Advertisment

ମେଲବୋର୍ଣ୍ଣରେ ଜରୁରୀ ଅବତରଣ କଲା ମାଲେସିଆ ବିମାନ

ସିଡନୀ: ମେଲବୋର୍ଣ୍ଣରୁ କୁଆଲାଲମ୍ପୁର ଅଭିମୁଖେ ଯାଉଥିବା ମାଲେସିଆ ଏୟାରଲାଇନ୍ସର ଏକ ବିମାନ ଶୁକ୍ରବାର ମେଲବୋର୍ଣ୍ଣରେ (ଭାରତୀୟ ସମୟ ଅପରାହ୍ନ ୨ଟା ବେଳେ) ଜରୁରୀକାଳୀନ ଅବତରଣ କରିଥିଲା। ଇଂଜିନରେ ନିଆଁ ଲାଗିଯାଇଥିବା ନେଇ ସତର୍କ ସୂଚନା ପାଇବା ପରେ ବିମାନଟି ପୁଣି ମେଲବୋର୍ଣ୍ଣ ବିମାନବନ୍ଦରକୁ ଫେରିଆସିଥିଲା। ବିମାନଟି ମେଲବୋର୍ଣ୍ଣ ବିମାନବନ୍ଦରରୁ ଉଡ଼ାଣ ଭରିବାର ମାତ୍ର କିଛି ସମୟ ପରେ ଏମିତି ସତର୍କ ସୂଚନା ପାଇଥିଲା। ତେବେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା। ବିମାନର ସମସ୍ତ ୩୦୦ ଯାତ୍ରୀ […]

ଅଦ୍ୟତନ ହୋଇଛି
ମେଲବୋର୍ଣ୍ଣରେ ଜରୁରୀ ଅବତରଣ କଲା ମାଲେସିଆ ବିମାନ

mmalesiaplane

Advertisment

ସିଡନୀ: ମେଲବୋର୍ଣ୍ଣରୁ କୁଆଲାଲମ୍ପୁର ଅଭିମୁଖେ ଯାଉଥିବା ମାଲେସିଆ ଏୟାରଲାଇନ୍ସର ଏକ ବିମାନ ଶୁକ୍ରବାର ମେଲବୋର୍ଣ୍ଣରେ (ଭାରତୀୟ ସମୟ ଅପରାହ୍ନ ୨ଟା ବେଳେ) ଜରୁରୀକାଳୀନ ଅବତରଣ କରିଥିଲା। ଇଂଜିନରେ ନିଆଁ ଲାଗିଯାଇଥିବା ନେଇ ସତର୍କ ସୂଚନା ପାଇବା ପରେ ବିମାନଟି ପୁଣି ମେଲବୋର୍ଣ୍ଣ ବିମାନବନ୍ଦରକୁ ଫେରିଆସିଥିଲା। ବିମାନଟି ମେଲବୋର୍ଣ୍ଣ ବିମାନବନ୍ଦରରୁ ଉଡ଼ାଣ ଭରିବାର ମାତ୍ର କିଛି ସମୟ ପରେ ଏମିତି ସତର୍କ ସୂଚନା ପାଇଥିଲା। ତେବେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା। ବିମାନର ସମସ୍ତ ୩୦୦ ଯାତ୍ରୀ ସୁରକ୍ଷିତ ଅଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଇଞ୍ଜିନରେ ନିଆଁ ଲାଗି ନଥିଲା। ମାଲେସିଆ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯେ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ତେଣୁ ବିମାନଟି ତତକ୍ଷଣାତ୍ ବିମାନବନ୍ଦରକୁ ଫେରିଯାଇଥିଲା।

Advertisment

ସୂଚନାଯୋଗ୍ୟ, ୨୦୧୪ରେ ମାଲେସିଆ ଏୟାରଲାଇନସର ଦୁଇଟି ବିମାନ ଦୁର୍ଘଟଣାର ଶିକାର ହୋଇଥିଲେ। ସେହିବର୍ଷ ମାର୍ଚ୍ଚ ମାସରେ ମାଲେସିଆ ଏୟାରଲାଇନ୍ସର ଏମଏଚ୩୭୦ ବିମାନଟି କୁଆଲାଲମପୁରରୁ ଚୀନ ଯାଉଥିବା ବେଳେ ନିଖୋଜ ହୋଇଯାଇଥିଲା। ଏଥିରେ ୨୩୯ ଜଣ ଯାତ୍ରୀ ଥିଲେ। ଏହା ଏବେବି ରହସ୍ୟାବୃତ୍ତ ହୋଇରହିଛି। ତା’ପରେ ପରେ ଏହି ଏୟାରଲାଇନ୍ସର ଆଉ ଏକ ଏମଏଚ୧୭ ବିମାନକୁ ୟୁକ୍ରେନ ବିଦ୍ରୋହୀମାନେ ମିସାଇଲ ମାଡ଼ କରି ଖସାଇ ଦେଇଥିଲେ। ଏଥିରେ ସବାର ସମସ୍ତ ୨୯୮ ଯାତ୍ରୀ ପ୍ରାଣ ହରାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe