Advertisment

ମାର୍ଚ୍ଚ ୩୧ ଯାଏ ବନ୍ଦ ରହିବ ସମସ୍ତ ଐତିହ୍ୟ ସ୍ଥଳ

ନୂଆଦିଲ୍ଲୀ: ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ବା ଏଏସ୍‌ଆଇ ଅଧୀନରେ ଥିବା ସମସ୍ତ ଐତିହ୍ୟ ସ୍ଥଳ ବା କୀର୍ତ୍ତିରାଜି ଆସନ୍ତା ମାର୍ଚ୍ଚ ୩୧ ଯାଏ ବନ୍ଦ ରହିବ। ଅର୍ଥାତଏହି ସମୟରେ ପର୍ଯ୍ୟଟକମାନେ ବୁଲିବାକଚ ଯାଇପାରିବନେ ନାହିଁ। କରୋନା ଭାଇରସ୍‌ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ପଟେଲ୍‌ କହିଛନ୍ତି। ଖୁବ୍‌ଶୀଘ୍ର ଏନେଇ ବିଧିବଦ୍ଧ ଭାବେ ନିର୍ଦ୍ଦେଶ ଆସିବ ବୋଲି ସେ କହିଛନ୍ତି। ସେ କହିଛନ୍ତି, ସମସ୍ତ ଏଏସ୍‌ଆଇ ଐତିହ୍ୟ ସ୍ଥଳ ଏବଂ କେନ୍ଦ୍ରୀୟ […]

ମାର୍ଚ୍ଚ ୩୧ ଯାଏ ବନ୍ଦ ରହିବ ସମସ୍ତ ଐତିହ୍ୟ ସ୍ଥଳ

Tajmahal

Advertisment

ନୂଆଦିଲ୍ଲୀ: ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ବା ଏଏସ୍‌ଆଇ ଅଧୀନରେ ଥିବା ସମସ୍ତ ଐତିହ୍ୟ ସ୍ଥଳ ବା କୀର୍ତ୍ତିରାଜି ଆସନ୍ତା ମାର୍ଚ୍ଚ ୩୧ ଯାଏ ବନ୍ଦ ରହିବ। ଅର୍ଥାତଏହି ସମୟରେ ପର୍ଯ୍ୟଟକମାନେ ବୁଲିବାକଚ ଯାଇପାରିବନେ ନାହିଁ। କରୋନା ଭାଇରସ୍‌ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ପଟେଲ୍‌ କହିଛନ୍ତି। ଖୁବ୍‌ଶୀଘ୍ର ଏନେଇ ବିଧିବଦ୍ଧ ଭାବେ ନିର୍ଦ୍ଦେଶ ଆସିବ ବୋଲି ସେ କହିଛନ୍ତି।

Advertisment

ସେ କହିଛନ୍ତି, ସମସ୍ତ ଏଏସ୍‌ଆଇ ଐତିହ୍ୟ ସ୍ଥଳ ଏବଂ କେନ୍ଦ୍ରୀୟ ସଂଗ୍ରହାଳୟ ମାର୍ଚ୍ଚ ୩୧ ଯାଏ ବନ୍ଦ ରହିବ। କରୋନା ବ୍ୟାପିବା ପରେ ଏହାକୁ ଗୁରୁତ୍ୱର ସହ ନିଆଯାଇ ଏଭଳି କଟକଣା ଲାଗୁ କରାଯାଇଛି।

ସୂଚନାଯୋଗ୍ୟ ଯେ, ସାରା ଦେଶରେ ମୋଟ ୩,୬୯୧ସଂରକ୍ଷିତ ଐତିହ୍ୟ ସ୍ଥଳ ରହିଛି। ମନ୍ତ୍ରୀସ୍ତରୀୟ ବୈଠକର ଆଲୋଚନା ଅନୁଯାୟୀ ଏହିସବୁ ସ୍ଥାନ ପାଇଁ କଟକଣା ଲାଗୁ କରାଯିବ।

Advertisment

ଏହି ବୈଠକରେ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ସୋଶାଲ ଡିଷ୍ଟାନ୍ସିଂକୁ ଗୁରୁତ୍ୱ ଦିଆଯାଇଛି। ଏପରିକି ସ୍କୁଲ ଓ ୟୁନିଭର୍ସିଟି ଆଦି ଶିକ୍ଷାନୁଷ୍ଠାନ, ଜିମ୍‌, ସଂଗ୍ରହାଳୟ, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ, ସ୍ୱମିଂ ପୁଲ୍‌ ଏବଂ ଥିଏଟର ଆଦି ସର୍ବସାଧାରଣ ସ୍ଥାନ ବନ୍ଦ କରିବାକୁ ପ୍ରସ୍ତାବ ଦିଆଯାଇଛି। ଛାତ୍ରଛାତ୍ରୀ ଘରେ ରହି ପଢ଼ାପଢ଼ି କରିବେ ଏବଂ ଅନ୍‌ଲାଇନ୍‌ ଶିକ୍ଷାକୁ ଗୁରୁତ୍ୱ ଦିଆଯିବାର ପ୍ରସ୍ତାବ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe