Advertisment

ଅଖାରୁ ମିଳିଲା ଅଭିନେତ୍ରୀଙ୍କ ମୃତଦେହ

ଢାକା:କିଛି ଦିନ ପୂର୍ବେ ନିଖୋଜ ହୋଇ ଯାଇଥିବା ବାଂଲାଦେଶୀ ଅଭିନେତ୍ରୀ ରାଇମା ଇସଲାମ୍‌ ସିମୁଙ୍କ ମୃତଦେହ ଉଦ୍ଧାର ହୋଇଛି। ରାଇମାଙ୍କ ମୃତଦେହ ଢାକା ନିକଟ ହଜରତପୁର ବ୍ରିଜ ନିକଟରେ ଏକ ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ଉଦ୍ଧାର ହୋଇଛି।  ରାଇମାଙ୍କୁ ହତ୍ୟା ଅଭିଯୋଗରେ ପୁଲିସ୍‌ ତାଙ୍କ ସ୍ୱାମୀ ଓ ଡ୍ରାଇଭରଙ୍କୁ ଅଟକ ରଖିଛି। ରାଇମା ଇସଲାମ୍‌ ବାଂଲାଦେଶ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଆଗଧାଡ଼ିର ଅଭିନେତ୍ରୀ ଥିଲେ।  ।  ତାଙ୍କ ନିଖୋଜ ହେବା ନେଇ  ପରିବାର ଲୋକ ଅଭିଯୋଗ […]

ଅଦ୍ୟତନ ହୋଇଛି
ଅଖାରୁ ମିଳିଲା ଅଭିନେତ୍ରୀଙ୍କ ମୃତଦେହ

raima-islam-shimu

Advertisment

ଢାକା:କିଛି ଦିନ ପୂର୍ବେ ନିଖୋଜ ହୋଇ ଯାଇଥିବା ବାଂଲାଦେଶୀ ଅଭିନେତ୍ରୀ ରାଇମା ଇସଲାମ୍‌ ସିମୁଙ୍କ ମୃତଦେହ ଉଦ୍ଧାର ହୋଇଛି। ରାଇମାଙ୍କ ମୃତଦେହ ଢାକା ନିକଟ ହଜରତପୁର ବ୍ରିଜ ନିକଟରେ ଏକ ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ଉଦ୍ଧାର ହୋଇଛି।  ରାଇମାଙ୍କୁ ହତ୍ୟା ଅଭିଯୋଗରେ ପୁଲିସ୍‌ ତାଙ୍କ ସ୍ୱାମୀ ଓ ଡ୍ରାଇଭରଙ୍କୁ ଅଟକ ରଖିଛି।

Advertisment

ରାଇମା ଇସଲାମ୍‌ ବାଂଲାଦେଶ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଆଗଧାଡ଼ିର ଅଭିନେତ୍ରୀ ଥିଲେ।  ।  ତାଙ୍କ ନିଖୋଜ ହେବା ନେଇ  ପରିବାର ଲୋକ ଅଭିଯୋଗ କରିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ଏହାପରେ ଢାକା ପୁଲିସ୍‌ ତରଫରୁ ବିଭିନ୍ନ ସ୍ଥାନରେ ତଲାସୀ ଆରମ୍ଭ କରାଯାଇଥିଲା। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ହଜରତପୁର ବ୍ରିଜ ତଳୁ ଏକ ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଛି। ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯିବା ସହ ତଦନ୍ତ ଚାଲୁଥିବା ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି। ରାଇମାଙ୍କୁ ହତ୍ୟା ଘଟଣାରେ ପୁଲିସ୍‌ ତାଙ୍କ ସ୍ୱାମୀ ସାକତ ଅଲ୍ଲୀ ଓ ତାଙ୍କ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି।

[caption id="attachment_707472" align="aligncenter" width="650"]raima-islam-shimu-with-husb ସ୍ୱାମୀଙ୍କ ସହ ରାଇମା। (ଫାଇଲ୍‌ ଫଟୋ)[/caption]

Advertisment

୪୫ ବର୍ଷୀୟା ଅଭିନେତ୍ରୀଜଣକ ୧୯୯୮ ମସିହାରେ  ‘ବର୍ତ୍ତମାନ’ ଫିଲ୍ମରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ଏଯାବତ ସେ ୨୫ରୁ ଅଧିକ ଫିଲ୍ମରେ ଅଭିନୟ କରି ସାରିଲେଣି। ସେ ବାଲାଂଦେଶ ଫିଲ୍ମ ଆର୍ଟିଷ୍ଟ ଆସୋସିଏଶନର ସକ୍ରିୟ ସଦସ୍ୟ ଥିଲେ । ଫିଲ୍ମ ଛଡ଼ା ସେ ଛୋଟ ପରଦାରେ ଅଭିନୟ କରିବା ସହ ପ୍ରଡ୍ୟୁସର ଭୂମିକା ମଧ୍ୟ ତୁଲାଇଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବାଂଲାଦେଶ ଫିଲ୍ମ ଇଣ୍ଟଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି।

Bangladesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe