ଦୁର୍ଘଟଣାର ସମ୍ମୁଖୀନ ହେଲେ ମହମ୍ମଦ ଆଝାରୁଦ୍ଦିନ୍

କୋଟା: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନର ସଭାପତି ମହମ୍ମଦ ଆଝାରୁଦ୍ଦିନ୍ ଦୁର୍ଘଟଣାର ଶିକାର ହୋଇଛନ୍ତି। ଦୁର୍ଘଟଣା ସମୟରେ ତାଙ୍କ କାର ଓଲଟି ପଡିଥିଲା। ହେଲେ ସୌଭାଗ୍ୟ ବଶତଃ ତାଙ୍କର କୌଣସି କ୍ଷତି ହୋଇନି।

ରାଜସ୍ଥାନର ଲାଲସୋଟ-କୋଟା ହାଇଓ୍ୱରେ ସୁରୱାଲ ଥାନା ଦେଇ ଆଝାରୁଦ୍ଦିନ୍ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ୫୭ ବର୍ଷୀୟ ଆଝାରୁଦ୍ଦିନ ତାଙ୍କ ପରିବାର ସହିତ ରଣଥମ୍ବୋରକୁ ଯାଉଥିବାବେଳେ ଏହି ଘଟଣା ଘଟିଥିଲା ବୋଲି ତାଙ୍କ ବ୍ୟକ୍ତିଗତ ସହାୟକ ସୂଚନା ଦେଇଛନ୍ତି। ଆଝାରୁଦ୍ଦିନ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ଆଉ ଏକ କାର ହୋଟେଲ୍ ନେଇଯାଇଛି ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।