Advertisment

ସ୍ୱିସ୍ ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି

ଜେନେଭା:  ସୁଇଜରଲାଣ୍ଡ ସହିତ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ଼ କରିବା ସଂପର୍କରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଇଜରଲାଣ୍ଡ ରାଷ୍ଟ୍ରପତି ଜୋହନ ସ୍ନାଇଡର ଅମ୍ମାନଙ୍କ ସହ କଥାବାର୍ତ୍ତା କରିଛନ୍ତି। ନିଜର ପଞ୍ଚରାଷ୍ଟ୍ରୀୟ ବିଦେଶ ଗସ୍ତର ତୃତୀୟ ଚରଣରେ ମୋଦି ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଦୋହାରୁ ଆସି ଜେନେଭାରେ ପହଞ୍ଚିଥିଲେ। ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ବିକାଶ ସ୍ୱରୂପ ଆଜି ଟ୍ୱିଟ୍ କରିଛନ୍ତି,“ବିଳମ୍ବିତ ରାତିରେ ଆଗମନ ପରେ ବଡ଼ି ସକାଳେ ସାକ୍ଷାତକାର। ନରେନ୍ଦ୍ର ମୋଦି ସ୍ୱିସ୍ ରାଷ୍ଟ୍ରପତି ସ୍ନାଇଡ଼ର ଅମ୍ମାନଙ୍କୁ […]

author-image
Rakesh Mallick
ଅଦ୍ୟତନ ହୋଇଛି
ସ୍ୱିସ୍ ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି

modi

modiଜେନେଭା:  ସୁଇଜରଲାଣ୍ଡ ସହିତ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ଼ କରିବା ସଂପର୍କରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଇଜରଲାଣ୍ଡ ରାଷ୍ଟ୍ରପତି ଜୋହନ ସ୍ନାଇଡର ଅମ୍ମାନଙ୍କ ସହ କଥାବାର୍ତ୍ତା କରିଛନ୍ତି। ନିଜର ପଞ୍ଚରାଷ୍ଟ୍ରୀୟ ବିଦେଶ ଗସ୍ତର ତୃତୀୟ ଚରଣରେ ମୋଦି ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଦୋହାରୁ ଆସି ଜେନେଭାରେ ପହଞ୍ଚିଥିଲେ।

Advertisment

ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ବିକାଶ ସ୍ୱରୂପ ଆଜି ଟ୍ୱିଟ୍ କରିଛନ୍ତି,“ବିଳମ୍ବିତ ରାତିରେ ଆଗମନ ପରେ ବଡ଼ି ସକାଳେ ସାକ୍ଷାତକାର। ନରେନ୍ଦ୍ର ମୋଦି ସ୍ୱିସ୍ ରାଷ୍ଟ୍ରପତି ସ୍ନାଇଡ଼ର ଅମ୍ମାନଙ୍କୁ ଭେଟିଲେ।”

ଏହା ପରେ ଦୁଇ ନେତାଙ୍କ ଉପସ୍ଥିତିରେ ପ୍ରତିନିଧିମଣ୍ଡଳସ୍ତରୀୟ କଥାବାର୍ତ୍ତା ହୋଇଥିଲା।

Advertisment

ପଞ୍ଚରାଷ୍ଟ୍ରୀୟ ଗସ୍ତ ପୂର୍ବରୁ ମୋଦି କହିଥିଲେ ଯେ ସୁଇଜରଲାଣ୍ଡ ୟୁରୋପରେ ଭାରତର ପ୍ରମୁଖ ଅଂଶୀଦାର। ସେ କହିଥିଲେ,“ଦ୍ୱିପାକ୍ଷିକ ଓ ବହୁପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ଼ କରିବା ସମ୍ପର୍କରେ ମୁଁ ରାଷ୍ଟ୍ରପତି ସ୍ନାଇଡ଼ର ଅମ୍ମାନଙ୍କ ସହ କଥାବାର୍ତ୍ତା କରିବି। ଜେନେଭାରେ ମୁଁ ଶିଳ୍ପପତିଙ୍କ ସହିତ କଥା ହେବି। ଅର୍ଥନୈତିକ ଓ ପୁଞ୍ଜିନିବେଶ କ୍ଷେତ୍ରରେ ସଂପର୍କ ଏହି କଥାବାର୍ତ୍ତାର ପ୍ରମୁଖ ଉଦ୍ଦେଶ୍ୟ। ‘ସିଇଆର୍‌ଏନ୍‌’ରେ କାର୍ଯ୍ୟ କରୁଥିବା ଭାରତୀୟ ବୈଜ୍ଞାନିକଙ୍କୁ ଦେଖା କରିବି। ମାନବ ସମାଜର କଲ୍ୟାଣ ପାଇଁ ନୂଆ ସମ୍ଭାବନା ଖୋଜିବାରେ ସେମାନଙ୍କର କାର୍ଯ୍ୟ ପାଇଁ ଭାରତ ଗର୍ବିତ।”

କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ ସ୍ୱିସ୍ ବ୍ୟାଙ୍କରେ ଥିବା ଭାରତୀୟଙ୍କ କଳାଧନ ପ୍ରସଙ୍ଗ ଉଠାଇ ପାରନ୍ତି।

୪୮ ସଦସ୍ୟ ବିଶିଷ୍ଟ ନ୍ୟୁକ୍ଲିୟର ସପ୍ଲାୟର୍ସ ଗ୍ରୁପ୍‌ରେ ଭାରତର ସଦସ୍ୟତା ସଂପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିପାରନ୍ତି। କାରଣ ସୁଇଜରଲାଣ୍ଡ ଏହି ଗ୍ରୁପ୍‌ର ଏକ ପ୍ରମୁଖ ସଦସ୍ୟ।

ମୋଦି ନିଜର ପଞ୍ଚଦେଶୀୟ ଗସ୍ତ ଆଫଗାନିସ୍ତାନରୁ ଆରମ୍ଭ କରିଥିଲେ। ଏଠାରୁ ସେ ଆମେରିକା ଓ ତା’ ପରେ ମେକ୍ସିକୋ ଯିବେ।”