୫ ଦିନର ସଂଘର୍ଷ ପରେ ଆଖି ବୁଜିଲେ ନାବାଳିକା, ପ୍ରବଳ ଉତ୍ତେଜନା

ରାଞ୍ଚି: ଫୋନ୍‌ରେ କଥା ହେବାକୁ ମନା କରିବାରୁ ନାବାଳିକାଙ୍କୁ ଜୀଅନ୍ତା ଜାଳିଦେଲେ ଯୁବକ । ଦୀର୍ଘ ୫ ଦିନ ହେବ ମରଣ ସହ ସଂଘର୍ଷ କରି ଶେଷରେ ଜୀବନ ଯୁଦ୍ଧରେ ହାରିଗଲା ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ନାବାଳିକା।  ଏହି ଘଟଣାକୁ ନେଇ ଝାଡ଼ଖଣ୍ଡର ଦୁମକା ଜିଲ୍ଲାରେ ଉତ୍ତେଜନା ପ୍ରକାଶ ପାଇଛି। ଦୀର୍ଘ ୫ ଦିନର ସଂଘର୍ଷ ପରେ ନାବାଳିକାଜଣକ ଆଜି ରାଞ୍ଚିସ୍ଥିତ ରିମ୍ସ ହସ୍ପିଟାଲରେ ଆଖି ବୁଜିବା ପରେ ମୃତଦେହକୁ ତାଙ୍କ ଘରକୁ ଅଣାଯାଇଥିଲା। ଏହି ଖବର […]

Burnt

Burnt

Niharika Rout
  • Published: Monday, 29 August 2022
  • Updated: 29 August 2022, 10:56 AM IST

Sports

Latest News

ରାଞ୍ଚି: ଫୋନ୍‌ରେ କଥା ହେବାକୁ ମନା କରିବାରୁ ନାବାଳିକାଙ୍କୁ ଜୀଅନ୍ତା ଜାଳିଦେଲେ ଯୁବକ । ଦୀର୍ଘ ୫ ଦିନ ହେବ ମରଣ ସହ ସଂଘର୍ଷ କରି ଶେଷରେ ଜୀବନ ଯୁଦ୍ଧରେ ହାରିଗଲା ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ନାବାଳିକା।  ଏହି ଘଟଣାକୁ ନେଇ ଝାଡ଼ଖଣ୍ଡର ଦୁମକା ଜିଲ୍ଲାରେ ଉତ୍ତେଜନା ପ୍ରକାଶ ପାଇଛି।

ଦୀର୍ଘ ୫ ଦିନର ସଂଘର୍ଷ ପରେ ନାବାଳିକାଜଣକ ଆଜି ରାଞ୍ଚିସ୍ଥିତ ରିମ୍ସ ହସ୍ପିଟାଲରେ ଆଖି ବୁଜିବା ପରେ ମୃତଦେହକୁ ତାଙ୍କ ଘରକୁ ଅଣାଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ବହୁ ସଂଖ୍ୟାରେ ଲୋକେ ରାସ୍ତାକୁ ଓହ୍ଲାଇ ଦୁମକା ଟାୱାର ଛକକୁ ଜାମ୍‌ କରିଦେଇଥିଲେ। ପରିସ୍ଥିତିକୁ ନିୟମନ୍ତ୍ରଣ ପାଇଁ ବହୁ ସଂଖ୍ୟାରେ ପୁଲିସ୍‌ ମୁତୟନ କରାଯାଇଥିଲା। ନାବାଳିକାଙ୍କ ମୃତଦେହ ସତ୍କାର ନିମନ୍ତେ ଯିବା ସମୟରେ ବହୁ ସଂଖ୍ୟାରେ ଲୋକେ ଶୋଭାଯାତ୍ରାରେ ସାମିଲ ହୋଇଥଲେ। ଏହା ଏକ ସ୍ପର୍ଶକାତର ମାମଲା ହୋଇଥିବାରୁ ଫାଷ୍ଟ ଟ୍ରାକ୍‌ କୋର୍ଟରେ ଏହାର ଶୁଣାଣି କରିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି।

ସୂଚନା ଅନୁଯାୟୀ, ଦୁମକା ଅଞ୍ଚଳର ଶାହରୁଖ ନାମକ ଯୁବକ ନାବାଳିକାଙ୍କ ଫୋନ୍‌ ନମ୍ବର ଯୋଗାଡ଼ କରି ତାଙ୍କୁ ବାରମ୍ବାର ଫୋନ୍‌ କରୁଥିଲେ। ଏପରିକି ତାଙ୍କ ସହ କଥା ହେବାକୁ କହୁଥିବା ବେଳେ ନାବାଳିକା ଏଥିରେ ରାଜି ହେଉ ନ ଥିଲେ।  ମୋ କଥାରେ ରାଜି ନ ହେଲେ ତୋତେ ଛାଡ଼ିବିନି ବୋଲି ପୂର୍ବରୁ ଧମକ ଦେଇଥିଲେ ଶାହରୁଖ ।

ଗତ ୨୩ତାରିଖ ରାତି ୪ଟା ବେଳେ ହଠାତ୍‌ ଅଙ୍କିତାଙ୍କ ଚିତ୍କାର ଶୁଣିବାକୁ ମିଳିଥିଲା। ଏହା ଶୁଣି ଘରେ ଥିବା ତାଙ୍କ ଜେଜେବାପା, ଜେଜେମା’, ବାପା ଓ ଛୋଟ ଭାଇ ଉଠି ପଡ଼ିଥିଲେ। ଏହାପରେ ସେମାନେ ଅଙ୍କିତା ଜଳୁଥିବା ଦେଖିବାକୁ ପାଇଲେ। ତୁରନ୍ତ ସେମାନେ ତାଙ୍କୁ ଦୁମକା ମେଡିକାଲ କଲେଜ ଓ ପରେ ରାଞ୍ଚିସ୍ଥିତ ରିମ୍ସରେ ଭର୍ତ୍ତି କରିଥିଲେ। ସେଠାରେ ୫ ଦିନର ସଂଘର୍ଷ ପରେ ଆଜି ସକାଳେ ସେ ଆଖି ବୁଜିଛନ୍ତି।

ନିଜ ନାତୁଣୀଙ୍କୁ ଜୀବନରୁ ମାରି ଦେଇଥିବା ଯୁବକକୁ ଫାସି ଦିଆଯାଉ ବୋଲି କାନ୍ଦି କାନ୍ଦି ତାଙ୍କ ଜେଜେମା’ କହିଛନ୍ତି। ଆମ ବୟସ ହୋଇଗଲାଣି, କେତେବେଳେ ବି ଆଖି ବୁଜିଦେବୁ। ତେଣୁ ତୁରନ୍ତ ଅଭିଯୁକ୍ତକୁ ଫାସି ଦିଆଗଲେ ଆମ ଆତ୍ମା ଶାନ୍ତି ପାଇବ ବୋଲି ତାଙ୍କ ଜେଜେମା’ କହିଛନ୍ତି।

ଘରର ଆର୍ଥିକ ସ୍ଥିତି ଠିକ୍‌ ନ ଥିବାରୁ ନାତୁଣୀ ଚାକିରି ଖୋଜୁଥିଲା। ସେ  ଶିକ୍ଷକ ହେବାକୁ ଚାହୁଁଥିଲା। ହେଲେ ସବୁ ଜଳି ପୋଇ ପାଉଁଶ ହୋଇଗଲା ବୋଲି କହିଛନ୍ତି ତାଙ୍କ ଜେଜେବାପା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos