modimetro
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସକାଳେ ଦିଲ୍ଲୀ ମେଟ୍ରୋ ଟ୍ରେନରେ ଯାତ୍ରା କରିଥିଲେ। ଧୌଳିକୂଅାଁ ଷ୍ଟେସନରେ ମୋଦି ଏୟାରପୋର୍ଟ ଏକ୍ସପ୍ରେସ ମେଟ୍ରୋରେ ଚଢ଼ି ଥିଲେ। ସେ ଦ୍ୱାରକା ପର୍ଯ୍ୟନ୍ତ ଏଥିରେ ଯାତ୍ରା କରିଥିଲେ। ଦ୍ୱାରକା ସ୍ଥିତ ସେକ୍ଟର ୨୧ ଷ୍ଟେସନରେ ସେ ଓହ୍ଲାଇଥିଲେ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ତାଙ୍କ ସହିତ ଥିଲେ। ପରେ ମୋଦି ଟ୍ୱିଟ୍ କରି ଜଣାଇଥିଲେ ଯେ ମେଟ୍ରୋ ଟ୍ରେନରେ ଯାତ୍ରା ଭରି ଭଲ ଲଗିଲା ଓ ସେ ଏହାକୁ ଉପଭୋଗ କଲେ। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ୍ ଅଧ୍ୟକ୍ଷ ଇ ଶ୍ରୀଧରନ ତାଙ୍କୁ ବହୁ ଦିନ ହେଲା କହି ଆସୁଥିଲେ ମେଟ୍ରୋ ଟ୍ରେନରେ ଯାତ୍ରା କରିବାକୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/04/modimetro.jpg)