Advertisment

ମୁମ୍ବାଇକୁ କଲବଲ କରୁଛି ମିଳିମିଳା, ଏଯାଏ ଗଲାଣି ୧୨ ଶିଶୁଙ୍କ ଜୀବନ

ମୁମ୍ବାଇ: ମୁମ୍ବାଇକୁ କଲବଲ କରୁଛି ମିଳିମିଳା । ଏଯାଏ ଗଲାଣି ୧୨ ଶିଶୁଙ୍କ ଜୀବନ ।  ଗତକାଲି ଏକ ୮ ମାସର ଶିଶୁ ମିଳିମିଳାରେ ଆକ୍ରାନ୍ତ ହୋଇ ଆଖି ବୁଜିଥିବା ସୂଚନା ମିଳିଛି। ମଙ୍ଗଳବାର ମଧ୍ୟ ମିଳିମିଳାରେ ଆକ୍ରାନ୍ତ ଏକ ବର୍ଷକର ଶିଶୁ ଆଖିବୁଜିଥିଲା । ମୁମ୍ବାଇରେ ଏଯାବତ ମିଳିମିଳା ଲକ୍ଷଣ ଥିବା ୩୨୦୮ ରୋଗୀ ନଜରକୁ ଆସିଲେଣି। ସେମାନଙ୍କ ମଧ୍ୟରୁ ୨୨୦ ରୋଗୀଙ୍କ ଚିକିତ୍ସା  ଚାଲିଛି। ସୋମବାର ମୁମ୍ବାଇରେ ସର୍ବାଧୀକ ୨୪ ମିଳିମିଳା ରୋଗୀ ଚିହ୍ନଟ […]

ଅଦ୍ୟତନ ହୋଇଛି
ମୁମ୍ବାଇକୁ କଲବଲ କରୁଛି ମିଳିମିଳା, ଏଯାଏ ଗଲାଣି ୧୨ ଶିଶୁଙ୍କ ଜୀବନ

pic-

Advertisment

ମୁମ୍ବାଇ: ମୁମ୍ବାଇକୁ କଲବଲ କରୁଛି ମିଳିମିଳା । ଏଯାଏ ଗଲାଣି ୧୨ ଶିଶୁଙ୍କ ଜୀବନ ।  ଗତକାଲି ଏକ ୮ ମାସର ଶିଶୁ ମିଳିମିଳାରେ ଆକ୍ରାନ୍ତ ହୋଇ ଆଖି ବୁଜିଥିବା ସୂଚନା ମିଳିଛି। ମଙ୍ଗଳବାର ମଧ୍ୟ ମିଳିମିଳାରେ ଆକ୍ରାନ୍ତ ଏକ ବର୍ଷକର ଶିଶୁ ଆଖିବୁଜିଥିଲା ।

Advertisment

ମୁମ୍ବାଇରେ ଏଯାବତ ମିଳିମିଳା ଲକ୍ଷଣ ଥିବା ୩୨୦୮ ରୋଗୀ ନଜରକୁ ଆସିଲେଣି। ସେମାନଙ୍କ ମଧ୍ୟରୁ ୨୨୦ ରୋଗୀଙ୍କ ଚିକିତ୍ସା  ଚାଲିଛି। ସୋମବାର ମୁମ୍ବାଇରେ ସର୍ବାଧୀକ ୨୪ ମିଳିମିଳା ରୋଗୀ ଚିହ୍ନଟ ହୋଇଥିଲେ। ମୁଖ୍ୟତଃ ଏହି ରୋଗ କବଳରେ ଶିଶୁମାନେ ପଡ଼ୁଥିବାରୁ ଏହା ଅଭିଭାବକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଘଟଣାର ସମୀକ୍ଷା କରିଛନ୍ତି । କେବଳ ମୁମ୍ବାଇ ନୁହେଁ, ଝାଡ଼ଖଣ୍ଡର ରାଞ୍ଚି, ଗୁଜରାଟର ଅହମ୍ମଦାବାଦ ଓ କେରଳର ମାଲାପୁରମରେ ମଧ୍ୟ ଛୋଟ ପିଲାଙ୍କ ମଧ୍ୟରେ ମିଳିମିଳା ସଂକ୍ରମଣ ବ୍ୟାପିଥିବା ସୂଚନା ମିଳିଛି ।  ଏହି ସଂକ୍ରମଣର କାରଣ ଖୋଜିବାକୁ ଏବଂ ଏହାକୁ ରୋକିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବିଶେଷଜ୍ଞ ଟିମ୍ ଏହି ସବୁ ସ୍ଥାନ ଗସ୍ତ କରିଥିବା ସୂଚନା ମିଳିଛି ।

Advertisment

ମିଳିମିଳା ଏକ ଭୂତାଣୁଜନିତ ରୋଗ । ଏହି ଭୂତାଣୁ କାଶ ଓ ଛିଙ୍କ ଦ୍ୱାରା ନାକ ଓ ପାଟିରୁ ନିର୍ଗତ ଜଳକଣା ଦ୍ୱାରା ବାୟୁରେ ବ୍ୟାପିଥାଏ । ମିଳିମିଳା ହେଲେ କାଶ, ସର୍ଦ୍ଦି, ଆଖିଫୁଲା, ତଣ୍ଟି ଦରଜ ଏବଂ ଜ୍ୱର ସହିତ ଚର୍ମରେ ଘିମିରି ଭଳି କୁଣ୍ଡିଆ ହୋଇ ଲାଲ୍ ପଡ଼ିଯାଏ  । ମୁଖ୍ୟତଃ ଅସ୍ୱାସ୍ଥ୍ୟକର ପରିବେଶରେ ରହିବା, ଦୁଷିତ ଜଳ ପାନ କରିବା, ଟିକା ନ ନେବା ଆଦି କାରଣ ଏହି ରୋଗର ପ୍ରମୁଖ କାରଣ।

ଏହି ରୋଗକୁ କାବୁକୁ ଆଣିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡୋର ଟୁ ଡୋର ସର୍ଭେ କରାଯାଉଥିବା ବେଳେ ଟିକାକରଣ ପାଇଁ ଆଗେଇ ଆସିବାକୁ ଲୋକଙ୍କୁ ପ୍ରବର୍ତ୍ତାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe