Karttarpur
ନୂଆଦିଲ୍ଲୀ: ପାକିସ୍ତାନର କର୍ତ୍ତାରପୁର ସାହିବ୍ ଗୁରୁଦ୍ୱାର ତୀର୍ଥଯାତ୍ରା ଏବଂ ପଞ୍ଜିକରଣ ରବିବାର ମଧ୍ୟରାତ୍ରିରୁ ବନ୍ଦ ରହିବ। କରୋନା ଭାଇରସ୍ର ପ୍ରକୋପ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସରକାର ଆଜି ମଧ୍ୟରାତ୍ରିରୁ ଅନ୍ତର୍ଜାତୀୟ ସୀମାରେ ସମସ୍ତ ଯାତ୍ରୀଙ୍କ ଚଳପ୍ରଚଳ ଉପରେ କଟକଣା ଲଗାଇଛନ୍ତି।
ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, “କୋଭିଡ୍ ୧୯ ଭାରତରେ ବ୍ୟାପିବାରେ ଲାଗିଥିବାରୁ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଏବଂ ଏହି ରୋଗ ଉପରେ କଟକଣା ଲଗାଇବା ପାଇଁ ଶ୍ରୀ କର୍ତ୍ତାରପୁର ସାହିବ ପାଇଁ ଯାତ୍ରା ଏବଂ ପଞ୍ଜିକରଣ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଆଗାମୀ ନିର୍ଦ୍ଦେଶ ଯାଏ ଏହି ନିର୍ଦ୍ଦେଶ କାଏମ ରହିବ।”
ଶନିବାର ସରକାର ଘୋଷଣା କରିଥିଲେ, ଭାରତ-ବାଂଲାଦେଶ, ଭାରତ-ନେପାଳ, ଭାରତ-ଭୁଟାନ ଏବଂ ଭାରତ-ମ୍ୟାଁମାର ଆଦି ଚେକ୍ ପଏଣ୍ଟରେ ଯାତ୍ରୀଙ୍କ ଯିବା ଆସିବା ବନ୍ଦ ରଖିଥିଲେ। କରୋନା ଭାଇରସ୍ ପ୍ରଭାବରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ଗତବର୍ଷ ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡେରା ବାବା ନାନକଠାରୁ କର୍ତ୍ତାରପୁର ସାହିବ ଯାଏ ଏକ କରିଡର ଉଦ୍ଘାଟନ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/03/Karttarpur.jpg)