Advertisment

କୁମ୍ଭରେ ୩ୟ ସାହି ସ୍ନାନ: ପବିତ୍ର ବୁଡ଼ ପକାଇଲେ ୨ କୋଟି ଶ୍ରଦ୍ଧାଳୁ

ପ୍ରୟାଗରାଜ: ସଙ୍ଗମ ସହରରେ ଚାଲିଛି ଆସ୍ଥାର ମହାପର୍ବ ‘କୁମ୍ଭ’। ଆଜି ହେଉଛି ବସନ୍ତ ପଞ୍ଚମୀ। ଆଉ ଏହି ବସନ୍ତ ପଞ୍ଚମୀ ବା ଶ୍ରୀ ପଞ୍ଚମୀ ତିଥିରେ କୁମ୍ଭ ମେଳାରେ ତୃତୀୟ ସାହି ସ୍ନାନ ବା ଶେଷ ସ୍ନାନ ଅନୁଷ୍ଠିତ ହୋଇଛି। ଏହି ତୃତୀୟ ବା ଶେଷ ସାହି ସ୍ନାନରେ ପାଖାପାଖି ୨ କୋଟିରୁ ଅଧିକ ଲୋକେ ସଙ୍ଗମରେ ପବିତ୍ର ବୁଡ଼ ପକାଇଛନ୍ତି। କୁମ୍ଭ ମେଳାର ଅଧିକାରୀ ବିଜୟ କିରନ୍‌ ଆନନ୍ଦ କହିଛନ୍ତି କି, ରବିବାର ବସନ୍ତ ପଞ୍ଚମୀ ଅବସରରେ […]

କୁମ୍ଭରେ ୩ୟ ସାହି ସ୍ନାନ: ପବିତ୍ର ବୁଡ଼ ପକାଇଲେ ୨ କୋଟି ଶ୍ରଦ୍ଧାଳୁ

snana

Advertisment

ପ୍ରୟାଗରାଜ: ସଙ୍ଗମ ସହରରେ ଚାଲିଛି ଆସ୍ଥାର ମହାପର୍ବ ‘କୁମ୍ଭ’। ଆଜି ହେଉଛି ବସନ୍ତ ପଞ୍ଚମୀ। ଆଉ ଏହି ବସନ୍ତ ପଞ୍ଚମୀ ବା ଶ୍ରୀ ପଞ୍ଚମୀ ତିଥିରେ କୁମ୍ଭ ମେଳାରେ ତୃତୀୟ ସାହି ସ୍ନାନ ବା ଶେଷ ସ୍ନାନ ଅନୁଷ୍ଠିତ ହୋଇଛି। ଏହି ତୃତୀୟ ବା ଶେଷ ସାହି ସ୍ନାନରେ ପାଖାପାଖି ୨ କୋଟିରୁ ଅଧିକ ଲୋକେ ସଙ୍ଗମରେ ପବିତ୍ର ବୁଡ଼ ପକାଇଛନ୍ତି।

Advertisment

କୁମ୍ଭ ମେଳାର ଅଧିକାରୀ ବିଜୟ କିରନ୍‌ ଆନନ୍ଦ କହିଛନ୍ତି କି, ରବିବାର ବସନ୍ତ ପଞ୍ଚମୀ ଅବସରରେ ସମାଜର ସବୁ ବର୍ଗର ୨କୋଟିରୁ ଅଧିକ ଲୋକ ଏଠାରେ ବୁଡ଼ ପକାଇଛନ୍ତି। ତେଣୁ ସୁରକ୍ଷା ବ୍ୟବସ୍ଥା ବି କଡ଼ା କଡ଼ି କରାଯାଇଛି।

ଅଖିଳ ଭାରତୀୟ କଳା ପରିଷଦ ଅଧ୍ୟକ୍ଷ ନରେନ୍ଦ୍ର ଗିରି କହିଛନ୍ତି, କୁମ୍ଭ ମେଳାରେ ତିନି ସାହି ସ୍ନାନ ବା ତିନି ପର୍ବ ସ୍ନାନ ରହିଥାଏ। କୁମ୍ଭ ମେଳା ଜାନୁଆରୀ ୧୫କୁ ମକର ସଂକ୍ରାନ୍ତି ଦିନ ଆରମ୍ଭ ହୋଇଥିଲା । ପ୍ରଥମ ସାହି ସ୍ନାନ ସେଇ ଦିନ ଆରମ୍ଭ ହୋଇଥିଲା। ଦ୍ୱିତୀୟ ସାହି ସ୍ନାନ ଫେବୃଆରୀ ୪ବା  ମୌନୀ ଅମାବାସ୍ୟା ଦିନ ଥିଲା। ତୃତୀୟ ସାହି ସ୍ନାନ ଆଜି ତଥା ପଞ୍ଚମୀରେ ସାହି ସ୍ନାନ ଶେଷ ହୋଇଛି।

Advertisment

ସୂଚନା ଅନୁଯାୟୀ ବସନ୍ତ ପଞ୍ଚମୀରେ ଶ୍ରଦ୍ଧାଳୁ ତିନି ଥର ବୁଡ଼ ପକାଇଲେ ଗଙ୍ଗା ଯମୁନା, ସରସ୍ୱତୀଙ୍କର ଆଶିର୍ବାଦ ମିଳିଥାଏ। ଏଥିପାଇଁ ଶ୍ରଦ୍ଧାଳୁଙ୍କ ପାଇଁ ଏହାର ଖୁବ୍‌ ମହତ୍ୱ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe