- ଛୋଟ ଭୁଲ୍ ଯୋଗୁ ସାରା ଜୀବନର ତପସ୍ୟା ନଷ୍ଟ ହୋଇଯାଏ, ତେଣୁ ଦେଖି ରଖି କଥା କହିବେ, କାମ କରିବେ
- ଟିଭିର ମାଇକ୍ ଦେଖି ପ୍ରଲୋଭିତ ହେବେନି, ନ ବୁଝି ନସୁଝି କିଛି କହିବେନି
- କିଛି ନେତା ସକାଳୁ ଉଠି ରାଷ୍ଟ୍ର ଉଦ୍ଦେଶ୍ୟରେ ସନ୍ଦେଶ ଦେବାର ଅଭ୍ୟାସ ଅଛି, ମିଡିଆ ଲୋକ ବି ସକାଳୁ ସକାଳୁ ଗେଟ୍ ଆଗରେ ଅପେକ୍ଷା କରିଥିବେ
- କିଛି ମିଡିଆ ଆପଣଙ୍କୁ ଉସୁକୋଉଥିବେ, ପ୍ରଥମେ ଆସିଛନ୍ତି, କିଛି ବିଶେଷ ଅନୁଭବ କୁହନ୍ତୁ
- ଆପଣମାନେ ନା ଓ ଫଟୋ ଛପେଇବାରେ କିମ୍ବା ନିଜ ଚେହେରା ଦେଖେଇବା ଲୋଭରେ ରୁହନ୍ତୁନି
- ଏ ସବୁ ଲୋଭରୁ ନିଜରୁ ବଞ୍ଚାନ୍ତୁ, ମିଡିଆ ପଚାରିଲେ କୁହନ୍ତୁ, କଣ ହେଇଛି ମୁଁ ଘଟଣା ବୁଝିସାରେ ତା ପରେ କହିବି
- ମିଡିଆକୁ ଦୋଷ ଦେଇ ଲାଭ ନାହିଁ, ଆମର ମୋହ ହିଁ ଆମରୁ ସମସ୍ୟାରେ ପକାଇଥାଏ
- ଦୁନିଆରେ କୌଣସି କଥା ଅଫ୍ ଦି ରେକର୍ଡ ନାହିଁ, ସମସ୍ତେ ପକେଟ୍ରେ ଯନ୍ତ୍ର ଧରିକି ଆସନ୍ତି, ଆପଣଙ୍କ ଅଡିଓ ନ୍ୟୁଜ୍ ହେଇଯାଏ
- ଏ ସବୁ ଘଟଣାରୁ ନିଜରୁ ବଂଚାନ୍ତୁ, ଏଇସବୁ ଛୋଟ ଘଟଣା ଆପଣଙ୍କ ତପସ୍ୟା ନଷ୍ଟ କରିଦିଏ
- ସତୁରୀ ବର୍ଷ ଧରି ଏମାନେ ଗୋଟେ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦ୍ୱାରା ପରିଚାଳିତ, ତେଣୁ ସେମାନଙ୍କୁ ଦୋଷ ଦେବାନି
- ଆମେ ନିଜ କଥାରେ, ବ୍ୟବହାରରେ, କାମରେ ନିଜକୁ ସୀମା ଭିତରେ ରଖି କାମ କରିବା
- ଟିକେ ବି ଅହଂକାର ଆମ ଚାରିପାଖର ମଣିଷମାନଙ୍କୁ ଆମଠାରୁ ଦୂରେଇ ଦିଏ
- ଆଗାମୀ ଦିନରେ ମୋର ଏ ସବୁ ପରାମର୍ଶ ଆପଣଙ୍କର ନିଶ୍ଚୟ କାମରେ ଆସିବ
- ଦିଲ୍ଲୀକୁ ଟିକେ ହୁସିଆର ଥିବେ, ଏଠି ଅଟୋବାଲା ବି ଆପଣଙ୍କୁ ହଠାତ୍ ସମ୍ମାନ ଦେବ, ବିନା କାରଣରେ ନୁହେଁ
- ସେମାନେ ଆପଣ ଆସୁ ଆସୁ ଏତେ ସେବା କରିବେ ଯେ, ଆପଣଙ୍କୁ ସେମାନେ ପଙ୍ଗୁ କରିଦେବି
- କିଛିଦିନ ଭିତରେ ବନ୍ଧୁତା ହେଇଯିବ, କିନ୍ତୁ ବର୍ଷେ ଦୁଇବର୍ଷ ଭିତରେ ସେ ଆପଣଙ୍କୁ ଲୁଟି ଦେଇଥିବ
- ତେଣୁ ସେବା କରିବା ବାଲା ଲୋକଙ୍କଠାରୁ ଦୂରେଇ ରୁହନ୍ତୁ, ଏମାନେ ଆପଣଙ୍କୁ ପଙ୍ଗୁ କରିଦେବେ
- ନିଜ ଅଞ୍ଚଳରେ ଆପଣ ନିଜ ଲୋକ ନିଜେ ବାଛନ୍ତୁ, ନହେଲେ ନିଜ ଲୋକମାନେ ହିଁ ଆପଣଙ୍କୁ ଅସୁବିଧାରେ ପକେଇବେ
- ଭିଆଇପି କଲଚରଠାରୁ ଦୂରେଇ ରୁହନ୍ତୁ, ଏ ଦେଶ ତାକୁ ଘୃଣା କରେ
- ଏୟାରପୋର୍ଟରେ ଧାଡିରେ ଠିଆ ହୁଅନ୍ତୁ, ନିଜର ଟିକେଟ ନିଜେ ଚେକ୍ କରନ୍ତୁ
- ଆପଣ ଜଣେ ସାଧାରଣ ଲୋକ, ସମସ୍ତଙ୍କ ପରି ଆପଣ ବି ସବୁକିଛି ନିଜେ କରିବେ, ସଙ୍କୋଚ କରନ୍ତୁନି
- ଲାଲ୍ ଲାଇଟ୍ ନିଜ ମନରୁ ହଟେଇ ଦିଅନ୍ତୁ, ଏହା ଏକ ନିଶା, ହଇରାଣ କରିଦେବ
- ପ୍ରତି ଜାଗାରେ ଲୋକ ଅଛନ୍ତି, ଆପଣଙ୍କ ଫଟୋ ଉଠେଇକି ସୋସିଆଲ ମିଡିଆରେ ଛାଡିଦେବେ
- ଆପଣ ବୁଲୁଥିବେ, ସେ ଲୋକକୁ ଖୋଜୁଥିବେ, ସମୟ ନଷ୍ଟ କରୁଥିବେ
- ଆପଣ କେଉଁ ସ୍ଥାନର ପ୍ରତିନିଧି ହେଇପାରନ୍ତି, କିନ୍ତୁ ଆପଣ ଦେଶର ସାଂସଦ, ସାରା ଦେଶର ଚିନ୍ତା କରିବେ
- ଭୁଲ୍ ସମସ୍ତଙ୍କର ହୁଏ, ଆପଣଙ୍କର ବି ହେବ, କିନ୍ତୁ ବେଶୀଥର ନହେଲେ ଭଲ
- କୌଣସି କାମ କଲା ବେଳେ ଦେଶର ସବୁଠାରୁ ଶେଷ ଲୋକଟିର କଥା ଥରେ ଚିନ୍ତା କରନ୍ତୁ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।