କଂଗ୍ରେସକୁ ମାୟାବତୀଙ୍କ ଝଟ୍‌କା, ଛତିଶଗଡ଼ରେ ଅଜିତ୍‌ ଯୋଗୀଙ୍କ ସହ କରିବେ ମେଣ୍ଟ

ନୂଆଦିଲ୍ଲୀ: ବିରୋଧୀଙ୍କୁ ନେଇ ମୋଦି ସରକାରଙ୍କ ବିରୋଧରେ ମହାଗଠବନ୍ଧନ କରିବାକୁ ଉଦ୍ୟମ କରୁଥିବା କଂଗ୍ରେସକୁ ଜବରଦସ୍ତ ଝଟ୍‌କା ଲାଗିଛି। ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ଛତିଶଗଡ଼ରେ କଂଗ୍ରେସ ସହ କୌଣସି ପ୍ରକାରର ମେଣ୍ଟ କରାଯିବ ନାହିଁ ବୋଲି ଆଜି ଘୋଷଣା କରିଛନ୍ତି। କଂଗ୍ରେସ ବଦଳରେ ମାୟାବତୀ ଛତିଶଗଡ଼ ବିଧାନସଭା ନିର୍ବାଚନରେ ଅଜିତ୍‌ ଯୋଗୀଙ୍କ ଛତିଶଗଡ଼ ଜନତା କଂଗ୍ରେସ ସହ ମେଣ୍ଟ କରିବେ ବୋଲି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଛତିଶଗଡ଼ର ୩୫ଟି ଆସନରେ ବିଏସ୍‌ପି ପ୍ରାର୍ଥୀ […]

s

s

Hemant Lenka
  • Published: Thursday, 20 September 2018
  • Updated: 20 September 2018, 01:29 PM IST

Sports

Latest News

ନୂଆଦିଲ୍ଲୀ: ବିରୋଧୀଙ୍କୁ ନେଇ ମୋଦି ସରକାରଙ୍କ ବିରୋଧରେ ମହାଗଠବନ୍ଧନ କରିବାକୁ ଉଦ୍ୟମ କରୁଥିବା କଂଗ୍ରେସକୁ ଜବରଦସ୍ତ ଝଟ୍‌କା ଲାଗିଛି। ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ଛତିଶଗଡ଼ରେ କଂଗ୍ରେସ ସହ କୌଣସି ପ୍ରକାରର ମେଣ୍ଟ କରାଯିବ ନାହିଁ ବୋଲି ଆଜି ଘୋଷଣା କରିଛନ୍ତି।

କଂଗ୍ରେସ ବଦଳରେ ମାୟାବତୀ ଛତିଶଗଡ଼ ବିଧାନସଭା ନିର୍ବାଚନରେ ଅଜିତ୍‌ ଯୋଗୀଙ୍କ ଛତିଶଗଡ଼ ଜନତା କଂଗ୍ରେସ ସହ ମେଣ୍ଟ କରିବେ ବୋଲି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଛତିଶଗଡ଼ର ୩୫ଟି ଆସନରେ ବିଏସ୍‌ପି ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ହୋଇଥିବା ବେଳେ ଛତିଶଗଡ଼ ଜନତା କଂଗ୍ରେସ ୫୫ଟି ଆସନରେ ପ୍ରାର୍ଥୀ ଦେବ। ଯଦି ଏହି ମେଣ୍ଟ ରାଜ୍ୟରେ କ୍ଷମତା ଦଖଲ କରିବ, ତା’ହେଲେ ଅଜିତ ଯୋଗୀ ହିଁ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ହେବେ ବୋଲି ମାୟାବତୀ କହିଛନ୍ତି।

ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ୍‌ ଯୋଗୀ କଂଗ୍ରେସରୁ ବହିଷ୍କୃତ ହେବା ପରେ ଛତିଶଗଡ଼ ଜନତା କଂଗ୍ରେସ ନାଁରେ ଦଳ ଗଢ଼ିଥିଲେ।

ଯୋଗୀ କହିଛନ୍ତି, ବିଜେପି ଏଠାରେ ୧୫ ବର୍ଷ ହେଲା ଶାସନ କରି ଆସୁଛି। ବିଜେପି କ୍ଷମତାର ଅପବ୍ୟବହାର କରି ଲୋକଙ୍କ ସହ ବିଶ୍ୱାସଘାତକତା କରିଚାଲିଛି। କିନ୍ତୁ ମାୟାବତୀ ଓ ଛତିଶଗଡ଼ ଜନତା କଂଗ୍ରେସ ନିଶ୍ଚିତ ଭାବେ ଏଥର ବିଜେପିକୁ ଅଟକାଇବାରେ ସକ୍ଷମ ହେବେ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି।

ପୂର୍ବରୁ କଂଗ୍ରେସ ଓ ମାୟାବତୀଙ୍କ ବିଏସ୍‌ପି ଏଠାରେ ମେଣ୍ଟ କରି ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story