୧୦ରେ ହୋଇପାରେ ଚୀନ୍, ଭାରତ ‌ବୈଦେଶିକ ମନ୍ତ୍ରୀସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ତିକ୍ତତା ଲାଗି  ରହିଥିବା ବେଳେ ସୀମାରେ ମଧ୍ୟ ଉତ୍ତେଜନାପୂର୍ଣ୍ଣ ପରିବେଶ ରହିଛି। ଏପରି ସମୟରେ ଉଭୟ ଦେଶ ସୀମାରେ ନିଜ ସ୍ଥିତି ମଜବୁତ କରିବାକୁ ଲାଗି ପଡ଼ିଥିବା ବେଳେ ପ୍ରତିପକ୍ଷର ଗତିବିଧି ଉପରେ ମଧ୍ୟ ତୀକ୍ଷଣ ଦୃଷ୍ଟି ରଖିଛନ୍ତି।

ସୀମାରେ ଉଭୟ ଦେଶ ସୈନ୍ୟ ମୁହାଁମୁହିଁ ହେଉଥିବା ବେଳେ ଲଦାଖରୁ ସଂପୂର୍ଣ୍ଣ ସୈନ୍ୟ ଅପସାରଣ ନିମନ୍ତେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ଆଲୋଚନା କରି ପାରନ୍ତି ଚୀନ୍‌ର ବୈଦେଶିକ ମନ୍ତ୍ରୀ ଓ୍ୱାଙ୍ଗ୍ ୟି । ଏଥିଲାଗି ଆସନ୍ତା ୧୦ ତାରିଖ ସନ୍ଧ୍ୟାରେ ଚୀନ୍ ବୈଦେଶିକ ମନ୍ତ୍ରୀ ମସ୍କୋରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ସେପ୍ଟେମ୍ବର ୧୦ ତାରିଖ ଦିନ ଦୁଇ ନେତା ଲଦାଖ ବିବାଦର ସମାଧାନ ଉପରେ ଆଲୋଚନା କରିପାରନ୍ତି ।

ରୁଷିଆନ୍ ଫେଡେରେସନ ପକ୍ଷରୁ ଆୟୋଜିତ ସାଙ୍ଘାଇ କୋଅପରେସନ୍ ଅର୍ଗାନାଇଜେସନରେ ଯୋଗଦେବାକୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ଆଜି ସନ୍ଧ୍ୟାରେ ମସ୍କୋରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି ।

ଚୀନ୍ ପ୍ରତିପକ୍ଷଙ୍କୁ ଜୟଶଙ୍କର ୩ ହଜାର ୪୮୮ କିଲୋମିଟର ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଅତୀତ ରାଜିନାମା ଅନୁଯାୟୀ ସର୍ବନିମ୍ନ ସୈନ୍ୟ ମୁତୟନ କଥା ମନେପକାଇଦେବେ । ଏଥିସହ ପାଙ୍ଗଙ୍ଗ ହ୍ରଦର ହଟ୍‌ସ୍ପ୍ରିଙ୍ଗ  ଓ ଫିଙ୍ଗର ୪ ଅଞ୍ଚଳରେ ଚୀନ୍ ସୈନ୍ୟମାନେ ପୂର୍ବ ସ୍ଥିତି ଫେରାଇ ଆଣନ୍ତୁ ବୋଲି ସେ ଦାବି କରିବେ ।

ଆହୁରି ପଢ଼ନ୍ତୁ

ଡ୍ରଗ୍ସ ଲିଙ୍କରେ ଦିଆ ମୀର୍ଜା, ବଲିଉଡକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି କହିଥିଲେ

ଆକ୍ସନ ମୁଡରେ ଏନସିବି, ଆଠ ଗିରଫ୍

ଶରଦ ପାଓ୍ୱାରଙ୍କୁ ଆୟକର ବିଭାଗର ନୋଟିସ୍

ବିରୋଧୀଙ୍କ ଭୂମିକାକୁ ଶେଷ କରିବାକୁ ଚାହୁଁଛନ୍ତି ସରକାର: ପାଓ୍ୱାର

ପଦାରେ ପଡ଼ିଲା ସନ ରାଇଜର୍ସର ମିଡିଲ ଅର୍ଡର ଦୁର୍ବଳତା

ଧାରଣା ଶେଷ କଲେ ଆନ୍ଦୋଳନରତ ଆଠ ନିଲମ୍ବିତ ରାଜ୍ୟସଭା ସାଂସଦ

ସାତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ

ଡ୍ରଗ୍ସ ଲିଙ୍କ୍, ଦୀପିକାଙ୍କ ସହଯୋଗୀଙ୍କୁ ସମନ କଲା ଏନସିବି

ଦାବି ପୂରଣ ନହେଲା ଯାଏ ଗୃହ କାର୍ଯ୍ୟରେ ଯୋଗ ଦେବେନି ବିରୋଧୀ

ଏନ୍‌ସିବି ଜାଲରେ ଦୀପିକା!

ପୁଅ ଚାହୁଁଥିଲେ, କିନ୍ତୁ ଜନ୍ମନେବା ପୂର୍ବରୁ ପୁଅକୁ ମାରିଦେଲେ

ରାସ୍ତା ଉପରେ ଅଜଗର, ନାକେଦମ ହେଲା ବନ ବିଭାଗ