/odisha-reporter/media/post_attachments/uploads/2017/03/rape_f3.jpg)
rape
ଛାତିଥରା ଘଟଣା। ସଭ୍ୟ ସମାଜ ପାଇଁ ଲଜ୍ଜା। । ନିଜର ଯୌନ ଲାଳସା ମେଣ୍ଟାଇବା ଏବଂ ଜଣକୁ ବଦନାମ କରିବା ପାଇଁ ରାକ୍ଷସରୂପୀ ମଣିଷ କେତେ ତଳକୁ ଖସିପାରେ ତା’ର ନଗ୍ନ ଉଦାହରଣ ଆମେରିକାରେ ଦେଖିବାକୁ ମିଳିଛି। ଜଣେ ୧୫ ବର୍ଷର ନାବାଳିକାଙ୍କୁ ଗଣବଳାତ୍କାର ବେଳେ ଫେସବୁକରେ ଚାଲିଲା ଲାଇଭ ଭିଡିଓ। ଲାଇଭ ଭିଡିଓ ଛାଡ଼ିଲେ ବଳାତ୍କାରୀ। ଅମେରିକାର ସିକାଗୋ.ସନଟାଇମସ.କମ.ରେ ଏଭଳି ଖବର ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ନାବାଳିକା ଗତ ରବିବାରଠାରୁ ନିଖୋଜ ଥିଲେ। ଏନେଇ ସେ ଥାନାରେ ମାମଲା ରୁଜୁ କରିଥିଲେ। ତେବେ ନିଖୋଜ ପରେ ତାଙ୍କ ଝିଅଙ୍କୁ କରାଯାଇଥିବା ବଳାତ୍କାର ଦୃଶ୍ୟର ଭିଡିଓ ଭାଇରାଲ ହେଉଥିବା ସେ ଖବର ପାଇଥିଲେ।
ଏନେଇ ସେ ସିକାଗୋ ପୋଲିସ ନିକଟରେ ଅଭିଯୋଗ କରିବାପରେ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ, ୫ରୁ ୬ ଜଣ ଯୁବକ ଉକ୍ତ ନାବାଳିକାକୁ ଜୋରଜବରଦସ୍ତ ବଳାତ୍କାର କରିଥିଲେ। ଏହି ସମୟରେ ଆଉ କିଛି ଯୁବକ ଏହାର ଭିଡିଓ ଉତ୍ତୋଳନ କରି ଫେସବୁକ୍ରେ ଲାଇଭ ପ୍ରସାରଣ କରୁଥିଲେ। ସବୁଠୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଏହି ଭିଡିଓକୁ ୪୦ରୁ ଊର୍ଧ ବ୍ୟକ୍ତି ଦେଖିଥଲେ ମଧ୍ୟ ପୋଲିସକୁ କେହି ଖବର ଦେଇ ନ ଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
