Advertisment

ଶାହୀନ ବାଗ ଆନ୍ଦୋଳନକାରୀଙ୍କୁ ଭେଟିଲେ ମଧ୍ୟସ୍ଥି

ନୂଆଦିଲ୍ଲୀ: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଦୀର୍ଘ ୬୭ ଦିନ ହେଲା ଦିଲ୍ଲୀର ଶାହୀନ ବାଗରେ ଆନ୍ଦୋଳନ କରୁଥିବା ଲୋକଙ୍କୁ ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତି ମଧ୍ୟସ୍ଥିମାନେ ଭେଟିଛନ୍ତି। ମଧ୍ୟସ୍ଥି ହୋଇଥିବା ବରିଷ୍ଠ ଓକିଲ ସଞ୍ଜୟ ହେଗଡେ ଓ ସାଧନା ରାମଚନ୍ଦ୍ରନ ଆଜି ଅପରାହ୍ଣରେ ଶାହୀନ ବାଗରେ ପହଞ୍ଚି ପ୍ରଥମେ ସେଠାରେ ଆନ୍ଦୋଳନ କରୁଥିବା ମହିଳାଙ୍କ ସହ ଆଲୋଚନା କରିଥିଲେ। ତେବେ ଗୋଟିଏ ଦିନରେ ସବୁ କିଛି ଆଲୋଚନା ଶେଷ ହୋଇନାହିଁ। ଆନ୍ଦୋଳନକାରୀମାନେ ମଧ୍ୟସ୍ଥି ମାନଙ୍କୁ […]

ଅଦ୍ୟତନ ହୋଇଛି
ଶାହୀନ ବାଗ ଆନ୍ଦୋଳନକାରୀଙ୍କୁ ଭେଟିଲେ ମଧ୍ୟସ୍ଥି

n

Advertisment

ନୂଆଦିଲ୍ଲୀ: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଦୀର୍ଘ ୬୭ ଦିନ ହେଲା ଦିଲ୍ଲୀର ଶାହୀନ ବାଗରେ ଆନ୍ଦୋଳନ କରୁଥିବା ଲୋକଙ୍କୁ ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତି ମଧ୍ୟସ୍ଥିମାନେ ଭେଟିଛନ୍ତି। ମଧ୍ୟସ୍ଥି ହୋଇଥିବା ବରିଷ୍ଠ ଓକିଲ ସଞ୍ଜୟ ହେଗଡେ ଓ ସାଧନା ରାମଚନ୍ଦ୍ରନ ଆଜି ଅପରାହ୍ଣରେ ଶାହୀନ ବାଗରେ ପହଞ୍ଚି ପ୍ରଥମେ ସେଠାରେ ଆନ୍ଦୋଳନ କରୁଥିବା ମହିଳାଙ୍କ ସହ ଆଲୋଚନା କରିଥିଲେ।

Advertisment

ତେବେ ଗୋଟିଏ ଦିନରେ ସବୁ କିଛି ଆଲୋଚନା ଶେଷ ହୋଇନାହିଁ। ଆନ୍ଦୋଳନକାରୀମାନେ ମଧ୍ୟସ୍ଥି ମାନଙ୍କୁ ପୁଣି କାଲି ଆସିବାକୁ କହିଛନ୍ତି। ମଧ୍ୟସ୍ଥି ମଧ୍ୟ ପୁଣିଥରେ ଏଠାକୁ ଆସି ଆଲୋଚନା କରିବେ ବୋଲି ରାଜି ହୋଇଛନ୍ତି।

ସେମାନେ ଆନ୍ଦୋଳନକାରୀଙ୍କୁ ଏକାଠି ବସି ସମସ୍ୟାର ସମାଧାନ ଦିଗରେ ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି। ଆଲୋଚନା ପରେ ଗଣମାଧ୍ୟମକୁ ମଧ୍ୟସ୍ଥି ସଞ୍ଜୟ ଓ ସାଧନା କହିଛନ୍ତି, “ଆମେ ଏଠାକୁ ଆନ୍ଦୋଳନକାରୀଙ୍କ କଥା ଶୁଣିବାକୁ ଆସିଥିଲୁ। ଏଠାରେ ଶତାଧିକ ଲୋକ ଦୀର୍ଘ ଦିନ ହେଲା ଆନ୍ଦୋଳନରେ ବସିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆମେ ଏଠାକୁ ଆସିଛୁ। ଆମର ଆଶା ଆମେ ସବୁ ପକ୍ଷଙ୍କ ସହ ଆଲୋଚନା କରିବୁ ଓ ସମସ୍ତଙ୍କ ସହଯୋଗକ୍ରମେ ଏହାର ସମାଧାନ ହୋଇପାରିବ। ଆମେ ଏକାଠି ବସି ସମସ୍ୟାର ସମାଧାନ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛୁ।”

Advertisment

ସଞ୍ଜୟ ଓ ସାଧନା ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ପୂର୍ବରୁ ପ୍ରଥମେ ଶାହୀନ ବାଗ ଆନ୍ଦୋଳନ ସ୍ଥଳରେ ଥିବା ଷ୍ଟେଜ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ। ସାଧନା ରାମଚନ୍ଦ୍ରନ ସମସ୍ତ ଆନ୍ଦୋଳନକାରୀଙ୍କୁ କହିଛନ୍ତି, “ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କର ରହିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସିଏଏକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଆମର ଯେମିତି ଆନ୍ଦୋଳନ କରିବାର ଅଧିକାର ରହିଛି, ସେହିପରି ଅନ୍ୟମାନଙ୍କର ମଧ୍ୟ ରାସ୍ତା ବ୍ୟବହାର କରିବା ଓ ଦୋକାନ ଖୋଲିବାର ଅଧିକାର ରହିଛି।”

ଏକଥା କହିବା ପରେ ସଞ୍ଜୟ ହେଗଡେ ଓ ସାଧନା ଆନ୍ଦୋଳନକାରୀଙ୍କ ଭଳି ତଳେ ବସି ସେମାନଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଥିବା ଦେଖିବାକୁ ମିଳିଛି।

ଶାହୀନ ବାଗରେ ଦୀର୍ଘ ଦିନ ହେଲା ଆନ୍ଦୋଳନ ଚାଲିଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଅବଶ୍ୟ ଆନ୍ଦୋଳନକାରୀମାନେ ଟ୍ରାଫିକ ଓ ସ୍କୁଲ ଗାଡ଼ିକୁ ଏହି ରାସ୍ତାରେ ଯିବାକୁ ଅନୁମତି ଦେଉଛନ୍ତି। କିନ୍ତୁ ସାଧାରଣ ଗାଡ଼ିକୁ ଏହି ରାସ୍ତାରେ ଛଡ଼ା ଯାଉନାହିଁ। ଏଥିପାଇଁ ଏକାଧିକ ଆବେଦନ ସୁପ୍ରିମକୋର୍ଟରେ ହୋଇଥିଲା। ସୁପ୍ରିମକୋର୍ଟ ଆନ୍ଦୋଳନ ଏକ ଅଧିକାର ବୋଲି କହିଥିଲେ ହେଁ ବିକ୍ଷୋଭ ଆଳରେ ରାସ୍ତା ବନ୍ଦ କରିବା ଠିକ୍‌ ନୁହେଁ ବୋଲି କହିଛନ୍ତି।

ଏଥିସହ ଆନ୍ଦୋଳନକାରୀଙ୍କ ସହ କଥା ହେବାକୁ ସୁପ୍ରିମକୋର୍ଟ ସଞ୍ଜୟ ହେଗଡେ, ସାଧନା ରାମଚନ୍ଦ୍ରନ ଓ ପୂର୍ବତନ ସୂଚନା କମିଶନର ୱାଜହତ ହବିବୁଲ୍ଲାଙ୍କୁ ଦାୟିତ୍ୱ ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe