Advertisment

ଦୁର୍ନୀତି ଅଭିଯୁକ୍ତଙ୍କୁ ଶିକ୍ଷାମନ୍ତ୍ରୀ କରାଇ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ: ତେଜସ୍ୱୀ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି। ଏଥିରେ ମେୱାଲାଲ ଚୌଧୁରୀଙ୍କୁ ଶିକ୍ଷା ମନ୍ତ୍ରୀ କରାଯାଇଛି। ଏବେ ଏହାକୁ ନେଇ ପ୍ରଶ୍ନ ଉଠିଛି। ଆରଜେଡି ନେତା ତେଜସ୍ୱୀ ଯାଦବ ଏବଂ କଂଗ୍ରେସ ନେତା ଗୌରବ ଭଲ୍ଲବ ମଧ୍ୟ ମେଭାଲ ଚୌଧୁରୀଙ୍କୁ ମନ୍ତ୍ରୀ କରାଇବା ନେଇ ପ୍ରଶ୍ନ ଉଠାଇଛନ୍ତି। ମେୱା ଲାଲ ଚୌଧୁରୀଙ୍କ ନାଁରେ ଦଫା ୪୦୯, ୪୨୦, ୪୬୭, ୪୬୮, ୪୭୧ ଏବଂ ୧୨୦ ବି ରହିଛି। ସେ ସହକାରୀ […]

ଅଦ୍ୟତନ ହୋଇଛି
ଦୁର୍ନୀତି ଅଭିଯୁକ୍ତଙ୍କୁ ଶିକ୍ଷାମନ୍ତ୍ରୀ କରାଇ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ: ତେଜସ୍ୱୀ

Mevalal Chaudhary

Advertisment

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି। ଏଥିରେ ମେୱାଲାଲ ଚୌଧୁରୀଙ୍କୁ ଶିକ୍ଷା ମନ୍ତ୍ରୀ କରାଯାଇଛି। ଏବେ ଏହାକୁ ନେଇ ପ୍ରଶ୍ନ ଉଠିଛି। ଆରଜେଡି ନେତା ତେଜସ୍ୱୀ ଯାଦବ ଏବଂ କଂଗ୍ରେସ ନେତା ଗୌରବ ଭଲ୍ଲବ ମଧ୍ୟ ମେଭାଲ ଚୌଧୁରୀଙ୍କୁ ମନ୍ତ୍ରୀ କରାଇବା ନେଇ ପ୍ରଶ୍ନ ଉଠାଇଛନ୍ତି।

Advertisment

ମେୱା ଲାଲ ଚୌଧୁରୀଙ୍କ ନାଁରେ ଦଫା ୪୦୯, ୪୨୦, ୪୬୭, ୪୬୮, ୪୭୧ ଏବଂ ୧୨୦ ବି ରହିଛି। ସେ ସହକାରୀ ପ୍ରଫେସର ଥିବା ବେଳେ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ଭଳି ଗୁରୁତର ମାମଲା ତାଙ୍କ ବିରୋଧରେ ରହିଛି। ଏବେ ତାଙ୍କୁ ଶିକ୍ଷା ମନ୍ତ୍ରୀ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଦୁର୍ନୀତି କରିବାର ପୁରସ୍କାର ସ୍ୱରୂପ ମେୱା ଲାଲଙ୍କୁ ଶିକ୍ଷା ମନ୍ତ୍ରୀ କରାଯାଇଛି କି ବୋଲି ନୀତୀଶଙ୍କୁ ପ୍ରଶ୍ନ କରିଛନ୍ତି ତେଜସ୍ୱୀ।

ସେହିଭଳି କଂଗ୍ରେସ ନେତା ଗୌରବ କହିଛନ୍ତି, ଡବଲ ଇଞ୍ଜିନ ସରକାରରେ ଦୁର୍ନୀତି କରିବା ପାଇଁ ମେୱା ଲାଲ ଗୋଟିଏ ଇଞ୍ଜିନ ଏବେ ‘ସୁଶାସନ ବାବୁ’ଙ୍କୁ ଆଉ ଏକ ଇଞ୍ଜିନ୍ ଖୋଜିବା ଦରକାର ବୋଲି ସେ କହିଛନ୍ତି।

Advertisment

ନୀତୀଶ ସରକାରଙ୍କ ଶିକ୍ଷା ମନ୍ତ୍ରୀ ଡକ୍ଟର ମେୱା ଲାଲ ଚୌଧୁରୀ ତାରାପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି। ସେ ରାଜନୀତିରେ ଯୋଗଦେବା ପୂର୍ବରୁ ୨୦୧୫ ପର୍ଯ୍ୟନ୍ତ ଭାଗଲପୁର କୃଷି ବିଶ୍ୱବିଦ୍ୟାଳୟର କୁଳପତି ଥିଲେ। ସେ ୨୦୧୫ ରେ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରିଥିଲେ। ୨୦୧୭ରେ କୃଷି ବିଶ୍ୱବିଦ୍ୟାଳୟରେ ନିଯୁକ୍ତିରେ ଦୁର୍ନୀତି ହୋଇଥିବା ମାମଲା ସାମ୍ନାକୁ ଆସିଥିଲା। ଏହାପରେ ମାମଲା ରୁଜୁ ହୋଇଛି। ଏହି ମାମଲାରେ କୋର୍ଟରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ନେଇଥିଲେ ଏବେର ଶିକ୍ଷା ମନ୍ତ୍ରୀ।

୨୦୧୨-୨୦୧୩ ମସିହାରେ କୃଷି ବିଶ୍ୱବିଦ୍ୟାଳୟରେ ୧୬୧ ସହକାରୀ ପ୍ରଫେସର ଏବଂ ଜୁନିଅର ବୈଜ୍ଞାନିକ ନିଯୁକ୍ତିରେ ବଡ଼ ଧରଣର ଅନିୟମିତତା ହୋଇଥିବା ଅଭିଯୋଗ ରହିଛି। ବିହାର ରାଜ ଭବନଙ୍କ ନିର୍ଦ୍ଦେଶରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ଏହି ମାମଲାର ତଦନ୍ତ କରାଯାଇଥିଲା। ପରେ ଫେବୃଆରୀ ୨୦୧୭ ରେ ସାବୋର ଥାନାରେ ପୂର୍ବତନ କୁଳପତି ମେୱା ଲାଲଙ୍କ ବିରୋଧରେ ଏକ ରିପୋର୍ଟ ଦାଖଲ କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe