/odisha-reporter/media/post_attachments/uploads/2019/05/NAMAJ.jpg)
NAMAJ
ନୂଆଦିଲ୍ଲୀ: ଆସନ୍ତାକାଲି ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଏହା ପୂର୍ବରୁ ଏକଜିଟ୍ ପୋଲ ବିଜେପି ସରକାର ଗଢ଼ିବ ବୋଲି ସୂଚନା ଦେଇ ସାରିଛି। ତେଣୁ ଏକଜିଟ୍ ପୋଲ୍ କରିଥିବା ଆକଳନ ସଠିକ୍ ନହେଉ ବୋଲି ସ୍ୱତନ୍ତ୍ର ପ୍ରାର୍ଥନା କରିବାକୁ ଜଣେ ମୌଲାନା ନିର୍ଦ୍ଦେଶ ଦେଇଛନ୍ତି।
Advertisment
ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆର ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଦେଶର ପ୍ରସିଦ୍ଧ ମଦ୍ରାସା ଦାରୁଲ ଉଲୁମ ଦେଓବନ୍ଦର ଜଣେ ବରିଷ୍ଠ ମୌଲାନା ମୁଫତି ମେହମୁଦ ହାସନ ବୁଲନ୍ଦଶହରି।ଏକଜିଟ୍ ପୋଲକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିପାଇଁ ମୁସଲିମ ସମ୍ପ୍ରଦାୟର ଲୋକଙ୍କୁ ଏକଜିଟ୍ ପୋଲ ସପକ୍ଷରେ ପ୍ରକୃତ ଜନାଦେଶ ନଯାଉ ବୋଲି ପ୍ରାର୍ଥନା କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି।
ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ମୁଫତି କହିଛନ୍ତି ବର୍ତ୍ତମାନ ପରିସ୍ଥିତିରେ ଆମ ଦେଶର ଶାନ୍ତି, ସମୃଦ୍ଧି ଏବଂ ମୁସଲମାନ, ମସଜିଦ୍ ଏବଂ ମୌଲାନାଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରିବା ଦରକାର। ମୁଫତିଙ୍କ ଏଭଳି ପ୍ରୟାସକୁ ଦେଓବନ୍ଦ ମୌଲନା ସ୍ୱାଗତ କରିଥିବା ଜଣାପଡ଼ିଛି। ଏଥିପାଇଁ ସମସ୍ତ ମୁସଲମାନଙ୍କୁ ପ୍ରାର୍ଥନା କରିବା ପାଇଁ ଅପିଲ୍ କରିବା ସହିତ ଏକଜିଟ୍ ପୋଲ୍ ନେଇ ଚିନ୍ତା ପ୍ରକଟ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
