେ ଉଚ୍ଚଜାତିର ଗରିବ ଲୋକଙ୍କ ପାଇଁ ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା କରାଯିବ। ଆଜି ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ କହିଛନ୍ତି ଏହି କଥା। ବିହାରର ରୋହତାସ ଜିଲ୍ଲାର କରାହଗଡ଼ଠାରେ ଏକ ନିର୍ବାଚନୀ ରାଲିରେ ସେ ଏହି କଥା କହିଥିଲେ।
ବହୁଜନ ସମାଜବାଦୀ ପାର୍ଟି ପ୍ରାର୍ଥୀ ଶମୀମ ଅହମଦଙ୍କ ପାଇଁ ଭୋଟ୍ ମାଗି ମାୟାବତୀ କହିଥିଲେ, ବିହାରରେ ଉଚ୍ଚଜାତିର ଗରିବ ଲୋକଙ୍କ ଅବସ୍ଥା ଭାରି ଖରାପ। ପଛୁଆବର୍ଗର ଲୋକଙ୍କ ଅବସ୍ଥା ସହିତ ସେମାନେ ସମତୁଲ। ଯଦି ରାଜ୍ୟରେ ଆମ ଦଳ କ୍ଷମତାକୁ ଆସିବ ତା’ହେଲେ ଉଚ୍ଚବର୍ଗର ଗରିବ ଲୋକଙ୍କ ପାଇଁ ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା କରିବ।
ସେ କହିଥିଲେ ଯେ ଗତ ୬୦ ବର୍ଷରେ ବିହାରରେ ଅନେକ ଦଳ ସରକାର ଗଠନ କରିଛନ୍ତି। କିନ୍ତୁ ଲୋକଙ୍କର କିଛି ଉନ୍ନତି ହୋଇନାହିଁ। ସେହିପରି କେନ୍ଦ୍ରର ଏନଡିଏ ସରକାରଙ୍କୁ ଟାର୍ଗେଟ କରି ସେ କହିଥିଲେ ଯେ ଏ ସରକାର କେବଳ କର୍ପୋରେଟ୍ ହାଉସଗୁଡ଼ିକ ପାଇଁ କାର୍ଯ୍ୟ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/10/mayawati.jpg)