Advertisment

ଫ୍ଲୋର ଟେଷ୍ଟ; ମଙ୍ଗଳବାର ଯାଏ ମହଲତ ଦେଲେ ମଧ୍ୟପ୍ରଦେଶ ରାଜ୍ୟପାଳ

ଭୋପାଳ: ପୁଣି ନୂଆ ତାରିଖ, ପୁଣି ମହଲତ। ମଧ୍ୟପ୍ରଦେଶ ସରକାର ଫ୍ଲୋର ଟେଷ୍ଟର ସାମ୍ନା କରିବା ପାଇଁ ମଙ୍ଗଳବାର ଯାଏ ମହଲତ ଦେଇଛନ୍ତି ରାଜ୍ୟପାଳ ଲାଲଜୀ ଟଣ୍ଡନ୍‌। ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ଚିଠି ଲେଖି ଲାଲଜୀ ଫ୍ଲୋର ଟେଷ୍ଟ ପାଇଁ କହିଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଥିଲେ, ରାଜ୍ୟପାଳ ଟଣ୍ଡନ୍‌ ଫ୍ଲୋର ଟେଷ୍ଟ ନିର୍ଦ୍ଦେଶ ଦେଇ ପକ୍ଷପାତିତା କରୁଛନ୍ତି। ବର୍ତ୍ତମାନ ରାଜ୍ୟପାଳ କଡ଼ା ଭାଷାରେ ଏହାର ଉତ୍ତର ରଖିଛନ୍ତି। ସେ ଲେଖିଛନ୍ତି, କମଲ ନାଥଙ୍କ ଚିଠିର ଭାଷା […]

ଅଦ୍ୟତନ ହୋଇଛି
ଫ୍ଲୋର ଟେଷ୍ଟ; ମଙ୍ଗଳବାର ଯାଏ ମହଲତ ଦେଲେ ମଧ୍ୟପ୍ରଦେଶ ରାଜ୍ୟପାଳ

kamal-nath

Advertisment

ଭୋପାଳ: ପୁଣି ନୂଆ ତାରିଖ, ପୁଣି ମହଲତ। ମଧ୍ୟପ୍ରଦେଶ ସରକାର ଫ୍ଲୋର ଟେଷ୍ଟର ସାମ୍ନା କରିବା ପାଇଁ ମଙ୍ଗଳବାର ଯାଏ ମହଲତ ଦେଇଛନ୍ତି ରାଜ୍ୟପାଳ ଲାଲଜୀ ଟଣ୍ଡନ୍‌। ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ଚିଠି ଲେଖି ଲାଲଜୀ ଫ୍ଲୋର ଟେଷ୍ଟ ପାଇଁ କହିଛନ୍ତି।

Advertisment

ପୂର୍ବରୁ ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଥିଲେ, ରାଜ୍ୟପାଳ ଟଣ୍ଡନ୍‌ ଫ୍ଲୋର ଟେଷ୍ଟ ନିର୍ଦ୍ଦେଶ ଦେଇ ପକ୍ଷପାତିତା କରୁଛନ୍ତି। ବର୍ତ୍ତମାନ ରାଜ୍ୟପାଳ କଡ଼ା ଭାଷାରେ ଏହାର ଉତ୍ତର ରଖିଛନ୍ତି। ସେ ଲେଖିଛନ୍ତି, କମଲ ନାଥଙ୍କ ଚିଠିର ଭାଷା ଅଣବୈଧାନିକ ଏବଂ ଫ୍ଲୋର ଟେଷ୍ଟକୁ ମନା କରିବାକୁ ସେ ଦେଖାଇଥିବା କାରଣ ଭିତ୍ତିହୀନ।

ଟଣ୍ଡନ୍‌ ଲେଖିଛନ୍ତି, “ଆପଣ ଦେଇଥିବା ଉତ୍ତରର ଭାବନା ଏବଂ ଭାଷା ମୋତେ ଦୁଃଖିତ କରିଛି। ଏହା ବୈଧାନିକ ନିୟମର ଉଲ୍ଲଂଘନ କରୁଛି।” ସେ ଆହୁରି ମଧ୍ୟ ଲେଖିଛନ୍ତି, ଦୁଃଖର କଥା ଯେ ଆପଣ ମୁଁ ନିର୍ଦ୍ଧାରଣ କରିଥିବା ସମୟ ଅବଧିରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବା ବଦଳରେ ଆସ୍ଥା ଭୋଟ୍‌ ପ୍ରତି ନିଜର ଅକ୍ଷମତା ପ୍ରକାଶ କରିଛନ୍ତି।

Advertisment

ଚିଠି ଶେଷରେ ରାଜ୍ୟପାଳ ଲେଖିଛନ୍ତି, ମଙ୍ଗଳବାର ସୁଦ୍ଧା ସରକାର ଆସ୍ଥା ଭୋଟ୍‌ର ସାମ୍ନା କରନ୍ତୁ। ନଚେତ ବୁଝାଯିବ ଯେ ସରକାର ଗୃହରେ ସଂଖ୍ୟା ଗରିଷ୍ଠତା ହରାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe