Advertisment

ବର୍ଷିଲେ ମେହବୁବା ମୁଫତି, କହିଲେ- କଶ୍ମୀର ପଣ୍ଡିତଙ୍କ ଫାଇଦା ଉଠାଉଛି ବିଜେପି

ନୂଆଦିଲ୍ଲୀ: ବିଜେପି ସରକାର ଉପରେ ବର୍ଷିଲେ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ସଭାପତି ମେହବୁବା ମୁଫତି । କଶ୍ମୀର ପଣ୍ଡିତଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର କିଛି କରୁ ନାହିଁ ବୋଲି ସେ କରିଛନ୍ତି ସାଂଘାତିକ ଅଭିଯୋଗ । ଅଥଚ ସେମାନଙ୍କ ଦୁଃଖର ଫାଇଦା ଉଠାଇବାରେ ବ୍ୟସ୍ତ ରହୁଛି। ମେହବୁବା କହିଛନ୍ତି, “ବିଜେପି କେବଳ କଶ୍ମୀର ପଣ୍ଡିତଙ୍କୁ ଶୋଷଣ କରିବା ଜାଣିଛି। ଯଦି କାଶ୍ମୀର ପଣ୍ଡିତମାନଙ୍କ ପାଇଁ କିଛି କରାଯାଇଥାଏ, ତେବେ ସେମାନେ ତମ୍ବୁ ବଦଳରେ ଫ୍ଲାଟରେ […]

ଅଦ୍ୟତନ ହୋଇଛି
ବର୍ଷିଲେ ମେହବୁବା ମୁଫତି, କହିଲେ- କଶ୍ମୀର ପଣ୍ଡିତଙ୍କ ଫାଇଦା ଉଠାଉଛି ବିଜେପି

mehbooba-mufti

Advertisment

ନୂଆଦିଲ୍ଲୀ: ବିଜେପି ସରକାର ଉପରେ ବର୍ଷିଲେ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ସଭାପତି ମେହବୁବା ମୁଫତି । କଶ୍ମୀର ପଣ୍ଡିତଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର କିଛି କରୁ ନାହିଁ ବୋଲି ସେ କରିଛନ୍ତି ସାଂଘାତିକ ଅଭିଯୋଗ । ଅଥଚ ସେମାନଙ୍କ ଦୁଃଖର ଫାଇଦା ଉଠାଇବାରେ ବ୍ୟସ୍ତ ରହୁଛି।

Advertisment

ମେହବୁବା କହିଛନ୍ତି, "ବିଜେପି କେବଳ କଶ୍ମୀର ପଣ୍ଡିତଙ୍କୁ ଶୋଷଣ କରିବା ଜାଣିଛି। ଯଦି କାଶ୍ମୀର ପଣ୍ଡିତମାନଙ୍କ ପାଇଁ କିଛି କରାଯାଇଥାଏ, ତେବେ ସେମାନେ ତମ୍ବୁ ବଦଳରେ ଫ୍ଲାଟରେ ରହିଥାନ୍ତେ।  କାଶ୍ମୀର ପଣ୍ଡିତଙ୍କ ଯାହାବି ଉନ୍ନତି ହୋଇଛି ତାହା ମନମୋହନ ସିଂଙ୍କ ପ୍ରଧାନମନ୍ତ୍ରୀ ଥିବା ବେଳେ ଏବଂ ମୁଫତି ମହମ୍ମଦ ସଇଦ , ଉମର ଅବଦୁଲ୍ଲା ଓ ଗୁଲାମ ନବୀ ଆଜାଦଙ୍କ ସମୟରେ ହୋଇଛି। ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିବା ସମୟରେ କଶ୍ମୀର ପଣ୍ଡିତମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି ପ୍ୟାକେଜ୍ ଦେଇଛନ୍ତି।  ବିଜେପି ଗତ ୪ ବର୍ଷ ହେଲା ସିଧାସଳଖ କଶ୍ମୀରକୁ ନିଜ ନିୟନ୍ତ୍ରଣରେ ରଖି ଶାସନ କରୁଥିଲେ ବି ଏହାର ପଣ୍ଡିତଙ୍କ ଉନ୍ନତି ପାଇଁ କିଛି କରୁନି।

ପିଡିପି ମୁଖ୍ୟ କହିଛନ୍ତି ଯେ, ସେ ମୁଖ୍ୟମନ୍ତ୍ରୀ ଥିବା ସମୟରେ କଶ୍ମୀରରେ ଅଶାନ୍ତି ଦେଖାଦେଇଥିଲା। ସେତେବେଳେ ତାଙ୍କ ସରକାର କଶ୍ମୀର ପଣ୍ଡିତ କର୍ମଚାରୀଙ୍କୁ ଘରେ ବସାଇ  ଦରମା ପ୍ରଦାନ କରିଥିଲେ। ସେ କହିଛନ୍ତି ଯେ ୨୦୧୬ ରେ ଯେତେବେଳେ ଅବସ୍ଥା ଖରାପ ଥିଲା, ଆମେ ଘରେ ବସିଥିବା କଶ୍ମୀର ପଣ୍ଡିତମାନଙ୍କୁ ୧୭ ମାସର ଦରମା ଦେଇଥିଲୁ।

Advertisment

ମେହବୁବା ଜମ୍ମୁ କଶ୍ମୀର ପ୍ରଶାସନକୁ ସମାଲୋଚନା କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜ୍ ଅଧୀନରେ  ପ୍ରାୟ ୮୫୦ ପାଖାପାଖି କର୍ମଚାରୀଙ୍କୁ ଜମ୍ମୁକୁ ସ୍ଥାନାନ୍ତର କରାଯାଇଥିବା ପ୍ରଚାର ହେଉଛି।   କିନ୍ତୁ, ସେମାନେ ସମସ୍ତେ ବିଜେପି ନେତାଙ୍କ ସମ୍ପର୍କୀୟ କିମ୍ବା ବନ୍ଧୁ ବୋଲି ଜଣାପଡ଼ିଛି।  ବିଜେପି ସରକାର ଉଦ୍ଦେଶ୍ୟମୂଳକ ଭାବେ ଏପରି କାମ କଲେ କଶ୍ମୀରୀ ପଣ୍ଡିତମାନେ ରାଗିବା ସ୍ୱାଭାବିକ ଅଟେ।"

Jammu Kashmir Kashmiri Pandit Mehbooba Mufti
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe