Advertisment

ରାତିଅଧରେ ଏମଜିପିର ବିଧାୟକ ବିଜେପିରେ ସାମିଲ୍, ଉପମୁଖ୍ୟମନ୍ତ୍ରୀ ବହିଷ୍କୃତ

ପାଣାଜୀ: ଗୋଆ ରାଜନୀତିରେ ପୁଣି ରାତିଅଧରେ ହଟଚମଟ ଦେଖିବାକୁ ମିଳିଛି। ରାଜ୍ୟ ସରକାରର ସହଯୋଗୀ ଦଳ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି (ଏମ୍ଜିପି)ର ଦୁଇ ବିଧାୟକ ବିଜେପିରେ ସାମିଲ ହୋଇଯାଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ପଦ ହରାଇଛନ୍ତି ସୁଦିନ ଡାଭଲିକର। ମେଣ୍ଟ ଦଳର ବିଧାୟକ ତଥା ପର୍ଯ୍ୟଟନ ମନ୍ତ୍ରୀ ମନୋହର ଅଜଗାଓଁକର ଏବଂ ଦୀପକ ପାଓସ୍କର୍ ଦଳରେ ସାମିଲ ହେବେ ବୋଲି ଗୋଆ ସରକାର ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ ଓ ଏହାପରେ ମଧ୍ୟରାତ୍ରିରେ ଗୋଆ ରାଜ୍ୟପାଳ ମୄଦୁଲା ସିହ୍ନା ଶପଥ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ରାତିଅଧରେ ଏମଜିପିର ବିଧାୟକ ବିଜେପିରେ ସାମିଲ୍, ଉପମୁଖ୍ୟମନ୍ତ୍ରୀ ବହିଷ୍କୃତ

goa 2mjp mla joined in bjp

ପାଣାଜୀ: ଗୋଆ ରାଜନୀତିରେ ପୁଣି ରାତିଅଧରେ ହଟଚମଟ ଦେଖିବାକୁ ମିଳିଛି। ରାଜ୍ୟ ସରକାରର ସହଯୋଗୀ ଦଳ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି (ଏମ୍ଜିପି)ର ଦୁଇ ବିଧାୟକ ବିଜେପିରେ ସାମିଲ ହୋଇଯାଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ପଦ ହରାଇଛନ୍ତି ସୁଦିନ ଡାଭଲିକର। ମେଣ୍ଟ ଦଳର ବିଧାୟକ ତଥା ପର୍ଯ୍ୟଟନ ମନ୍ତ୍ରୀ ମନୋହର ଅଜଗାଓଁକର ଏବଂ ଦୀପକ ପାଓସ୍କର୍ ଦଳରେ ସାମିଲ ହେବେ ବୋଲି ଗୋଆ ସରକାର ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ ଓ ଏହାପରେ ମଧ୍ୟରାତ୍ରିରେ ଗୋଆ ରାଜ୍ୟପାଳ ମୄଦୁଲା ସିହ୍ନା ଶପଥ ପାଠ କରାଇଥିବା ଜଣାପଡ଼ିଛି। ପର୍ଯ୍ୟଟନ ମନ୍ତ୍ରୀ ମନୋହର ଅଜଗାଓଁକରଙ୍କୁ ସାୱନ୍ତ ସରକାରରେ ଉପମୁଖ୍ଯମନ୍ତ୍ରୀ ପଦବୀ ମିଳିଛି।
Advertisment
ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟିର ୩ ବିଧାୟକଙ୍କ ମଧ୍ୟରୁ ୨ ଜଣ ବିଜେପିରେ ମିଶିଥିବାବେଳେ ଅନ୍ୟ ଜଣେ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ ସୁଦିନ ଡ଼ାଭିଲକର ଏହି ମିଶ୍ରଣକୁ ବିରୋଧ କରି ବିଜେପିରେ ମିଶିନଥିଲେ। ମେଣ୍ଟ ବିରୋଧୀ କାମ କରୁଥିବାରୁ ତାଙ୍କୁ ଶେଷରେ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇଛନ୍ତି ମୁଖ୍ୟମନ୍ତ୍ରୀ ପ୍ରଦୀପ ସାୱନ୍ତ।
ତେବେ ଏମଜେପି ବିଧାୟକଙ୍କୁ ବିଜେପି କୌଣସି ଉପାୟରେ ପ୍ରଲୋଭିତ କରିନାହିଁ ବରଂ ସେମାନେ ଏମଜେପିରେ କୋଣଠେସା ହୋଇ ରହିବା ପରେ ନିଜସ୍ବ ଇଚ୍ଛାରେ ବିଜେପିରେ ମିଶିଥିବା ମୁଖ୍ୟମନ୍ତ୍ରୀ ପ୍ରଦୀପ ସାୱନ୍ତ କହିଛନ୍ତି। ସୂଚନାଯୋଗ୍ୟ ୨୦୧୨ରୁ ଗୋଆରେ ବିଜେପି ସହ ଏମଜେପିର ମେଣ୍ଟ ରହିଛି।
Advertisment
ସେପଟେ ଗୋଆର କଳା ଏବଂ ପର୍ଯ୍ୟଟନ ମନ୍ତ୍ରୀ ଗୋବିନ୍ଦ ଗୁଅଡ଼େ ଦଳ ବଦଳ କରିଥିବା ଏମଜେପିର ବିଧାୟକ ଏବଂ ବହିଷ୍କୃତ ଉପମୁଖ୍ୟମନ୍ତ୍ରୀ ସୁଦୀନ ଦୁର୍ନୀତିଖୋର ବୋଲି କହିଛନ୍ତି। ତେବେ ମୋଟ ୩ ବିଧାୟକରୁ ୨ ବିଧାୟକ ବିଜେପିରେ ମିଶିଥିବାରୁ ଦଳବଦଳ ଆଇନ ଏହି ନେତାଙ୍କ ବିରୋଧରେ ଲାଗୁ ହୋଇପାରିବ ନାହିଁ ବୋଲି ଜଣାପଡ଼ିଛି। ବିଜେପିରେ ଏହି ଦୁଇ ବିଧାୟକ ମିଶିବା ପରେ ବିଧାନସଭାରେ ବିଜେପି ବିଧାୟକଙ୍କ ସଂଖ୍ୟା ୧୨ରୁ ୧୪ ହୋଇଛି।