Advertisment

ନୂଆ ସାଂସଦଙ୍କୁ ଏଇସବୁ ଟିପ୍ସ ଦେଲେ ମୋଦି

ଛୋଟ ଭୁଲ୍ ଯୋଗୁ ସାରା ଜୀବନର ତପସ୍ୟା ନଷ୍ଟ ହୋଇଯାଏ, ତେଣୁ ଦେଖି ରଖି କଥା କହିବେ, କାମ କରିବେ ଟିଭିର ମାଇକ୍ ଦେଖି ପ୍ରଲୋଭିତ ହେବେନି, ନ ବୁଝି ନସୁଝି କିଛି କହିବେନି କିଛି ନେତା ସକାଳୁ ଉଠି ରାଷ୍ଟ୍ର ଉଦ୍ଦେଶ୍ୟରେ ସନ୍ଦେଶ ଦେବାର ଅଭ୍ୟାସ ଅଛି, ମିଡିଆ ଲୋକ ବି ସକାଳୁ ସକାଳୁ ଗେଟ୍ ଆଗରେ ଅପେକ୍ଷା କରିଥିବେ କିଛି ମିଡିଆ ଆପଣଙ୍କୁ ଉସୁକୋଉଥିବେ, ପ୍ରଥମେ ଆସିଛନ୍ତି, କିଛି ବିଶେଷ ଅନୁଭବ କୁହନ୍ତୁ ଆପଣମାନେ […]

ଅଦ୍ୟତନ ହୋଇଛି
ନୂଆ ସାଂସଦଙ୍କୁ ଏଇସବୁ ଟିପ୍ସ ଦେଲେ ମୋଦି

1

Advertisment
  • ଛୋଟ ଭୁଲ୍ ଯୋଗୁ ସାରା ଜୀବନର ତପସ୍ୟା ନଷ୍ଟ ହୋଇଯାଏ, ତେଣୁ ଦେଖି ରଖି କଥା କହିବେ, କାମ କରିବେ
  • ଟିଭିର ମାଇକ୍ ଦେଖି ପ୍ରଲୋଭିତ ହେବେନି, ନ ବୁଝି ନସୁଝି କିଛି କହିବେନି
  • କିଛି ନେତା ସକାଳୁ ଉଠି ରାଷ୍ଟ୍ର ଉଦ୍ଦେଶ୍ୟରେ ସନ୍ଦେଶ ଦେବାର ଅଭ୍ୟାସ ଅଛି, ମିଡିଆ ଲୋକ ବି ସକାଳୁ ସକାଳୁ ଗେଟ୍ ଆଗରେ ଅପେକ୍ଷା କରିଥିବେ
  • କିଛି ମିଡିଆ ଆପଣଙ୍କୁ ଉସୁକୋଉଥିବେ, ପ୍ରଥମେ ଆସିଛନ୍ତି, କିଛି ବିଶେଷ ଅନୁଭବ କୁହନ୍ତୁ
  • ଆପଣମାନେ ନା ଓ ଫଟୋ ଛପେଇବାରେ କିମ୍ବା ନିଜ ଚେହେରା ଦେଖେଇବା ଲୋଭରେ ରୁହନ୍ତୁନି
  • ଏ ସବୁ ଲୋଭରୁ ନିଜରୁ ବଞ୍ଚାନ୍ତୁ, ମିଡିଆ ପଚାରିଲେ କୁହନ୍ତୁ, କଣ ହେଇଛି ମୁଁ ଘଟଣା ବୁଝିସାରେ ତା ପରେ କହିବି
  • ମିଡିଆକୁ ଦୋଷ ଦେଇ ଲାଭ ନାହିଁ, ଆମର ମୋହ ହିଁ ଆମରୁ ସମସ୍ୟାରେ ପକାଇଥାଏ
  • ଦୁନିଆରେ କୌଣସି କଥା ଅଫ୍ ଦି ରେକର୍ଡ ନାହିଁ, ସମସ୍ତେ ପକେଟ୍‌ରେ ଯନ୍ତ୍ର ଧରିକି ଆସନ୍ତି, ଆପଣଙ୍କ ଅଡିଓ ନ୍ୟୁଜ୍ ହେଇଯାଏ
  • ଏ ସବୁ ଘଟଣାରୁ ନିଜରୁ ବଂଚାନ୍ତୁ, ଏଇସବୁ ଛୋଟ ଘଟଣା ଆପଣଙ୍କ ତପସ୍ୟା ନଷ୍ଟ କରିଦିଏ
  • ସତୁରୀ ବର୍ଷ ଧରି ଏମାନେ ଗୋଟେ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦ୍ୱାରା ପରିଚାଳିତ, ତେଣୁ ସେମାନଙ୍କୁ ଦୋଷ ଦେବାନି
  • ଆମେ ନିଜ କଥାରେ, ବ୍ୟବହାରରେ, କାମରେ ନିଜକୁ ସୀମା ଭିତରେ ରଖି କାମ କରିବା
  • ଟିକେ ବି ଅହଂକାର ଆମ ଚାରିପାଖର ମଣିଷମାନଙ୍କୁ ଆମଠାରୁ ଦୂରେଇ ଦିଏ
  • ଆଗାମୀ ଦିନରେ ମୋର ଏ ସବୁ ପରାମର୍ଶ ଆପଣଙ୍କର ନିଶ୍ଚୟ କାମରେ ଆସିବ
  • ଦିଲ୍ଲୀକୁ ଟିକେ ହୁସିଆର ଥିବେ, ଏଠି ଅଟୋବାଲା ବି ଆପଣଙ୍କୁ ହଠାତ୍ ସମ୍ମାନ ଦେବ, ବିନା କାରଣରେ ନୁହେଁ
  • ସେମାନେ ଆପଣ ଆସୁ ଆସୁ ଏତେ ସେବା କରିବେ ଯେ, ଆପଣଙ୍କୁ ସେମାନେ ପଙ୍ଗୁ କରିଦେବି
  • କିଛିଦିନ ଭିତରେ ବନ୍ଧୁତା ହେଇଯିବ, କିନ୍ତୁ ବର୍ଷେ ଦୁଇବର୍ଷ ଭିତରେ ସେ ଆପଣଙ୍କୁ ଲୁଟି ଦେଇଥିବ
  • ତେଣୁ ସେବା କରିବା ବାଲା ଲୋକଙ୍କଠାରୁ ଦୂରେଇ ରୁହନ୍ତୁ, ଏମାନେ ଆପଣଙ୍କୁ ପଙ୍ଗୁ କରିଦେବେ
  • ନିଜ ଅଞ୍ଚଳରେ ଆପଣ ନିଜ ଲୋକ ନିଜେ ବାଛନ୍ତୁ, ନହେଲେ ନିଜ ଲୋକମାନେ ହିଁ ଆପଣଙ୍କୁ ଅସୁବିଧାରେ ପକେଇବେ
  • ଭିଆଇପି କଲଚରଠାରୁ ଦୂରେଇ ରୁହନ୍ତୁ, ଏ ଦେଶ ତାକୁ ଘୃଣା କରେ
  • ଏୟାରପୋର୍ଟରେ ଧାଡିରେ ଠିଆ ହୁଅନ୍ତୁ, ନିଜର ଟିକେଟ ନିଜେ ଚେକ୍ କରନ୍ତୁ
  • ଆପଣ ଜଣେ ସାଧାରଣ ଲୋକ, ସମସ୍ତଙ୍କ ପରି ଆପଣ ବି ସବୁକିଛି ନିଜେ କରିବେ, ସଙ୍କୋଚ କରନ୍ତୁନି
  • ଲାଲ୍ ଲାଇଟ୍ ନିଜ ମନରୁ ହଟେଇ ଦିଅନ୍ତୁ, ଏହା ଏକ ନିଶା, ହଇରାଣ କରିଦେବ
  • ପ୍ରତି ଜାଗାରେ ଲୋକ ଅଛନ୍ତି, ଆପଣଙ୍କ ଫଟୋ ଉଠେଇକି ସୋସିଆଲ ମିଡିଆରେ ଛାଡିଦେବେ
  • ଆପଣ ବୁଲୁଥିବେ, ସେ ଲୋକକୁ ଖୋଜୁଥିବେ, ସମୟ ନଷ୍ଟ କରୁଥିବେ
  • ଆପଣ କେଉଁ ସ୍ଥାନର ପ୍ରତିନିଧି ହେଇପାରନ୍ତି, କିନ୍ତୁ ଆପଣ ଦେଶର ସାଂସଦ, ସାରା ଦେଶର ଚିନ୍ତା କରିବେ
  • ଭୁଲ୍ ସମସ୍ତଙ୍କର ହୁଏ, ଆପଣଙ୍କର ବି ହେବ, କିନ୍ତୁ ବେଶୀଥର ନହେଲେ ଭଲ
  • କୌଣସି କାମ କଲା ବେଳେ ଦେଶର ସବୁଠାରୁ ଶେଷ ଲୋକଟିର କଥା ଥରେ ଚିନ୍ତା କରନ୍ତୁ
Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe