Advertisment

ଡରାଇଲାଣି ଓମିକ୍ରନ, ଦିନକରେ ଚିହ୍ନଟ ହେଲେ ଲକ୍ଷେରୁ ଅଧିକ ଆକ୍ରାନ୍ତ

ଲଣ୍ଡନ:ପୁଣି ଥରେ ମହାମାରୀ ଦ୍ୱାରା କବଳିତ ହେବାକୁ ଯାଉଛି ବିଶ୍ୱ। ଲୋକଙ୍କୁ ଡରାଇବାକୁ ଆରମ୍ଭ କଲାଣି ଓମିକ୍ରନ । ଦିନକୁ ଦିନ ରେକର୍ଡ ଭାଙ୍ଗି ଦ୍ରୁତ ଗତିରେ ମାଡ଼ି ଚାଲିଛି ଏହି ଭୂତାଣୁ। ଦିନକରେ ବ୍ରିଟେନରେ କେବଳ ଲକ୍ଷେରୁ ଊର୍ଦ୍ଧ୍ୱ ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଦେଶରେ କେବଳ ୧ ଲକ୍ଷ ୧୯ ହଜାର ୭୮୯ ମାମଲା ସାମନାକୁ ଆସିଛି। ଏହା ପୂର୍ବରୁ ବୁଧବାର ମଧ୍ୟ ଦେଶରେ ଲକ୍ଷେରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। […]

ଡରାଇଲାଣି ଓମିକ୍ରନ, ଦିନକରେ ଚିହ୍ନଟ ହେଲେ ଲକ୍ଷେରୁ ଅଧିକ ଆକ୍ରାନ୍ତ

omicron

Advertisment

ଲଣ୍ଡନ:ପୁଣି ଥରେ ମହାମାରୀ ଦ୍ୱାରା କବଳିତ ହେବାକୁ ଯାଉଛି ବିଶ୍ୱ। ଲୋକଙ୍କୁ ଡରାଇବାକୁ ଆରମ୍ଭ କଲାଣି ଓମିକ୍ରନ । ଦିନକୁ ଦିନ ରେକର୍ଡ ଭାଙ୍ଗି ଦ୍ରୁତ ଗତିରେ ମାଡ଼ି ଚାଲିଛି ଏହି ଭୂତାଣୁ। ଦିନକରେ ବ୍ରିଟେନରେ କେବଳ ଲକ୍ଷେରୁ ଊର୍ଦ୍ଧ୍ୱ ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଦେଶରେ କେବଳ ୧ ଲକ୍ଷ ୧୯ ହଜାର ୭୮୯ ମାମଲା ସାମନାକୁ ଆସିଛି।

Advertisment

ଏହା ପୂର୍ବରୁ ବୁଧବାର ମଧ୍ୟ ଦେଶରେ ଲକ୍ଷେରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ବୁଧବାର କେବଳ ଇଂଲଣ୍ଡରେ ୧ ଲକ୍ଷ, ୦୬, ୧୨୨ ମାମଲା ସାମନାକୁ ଆସିଥିଲା।

ବ୍ରିଟେନରେ ଏ ଯାବତ କରୋନାରେ ୧ ଲକ୍ଷ ୪୭ ହଜାର ୭୨୦ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି।   ଇଂଲଣ୍ଡରେ କରୋନା ଗ୍ରାଫ ଏବେ ଉପରମୁହାଁ ଥିବା ବେଳେ ଡାକ୍ତରଖାନାରେ ଭର୍ତ୍ତି ରୋଗୀଙ୍କ ସଂଖ୍ୟା ମଧ୍ୟ ଧିରେ ଧିରେ ବଢ଼ିବାରେ ଲାଗିଲାଣି।

Advertisment

ହେଲେ ଓମିକ୍ରନକୁ ନେଇ ସାମାନ୍ୟ ଆଶ୍ୱସ୍ତ ଥିବା ବ୍ରିଟେନର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ପ୍ରାଥମିକ ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ, ପୂର୍ବ ଥର ଅପେକ୍ଷା ଚଳିତ ଥର କରୋନା ଭାରିଆଣ୍ଟରେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସେପରି ଗୁରୁତର ହେଉନି। ଫଳରେ ସେମାନଙ୍କୁ ହସ୍ପିଟାଲରେ ଆଡମିଟ ହେବାର ଆବଶ୍ୟକତା ପଡ଼ୁନି। କିନ୍ତୁ ଏହାକୁ ହାଲକା ଭାବେ ନ ନେବାକୁ ସେ ଚେତାଇ ଦେଇଛନ୍ତି। ଏନେଇ ସେ କହିଛନ୍ତି, ଯଦି ମାମଲା ବଢ଼ିବାରେ ଲାଗିବ ତେବେ ହସ୍ପିଟାଲରେ ଭର୍ତ୍ତି ସଂଖ୍ୟା ମଧ୍ୟ ବଢ଼ିବାକୁ ଲାଗିବ । ତେଣୁ ଏବେଠୁ ଢିଲାପଣ କରିବା ଉଚିତ ନୁହେଁ।

ରାତି ପାହିଲେ ଖ୍ରୀଷ୍ଟମାସ ଥିବାରୁ ଗହଳି ହେବାର ଆଶଙ୍କା ରହିଛି। ହେଲେ ଏହା ଉପରେ ଶକ୍ତ କଟକଣା ଲାଗୁ କରି ନାହାନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ। ବରଂ ସେ ଦେଶବାସୀଙ୍କ ସୁରକ୍ଷା ପାଇଁ ବୁଷ୍ଟର ଡୋଜ ଉପରେ ଗୁରୁତ୍ୱାରୋପ କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe