Advertisment

ବରଯାତ୍ରୀଙ୍କୁ ନେଇ ଯାଉଥିଲା ମିନିବସ୍‌, ଖାଇକୁ ଖସିଗଲା

ଶିମଲା:  ହିମାଚଲ ପ୍ରଦେଶର ସିରମୋରା ଜିଲ୍ଲାରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପ୍ରାୟ ୧୨ ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ମିନି ବସ୍‌ ଏକ ଗଭୀର ଖାଇକୁ ଖସି ପଡ଼ିବାରୁ ସମୁଦାୟ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି। ପୌଟା ସାହିବ ଓ ଶିଲ୍ଲଇ ଉପମଣ୍ଡଳ ସୀମାବର୍ତ୍ତୀ ଅଞ୍ଚଳରେ ଏହି  ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଏତେ ମର୍ମନ୍ତୁଦ ଥିଲା ଯେ, ଘଟଣାସ୍ଥଳରେ ୯ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା।  ଏହାପରେ […]

author-image
Niharika Rout
ଅଦ୍ୟତନ ହୋଇଛି
ବଜାର ଯାଇଥିଲେ ଯୁବକ, ପିଟି ଦେଲା ଅଜଣା ଗାଡ଼ି

ACCIDENT

ଶିମଲା:  ହିମାଚଲ ପ୍ରଦେଶର ସିରମୋରା ଜିଲ୍ଲାରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପ୍ରାୟ ୧୨ ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ମିନି ବସ୍‌ ଏକ ଗଭୀର ଖାଇକୁ ଖସି ପଡ଼ିବାରୁ ସମୁଦାୟ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି।

Advertisment

ପୌଟା ସାହିବ ଓ ଶିଲ୍ଲଇ ଉପମଣ୍ଡଳ ସୀମାବର୍ତ୍ତୀ ଅଞ୍ଚଳରେ ଏହି  ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଏତେ ମର୍ମନ୍ତୁଦ ଥିଲା ଯେ, ଘଟଣାସ୍ଥଳରେ ୯ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା।  ଏହାପରେ ହସ୍ପିଟାଲକୁ ନେବା ପରେ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା।

ଗୁରୁତରମାନଙ୍କୁ ପୌଟା ସାହିବ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର ଡାକ୍ତରୀ ଦଳ ନିୟୋଜିତ କରାଯାଇଥିବା ପୌଟା ସାହିବ ଏଡିଏମ୍‌ ବିବେକ ମହାଜନ କହିଛନ୍ତି।

Advertisment

ଏହି ଦୁର୍ଘଟଣା ସମ୍ପର୍କରେ ଖବର ପ୍ରଚାରିତ ହେବା ପରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଗଭୀର ଶୋକ ପ୍ରକାଶ କରିଛନ୍ତି।  ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରୁ ମୃତକଙ୍କ ପରିବାରବର୍ଗଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ଓ ଗୁରୁତରଙ୍କୁ ୫୦ ହଜାର ଟଙ୍କା ଲେଖାଏ ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ଗୁରୁତରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Accident Roadaccident Himachal Pradesh