Advertisment

ହିଂସାକାଣ୍ଡରେ କ’ଣ କ୍ଷୟକ୍ଷତି ହୋଇଛି, ହିସାବ ଦେଲା ଦିଲ୍ଲୀ ପୁଲିସ୍‌

ନୂଆଦିଲ୍ଲୀ: ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଆଜି ପ୍ରବଳ ହିଂସାକାଣ୍ଡ ଘଟିଥିଲା। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦିଲ୍ଲୀ ପୁଲିସ୍‌ କହିଛି। ଏଥିସହ ଚାଷୀମାନେ ଆଇଟିଓ ଜଙ୍କସନରେ ପୁଲିସ୍‌ ଉପରେ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ କରିଥିଲେ। ଏହି ଘଟଣାରେ ୮୩ ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି। ପୂରା ଘଟଣାରେ ୪ଟି ମାମଲା ରୁଜୁ ହୋଇଥିବା ପଶ୍ଚିମ ରେଞ୍ଜ ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଦିଲ୍ଲୀ ପୁଲିସ୍‌ କହିଛି ଯେ ସାଧାରଣ ସମ୍ପତ୍ତିକୁ କ୍ଷତି ପହଞ୍ଚାଇଥିବା […]

ଅଦ୍ୟତନ ହୋଇଛି
ହିଂସାକାଣ୍ଡରେ କ’ଣ କ୍ଷୟକ୍ଷତି ହୋଇଛି, ହିସାବ ଦେଲା ଦିଲ୍ଲୀ ପୁଲିସ୍‌

fc

Advertisment

ନୂଆଦିଲ୍ଲୀ: ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଆଜି ପ୍ରବଳ ହିଂସାକାଣ୍ଡ ଘଟିଥିଲା। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦିଲ୍ଲୀ ପୁଲିସ୍‌ କହିଛି। ଏଥିସହ ଚାଷୀମାନେ ଆଇଟିଓ ଜଙ୍କସନରେ ପୁଲିସ୍‌ ଉପରେ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ କରିଥିଲେ। ଏହି ଘଟଣାରେ ୮୩ ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି। ପୂରା ଘଟଣାରେ ୪ଟି ମାମଲା ରୁଜୁ ହୋଇଥିବା ପଶ୍ଚିମ ରେଞ୍ଜ ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଦିଲ୍ଲୀ ପୁଲିସ୍‌ କହିଛି ଯେ ସାଧାରଣ ସମ୍ପତ୍ତିକୁ କ୍ଷତି ପହଞ୍ଚାଇଥିବା ଚାଷୀ ଓ ସେମାନଙ୍କ ସମର୍ଥକମାନଙ୍କ ନାଁରେ ମାମଲା ରୁଜୁ ହୋଇଛି। ପାଣ୍ଡବ ନଗର ଓ ସୀମାପୁରୀ ପୁଲିସ୍‌ ଷ୍ଟେସନରେ ଗୋଟିଏ ଲେଖାଏ ଏଫଆଇଆର ରୁଜୁ କରାଯାଇଥିବା ବେଳେ ଗାଜିପୁର ପୁଲିସ୍‌ ଷ୍ଟେସନରେ ଦୁଇ ଏଫଆାଇଆର ହୋଇଛି। ଆନ୍ଦୋଳନକାରୀମାନେ ୮ଟି ଡିଟିସି ବସ, ୩୦୦ ବ୍ୟାରିକେଡ, ୪ଟି କଣ୍ଟେନର ଓ ୧୭ଟି ସରକାରୀ ଗାଡ଼ିକୁ ଭାଙ୍ଗି ଦେଇଛନ୍ତି।

ଅନ୍ୟପକ୍ଷରେ ଆହତ ହୋଇଥିବା ପୁଲିସ୍‌ କର୍ମଚାରୀମାନେ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଲଏନଜେପିରେ ୩୮ ଜଣ, ସିଭିଲ ଲାଇନ ହସ୍ପିଟାଲରେ ୧୧ ଜଣ, ଅରୁଣା ଅସିଫ ଅଲୀ ହସ୍ପିଟାଲରେ ୮ ଜଣ, ଲେଡି ହାର୍ଡିଜ ଓ ତ୍ରିନାଥ ରାମ ଶାହ ହସ୍ପିଟାଲରେ ୪ ଜଣ ଲେଖାଏ ପୁଲିସ୍‌ କର୍ମଚାରୀ ଚିକିତ୍ସିତ ହେଉଛନ୍ତି। ଦିଲ୍ଲୀ-ନୋଏଡା ସୀମାରେ ଟ୍ରାକ୍ଟର ଓଲଟି ଦୁଇ ଜଣ ଚାଷୀ ମଧ୍ୟ ଆହତ ହୋଇଥିବା ପୁଲିସ୍‌ କହିଛି।

Advertisment

ଦିଲ୍ଲୀରେ ଟ୍ରାଫିକ ଓ ମେଟ୍ରୋ ସେବା ସ୍ୱାଭାବିକ ହୋଇଥିଲେ ହେଁ ସହରର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଅର୍ଦ୍ଧସାମାରିକ ବାହିନୀ ବି ମୁତୟନ ହୋଇଛନ୍ତି।

ଅଧିକ ପଢ଼ନ୍ତୁ >> ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଉନ୍ମୋଚିତ ହେଲା ‘ପରୀକ୍ଷା ଦର୍ପଣ

Farmer Protest Farmer Riot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe