Advertisment

ମୋଦିଙ୍କ ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତ: ଦକ୍ଷିଣେଶ୍ୱର କାଳୀ ମନ୍ଦିରରେ କଲେ ପୂଜାର୍ଚ୍ଚନା

କୋଲକାତା:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି। ଆଜି ସକାଳୁ ସେ ଦକ୍ଷିଣେଶ୍ୱର କାଳୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି ଦକ୍ଷିଣେଶ୍ୱର କାଳୀ ମନ୍ଦିରକୁ ଯାଇଛନ୍ତି। ଏହାପୂର୍ବରୁ ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଏହି ମନ୍ଦିରକୁ ଆସିଥିଲେ। ଚଳିତମାସ ୩୧ ତାରିଖରେ ଏହି ମନ୍ଦିରକୁ ୧୬୦ ବର୍ଷ ପୁରୁଛି। ଏହି ଅବସରରେ ଏହି ମନ୍ଦିରକୁ ଦେଶର କୋଣ ଅନୁକାଣରୁ ବହୁ ଭକ୍ତଙ୍କ ସମାଗମ ହେବ। ଏହା ନେଇ […]

author-image
Rakesh Mallick
ଅଦ୍ୟତନ ହୋଇଛି
ମୋଦିଙ୍କ ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତ: ଦକ୍ଷିଣେଶ୍ୱର କାଳୀ ମନ୍ଦିରରେ କଲେ ପୂଜାର୍ଚ୍ଚନା

modi

କୋଲକାତା:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି। ଆଜି ସକାଳୁ ସେ ଦକ୍ଷିଣେଶ୍ୱର କାଳୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି ଦକ୍ଷିଣେଶ୍ୱର କାଳୀ ମନ୍ଦିରକୁ ଯାଇଛନ୍ତି। ଏହାପୂର୍ବରୁ ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଏହି ମନ୍ଦିରକୁ ଆସିଥିଲେ। ଚଳିତମାସ ୩୧ ତାରିଖରେ ଏହି ମନ୍ଦିରକୁ ୧୬୦ ବର୍ଷ ପୁରୁଛି। ଏହି ଅବସରରେ ଏହି ମନ୍ଦିରକୁ ଦେଶର କୋଣ ଅନୁକାଣରୁ ବହୁ ଭକ୍ତଙ୍କ ସମାଗମ ହେବ। ଏହା ନେଇ ସେ ମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରିଛନ୍ତି। ଏହା ପରେ ସେ ରାମକୃଷ୍ଣ ମିଶନ ସେବା ପ୍ରତିଷ୍ଠାନ(ହସ୍ପିଟାଲ) ବୁଲି ଦେଖିଥିଲେ। ଏହାସହ ସେ ସ୍ୱାମୀ ଆତ୍ମାସନ୍ଥାନନ୍ଦଙ୍କୁ ଭଟିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଏହାପରେ ସ ବେଲୁର ମଠକୁ ଯାଇଥିଲେ। ସେଠାରେ ଥିବା ବିବେକାନନ୍ଦଙ୍କ ସମାଧି ସ୍ଥଳ ଓ ଧ୍ୟାନସ୍ଥଳକୁ ବୁଲି ଦେଖିଥିଲେ। ସୂଚନାଯୋଗ୍ୟ, ଶନିବାର ପ୍ରଧାନମନ୍ତ୍ରୀ ସମାଜିକ ସୁରକ୍ଷା ଦେଉଥିବା ତିନୋଟି ମହତ୍ତ୍ୱପୂର୍ଣ୍ଣ ଯୋଜନାର ଶୁଭାରମ୍ଭ ପାଇଁ ସେଠାକୁ ଯାଇଥିଲେ।

Advertisment