ମୁମ୍ବାଇ ଫିଲ୍ମସିଟିରେ ଗୁଳିକାଣ୍ଡ : ସିକ୍ୟୁରିଟି ଠିକାଦାର ଗୁରୁତର

ମୁମ୍ୱାଇ:  ମୁମ୍ବାଇ ଫିଲ୍ମସିଟିରେ ଶୁକ୍ରବାର ଘଟିଛି ଗୁଳିକାଣ୍ଡ । ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଗେଟ୍ ନମ୍ୱର -୨ ରେ ଥିବା ସିକ୍ୟୁରିଟି ଠିକାଦାରଙ୍କ ଉପରକୁ ୩ ରାଉଣ୍ଡ ଗୁଳି କରି  ଫେରାର ହୋଇଯାଇଥିଲେ । ଆହତ ଠିକାଦାରଙ୍କ ନାମ ରାଜୁ ସିନ୍ଧେ। ଗୁରୁତର  ଅବସ୍ଥାରେ ରାଜୁଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ତାଙ୍କ ପେଟ ଓ ବାହୁରେ  ଗୁଳି ଲାଗିଛି । ସିକ୍ୟୁରିଟି ଏଜେନ୍ସି ଚଳାଉଥିବା ବ୍ୟକ୍ତିମାନେ ଏହି ଗୁଳିକାଣ୍ଡ କରିଥିବା କୁହାଯାଉଛି […]

bollywood

Rakesh Mallick
  • Published: Friday, 22 May 2015
  • , Updated: 22 May 2015, 12:15 PM IST

ମୁମ୍ୱାଇ:  ମୁମ୍ବାଇ ଫିଲ୍ମସିଟିରେ ଶୁକ୍ରବାର ଘଟିଛି ଗୁଳିକାଣ୍ଡ । ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଗେଟ୍ ନମ୍ୱର -୨ ରେ ଥିବା ସିକ୍ୟୁରିଟି ଠିକାଦାରଙ୍କ ଉପରକୁ ୩ ରାଉଣ୍ଡ ଗୁଳି କରି  ଫେରାର ହୋଇଯାଇଥିଲେ । ଆହତ ଠିକାଦାରଙ୍କ ନାମ ରାଜୁ ସିନ୍ଧେ। ଗୁରୁତର  ଅବସ୍ଥାରେ ରାଜୁଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ତାଙ୍କ ପେଟ ଓ ବାହୁରେ  ଗୁଳି ଲାଗିଛି । ସିକ୍ୟୁରିଟି ଏଜେନ୍ସି ଚଳାଉଥିବା ବ୍ୟକ୍ତିମାନେ ଏହି ଗୁଳିକାଣ୍ଡ କରିଥିବା କୁହାଯାଉଛି । ଘଟଣା ପରେ ପରେ ପୋଲିସ୍ ସେମାନଙ୍କ ପିଛା କରିଥିଲେ ସୁଦ୍ଧା ଦୁର୍ବୃତ୍ତ ମାନଙ୍କୁ ଧରିବାରେ ବିଫଳ ହୋଇଛି ।

ଏହି ଗୁଳିକାଣ୍ଡ ସମୟରେ ବିଗ୍ ବି ଅମିତାଭ ବଚ୍ଚନ ଏଠାରେ ଫିଲ୍ମ ଶୁଟିଂ କରୁଥିଲେ । ଘଟଣାସ୍ଥଳରୁ ମାତ୍ରା ୨୦ ଫୁଟ୍ ଦୂରରେ ଅମିତାଭ ଉପସ୍ଥିତ ଥିଲେ। ନିଜେ ଅମିତାଭ ଟ୍ୱଟି କରି ଏହିକଥା ଜଣାଇଛନ୍ତି । ସେ ଟ୍ୱଟ୍ କରିଛନ୍ତି ଯେ, ଦିନ ୨ଟା ବେଳେ ଫିଲ୍ମସିଟିରେ ଗୁଳିକାଣ୍ଡ ହୋଇଥିଲା । ଦୁର୍ବୃତ୍ତମାନ ତିନିରାଉଣ୍ଡ ଗୁଳି କରିଥିଲେ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଆଉ ଜଣେ ଗୁରୁତର ଅଛନ୍ତି।

Related story