Advertisment

ମୋଗା ପୁଣି ଚର୍ଚ୍ଚାରେ: ୨୩ ବର୍ଷୀୟ ଯୁବତୀଙ୍କୁ ଗଣଧର୍ଷଣ

ଚଣ୍ଡିଗଡ଼: ପୁଣି ଚର୍ଚ୍ଚାକୁ ଆସିଛି ପଞ୍ଜାବର ମୋଗା ସହର। ଏଥର ବି ଚର୍ଚ୍ଚା ଏକ ଖରାପ କାରଣକୁ ନେଇ। ଗତ ମଙ୍ଗଳବାର ଏଠାରେ କିଛି ଯୁବକ ଜଣେ ନାବାଳିକାକୁ ଅସଦାଚରଣ କରିବା ସହିତ ଚଳନ୍ତି ବସରୁ ଫୋପାଡ଼ି ଦେଇଥିଲେ। ଫଳରେ ତାଙ୍କର ମୃତୁ୍ୟ ହୋଇଯାଇଥିଲା। ତାଙ୍କ ମାଆଙ୍କୁ ବି ସେମାନେ ବସରୁ ଠେଲି ଦେଇଥିଲେ। ସେ ଗୁରୁତର ଆହତ ହୋଇଛନ୍ତି। ଏ ଦୁଃଖଦ ଘଟଣାରୁ ମୋଗାବାସୀ ବାହାରି ନ ଥିବା ବେଳେ ଆଜି ଜଣାପଡ଼ିଛି ଯେ ଗତ […]

author-image
Rakesh Mallick
ମୋଗା ପୁଣି ଚର୍ଚ୍ଚାରେ: ୨୩ ବର୍ଷୀୟ ଯୁବତୀଙ୍କୁ ଗଣଧର୍ଷଣ

mogarape

ଚଣ୍ଡିଗଡ଼: ପୁଣି ଚର୍ଚ୍ଚାକୁ ଆସିଛି ପଞ୍ଜାବର ମୋଗା ସହର। ଏଥର ବି ଚର୍ଚ୍ଚା ଏକ ଖରାପ କାରଣକୁ ନେଇ। ଗତ ମଙ୍ଗଳବାର ଏଠାରେ କିଛି ଯୁବକ ଜଣେ ନାବାଳିକାକୁ ଅସଦାଚରଣ କରିବା ସହିତ ଚଳନ୍ତି ବସରୁ ଫୋପାଡ଼ି ଦେଇଥିଲେ। ଫଳରେ ତାଙ୍କର ମୃତୁ୍ୟ ହୋଇଯାଇଥିଲା। ତାଙ୍କ ମାଆଙ୍କୁ ବି ସେମାନେ ବସରୁ ଠେଲି ଦେଇଥିଲେ। ସେ ଗୁରୁତର ଆହତ ହୋଇଛନ୍ତି। ଏ ଦୁଃଖଦ ଘଟଣାରୁ ମୋଗାବାସୀ ବାହାରି ନ ଥିବା ବେଳେ ଆଜି ଜଣାପଡ଼ିଛି ଯେ ଗତ ବୁଧବାର ମୋଗାରେ ଜଣେ ୨୩ ବର୍ଷୀୟ ଯୁବତୀଙ୍କୁ ଗଣବଳାକ୍ରାର କରାଯାଇଥିଲା। ଯୁବତୀ ଜଣଙ୍କ ସେଦିନ ତାଙ୍କର ଜଣେ ବାନ୍ଧବୀଙ୍କ ଘରକୁ ଯାଇଥିଲେ। ତାଙ୍କ ସହିତ ତାଙ୍କର ପୁରୁଷ ବନ୍ଧୁ ବି ସେଠାକୁ ଯାଇଥିଲେ। ସେଠାରେ ଯୁବତୀଙ୍କ ବାନ୍ଧବୀଙ୍କ ସ୍ୱାମୀ ଓ ତାଙ୍କର ଅନ୍ୟ ସାତ ଜଣ ବନ୍ଧୁ ତାଙ୍କୁ ଧର୍ଷଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ସମସ୍ତ ଅଭିଯୁକ୍ତ ମଦ ପିଇଥିଲେ। ଧର୍ଷଣ କରି ସାରିବା ପରେ ସେମାନେ ଯୁବତୀ ଜଣଙ୍କୁ ଗାଁ ବାହାରେ ଛାଡ଼ି ଦେଇଥିଲେ । ପୀଡ଼ିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି। ଏ ନେଇ ଏକ ମାମଲା ବି ରୁଜୁ କରିଛି ପୁଲିସ୍। ତେବେ ଏଯାବତ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇପାରି ନାହିଁ।

Advertisment

ଅନ୍ୟପକ୍ଷରେ ଅସଦାଚରଣ ପରେ ବସରୁ ଠେଲି ନାବାଳିକାକୁ ମାରିବା ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ସେହିପରି ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ମଧ୍ୟ ମାନିଛନ୍ତି ଏହି ବସଟି ତାଙ୍କ ପରିବାର ଦ୍ୱାରା ପରିଚାଳିତ ଏକ କଂପାନୀର। ତେବେ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ଓ ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଏ ମାମଲାରେ କେନ୍ଦ୍ର ସରକାର ମଧ୍ୟ ପଞ୍ଜାବ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି।