Advertisment

ପଞ୍ଚଭୂତରେ ଲୀନ ହେଲା ଅଟଳ ବିହାରୀଙ୍କ ପାର୍ଥିବ ଶରୀର, ଇନ୍ଦ୍ର ବି ଜଣାଇଲେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଭାରତୀୟ ରାଜନୀତିର ମହାଦ୍ରୁମ ତଥା ଭୀଷ୍ମ ପିତାମହ ଅଟଳ ବିହାରୀ ବାଜପେୟୀ ଶେଷରେ ପଞ୍ଚଭୂତରେ ଲୀନ ହୋଇଛନ୍ତି। ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶୁକ୍ରବାର ଅପରାହ୍ଣ ୪.୫୬ରେ ସ୍ମୃତିସ୍ଥଳରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ହିନ୍ଦୁ ରୀତିନୀତି ଅନୁଯାୟୀ ତାଙ୍କ ପୋଷ୍ୟକନ୍ୟା ନମିତା ଭଟ୍ଟାଚାର୍ଯ୍ୟ ଅଟଳଜୀଙ୍କ ପାର୍ଥିବ ଶରୀରରେ ମୁଖାଗ୍ନି ଦେଇଥିଲେ। ୨୧ ତୋପ ସଲାମି ସହ ଅଟଳଜୀଙ୍କୁ ବିଦାୟ ଦିଆଯାଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅଟଳଜୀଙ୍କ ଚିତା ଜଳିବା ମାତ୍ରେ […]

author-image
Amaresh Biswal
ଅଦ୍ୟତନ ହୋଇଛି
ପଞ୍ଚଭୂତରେ ଲୀନ ହେଲା ଅଟଳ ବିହାରୀଙ୍କ ପାର୍ଥିବ ଶରୀର, ଇନ୍ଦ୍ର ବି ଜଣାଇଲେ ଶ୍ରଦ୍ଧାଞ୍ଜଳି

1

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଭାରତୀୟ ରାଜନୀତିର ମହାଦ୍ରୁମ ତଥା ଭୀଷ୍ମ ପିତାମହ ଅଟଳ ବିହାରୀ ବାଜପେୟୀ ଶେଷରେ ପଞ୍ଚଭୂତରେ ଲୀନ ହୋଇଛନ୍ତି। ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶୁକ୍ରବାର ଅପରାହ୍ଣ ୪.୫୬ରେ ସ୍ମୃତିସ୍ଥଳରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି।

Advertisment

ହିନ୍ଦୁ ରୀତିନୀତି ଅନୁଯାୟୀ ତାଙ୍କ ପୋଷ୍ୟକନ୍ୟା ନମିତା ଭଟ୍ଟାଚାର୍ଯ୍ୟ ଅଟଳଜୀଙ୍କ ପାର୍ଥିବ ଶରୀରରେ ମୁଖାଗ୍ନି ଦେଇଥିଲେ। ୨୧ ତୋପ ସଲାମି ସହ ଅଟଳଜୀଙ୍କୁ ବିଦାୟ ଦିଆଯାଇଥିଲା।

publive-image

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅଟଳଜୀଙ୍କ ଚିତା ଜଳିବା ମାତ୍ରେ ଝିପ୍‌ଝିପ୍‌ ବର୍ଷା ମଧ୍ୟ ହୋଇଥିଲା। ଲାଗୁଥିଲା ଏହି ମହାନ ଜନନାୟକଙ୍କୁ ହରାଇ ପ୍ରକୃତି ବି ଦୁଃଖରେ ଭାଙ୍ଗି ପଡ଼ିଛି। ସେଥିପାଇଁ ବର୍ଷା ଆକାରରେ ତା’ ଆଖିରୁ ଲୁହ ମଧ୍ୟ ଝରୁଛି।

Advertisment

publive-image

ଅଟଳଜୀଙ୍କୁ ସ୍ମୃତିସ୍ଥଳରେ ଅନ୍ତିମ ବିଦାୟ ଦେବା ସମୟରେ ସମଗ୍ର ପରିବେଶ ବେଶ ଗମ୍ଭୀର ହୋଇଉଠିଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦଳମତ ନିର୍ବିଶେଷରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅଟଳଜୀଙ୍କ ଶେଷକୃତ୍ୟରେ ସାମିଲ ହୋଇଥିଲେ।  ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧି ମଧ୍ୟ ଅଟଳଜୀଙ୍କ ଶେଷ ଦର୍ଶନ କରିଥିଲେ।

publive-image

ଏହି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସମେତ ପଡ଼ୋଶୀ ପାକିସ୍ତାନର ଏକ ପ୍ରତିନିଧି ଦଳ, ନେପାଳ, ଶ୍ରୀଲଙ୍କା, ଭୁଟାନର ରାଜା ଓ  ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ମଧ୍ୟ ଅଟଳଜୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମରିସସ୍‌ରେ ମଧ୍ୟ ରାଷ୍ଟ୍ରୀୟ ଶୋକ ପାଳନ ହୋଇଛି। ସେଠାରେ ଭାରତୀୟ ଜାତୀୟ ପତାକା ସହ ମରିସସ୍‌ ପତାକାକୁ ଅଟଳଜୀଙ୍କ ସମ୍ମାନାର୍ଥେ ଅର୍ଦ୍ଧନିର୍ମିତ କରାଯାଇଥିଲା।

publive-image

ଦେଶର ରାଷ୍ଟ୍ରପତି ରାମନାଥଜ କୋବିନ୍ଦ, ୩ ସେନା ମୁଖ୍ୟ, ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ, ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ, ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବରିଷ୍ଠ ବିଜେପି ନେତା ଏଲ୍‌କେ ଆଡଭାନି, ଭୁଟାନ୍‌ ନରେଶ ଜିଗମେ କେଶରୀ ନମାଗାୟଲ ୱାଙ୍ଗଚୁକ୍‌, ଵାଂଲାଦେଣ ବୈଦେଶିକ ମନ୍ତ୍ରୀ ଅବଦୁଲ ହସନ ମହମ୍ମଦ ଅଲ୍ଲୀ, ନେପାଳର ବୈଦଶିକ ମନ୍ତ୍ରୀ ପ୍ରଦୀପ କୁମାର, ପୂର୍ବତନ ଆଫ୍‌ଗାନ୍‌ ରାଷ୍ଟ୍ରପତି ହମିଦ୍‌ କରଜାଇ, ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ତିଲକ ମରାପନ୍‌, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପ୍ରମୁଖ ଅନ୍ତିମ ଯାତ୍ରାଠାରୁ  ଚିତା ଜଳିବା ପର୍ଯ୍ୟନ୍ତ ଅଟଳଜୀଙ୍କ ପାଖେପାଖେ ରହିଥିଲେ।

publive-image

ପୂର୍ବରୁ ପାଖାପାଖି ମଧ୍ୟାହ୍ଣ ୧ଟା ବେଳେ ସେନାର ସ୍ୱତନ୍ତ୍ର ଗାଡ଼ିରେ ବିଜେପି ମୁଖ୍ୟାଳୟରୁ  ତ୍ରିରଙ୍ଗାରେ ଆଚ୍ଛାଦିତ ଅଟଳଜୀଙ୍କ ପାର୍ଥିବ ଶରୀରକୁ ଏକ ବିରାଟ୍‌ ପଟୁଆରରେ ସ୍ମୃତିସ୍ଥଳକୁ ଅଣା ଯାଇଥିଲା।  ଏହି ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇ ଏକ ଜନସମୁଦ୍ରର ଭ୍ରମ ସୃଷ୍ଟି କରିଥିଲେ। ସମସ୍ତଙ୍କ ମୁହଁରୁ 'ଅଟଳଜୀ ଅମର ରହେ' ନାରା ଶୁଣିବାକୁ ମିଳିଥିଲା।  ଖୋଦ୍‌ ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହ ଗାଡ଼ି ପଛେ ପଛେ ଚାଲିଚାଲି ବିଜେପି କାର୍ଯ୍ୟାୟରୁ ସ୍ମୃତିସ୍ଥଳକୁ ଆସିଥିଲେ।

publive-image