Advertisment

‘ଜୁନ୍ ୧୫ ଯାଏ ବଢ଼ିପାରେ ଲକଡାଉନ୍ ଅବଧି’

ପାଣାଜି: ମେ’ ୩୧ରେ ଶେଷ ହେବାକୁ ଯାଉଛି ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଅବଧି। ଗୁରୁବାର ରାତିରେ ଆଗାମୀ ଦିନରେ ଦେଶରେ ଲକଡାଉନର ଆବଶ୍ୟକତାକୁ ନେଇ ଗୃହ ମନ୍ତ୍ରୀ ଅମିତ ଶାହ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ସାରିଛନ୍ତି। ଏହାରି ଭିତରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନ୍ତ କହିଛନ୍ତି, ଗୃହ ମନ୍ତ୍ରଣାଳୟ ଆଉ ୧୫ ଦିନ ଲକଡାଉନ୍ ଅବଧି ବଢ଼ାଇପାରେ। ଗୋଆରେ ରେଷ୍ଟୁରାଣ୍ଟ, ହୋଟେଲ ଏବଂ ପର୍ଯ୍ୟଟନ ଶିଳ୍ପକୁ ଖୋଲିବା […]

ଅଦ୍ୟତନ ହୋଇଛି
କଣ୍ଟେନମେଣ୍ଟ ଜୋନରେ ଜୁନ୍ ୩୦ ଯାଏ ଲକଡାଉନ୍

lockdown india map

Advertisment

ପାଣାଜି: ମେ’ ୩୧ରେ ଶେଷ ହେବାକୁ ଯାଉଛି ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଅବଧି। ଗୁରୁବାର ରାତିରେ ଆଗାମୀ ଦିନରେ ଦେଶରେ ଲକଡାଉନର ଆବଶ୍ୟକତାକୁ ନେଇ ଗୃହ ମନ୍ତ୍ରୀ ଅମିତ ଶାହ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ସାରିଛନ୍ତି। ଏହାରି ଭିତରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନ୍ତ କହିଛନ୍ତି, ଗୃହ ମନ୍ତ୍ରଣାଳୟ ଆଉ ୧୫ ଦିନ ଲକଡାଉନ୍ ଅବଧି ବଢ଼ାଇପାରେ।

Advertisment

ଗୋଆରେ ରେଷ୍ଟୁରାଣ୍ଟ, ହୋଟେଲ ଏବଂ ପର୍ଯ୍ୟଟନ ଶିଳ୍ପକୁ ଖୋଲିବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏ ନେଇ କେନ୍ଦ୍ର ସରକାରଙ୍କୁ ଅନୁମତି ମାଗିବ ଗୋଆ ସରକାର। ଏ ନେଇ ବାବଦରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ଲକଡାଉନ୍ ଅବଧି ଆଉ ୧୫ ଦିନ ବଢ଼ିପାରେ ବୋଲି ଗୋଆ ମୁଖ୍ୟମନ୍ତ୍ରୀ କହିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଗୁରୁବାର ରାତିରେ ଏ ନେଇ ଟେଲିଫୋନରେ କଥା ହୋଇଥିବା କଥା କହିଛନ୍ତି ପ୍ରମୋଦ। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଲକଡାଉନ୍ ଅବଧି ବଢ଼ିପାରେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଗୋଆରେ ଏବେ ୩୧ ଜଣ କରୋନାରେ ଚିକିତ୍ସାଧୀନ ରହିଛନ୍ତି।

Lockdown In India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe