Advertisment

ଆମେରିକାର ଆଗାମୀ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ: ଆମେରିକାର ଡେମୋକ୍ରାଟିକ ନେତା ତଥା ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ୍ ଏବଂ ଉପ ରାଷ୍ଟ୍ରପତି କମଲା ହାରିସଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଳମ୍ୱିତ ରାତିରେ ମୋଦି ଏହି ଦୁଇ ନେତାଙ୍କ ସହ ଫୋନରେ କଥା ହୋଇଥିଲେ। ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ମୋଦି ଫୋନ୍ ଜରିଆରେ ବିଡେନଙ୍କୁ ନିର୍ବାଚନରେ ବିଜୟ ପାଇଁ ଅଭିନନ୍ଦନ ଜଣାଇଥିଲେ। ଏହାପରେ ବିଭିନ୍ନ ପ୍ରସଙ୍ଗରେ ମୋଦି ଆଲୋଚନା କରିଥିବା ସୂଚନା ରହିଛି। […]

ଅଦ୍ୟତନ ହୋଇଛି
ବଡ଼ ବିପଦରୁ ରକ୍ଷା କରିଛନ୍ତି ସୁରକ୍ଷାବଳ, ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ

modi1

Advertisment

ନୂଆଦିଲ୍ଲୀ: ଆମେରିକାର ଡେମୋକ୍ରାଟିକ ନେତା ତଥା ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ୍ ଏବଂ ଉପ ରାଷ୍ଟ୍ରପତି କମଲା ହାରିସଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଳମ୍ୱିତ ରାତିରେ ମୋଦି ଏହି ଦୁଇ ନେତାଙ୍କ ସହ ଫୋନରେ କଥା ହୋଇଥିଲେ। ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ।

Advertisment

ମୋଦି ଫୋନ୍ ଜରିଆରେ ବିଡେନଙ୍କୁ ନିର୍ବାଚନରେ ବିଜୟ ପାଇଁ ଅଭିନନ୍ଦନ ଜଣାଇଥିଲେ। ଏହାପରେ ବିଭିନ୍ନ ପ୍ରସଙ୍ଗରେ ମୋଦି ଆଲୋଚନା କରିଥିବା ସୂଚନା ରହିଛି। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କକୁ ମଜବୁତ କରିବା ଉପରେ ମୋଦି ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି। ଏହାବାଦ କରୋନା ମହାମାରୀ, ଜଳବାୟୁ ପରିବର୍ତ୍ତନ ଏବଂ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ସହଯୋଗ ଉପରେ ମୋଦି କଥା ହୋଇଥିବା ସୂଚନା ରହିଛି।

https://twitter.com/narendramodi/status/1328761821302464517

ସେହିପରି ଆମେରିକାର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଭାରତୀୟ ବଂଶୋଦ୍ଭବ କମଲା ହାରିସଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ। କମଲାଙ୍କ ବିଜୟ ଆମେରିକାରେ ଅବସ୍ଥାପତି ଭାରତୀୟ ସମୁଦାୟଙ୍କ ପାଇଁ ଗର୍ବର ବିଷୟ। କମଲାଙ୍କ ବିଜୟ ଦୁଇ ଦେଶର ସମ୍ପର୍କକୁ ମଜବୁତ କରାଇବ ବୋଲି ମୋଦି ଟ୍ୱିଟ କରି କହିଛନ୍ତି।

Advertisment

https://twitter.com/narendramodi/status/1328761973140439041

ଏହାପୂର୍ବରୁ ଆମେରିକା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ମୋଦି ଟ୍ୱିଟ୍ କରି ବିଡେନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଜାନୁଆରୀ ମାସରେ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବରେ ବିଡେନ୍ ଶପଥ ନେବାକୁ ଯାଉଛନ୍ତି।

Joe Biden
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe