Advertisment

ମମତାଙ୍କୁ ଝଟକା: ଦୁର୍ଗାପୂଜା ପରେ ରାଜ୍ୟସଭା ପଦରୁ ଇସ୍ତଫା ଦେଇ ଦଳ ଛାଡିବେ ମୁକୁଲ

କୋଲକାତା: ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦ ମୁକୁଲ ରୟ ରାଜ୍ୟସଭାରୁ ଇସ୍ତଫା ଦେବେ। ଦୁର୍ଗାପୂଜା ପରେ ସେ ରାଜ୍ୟସଭା ପଦରୁ ଇସ୍ତଫା ଦେବା ନେଇ ନିଜେ ପ୍ରକାଶ କରିଛନ୍ତି। ଏହାସହ ସେ ଟିଏମ୍‌ସି ଛାଡ଼ିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି। ଏପରି ଘୋଷଣା ପଛର କାରଣ ସେ ସ୍ପଷ୍ଟ କରିନାହାଁନ୍ତି। ଦୂର୍ଗାପୂଜା ପରେ ଏନେଇ ସେ ତଥ୍ୟ ରଖିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ମୁକୁଲଙ୍କ ଘୋଷଣା ପରେ ତାଙ୍କୁ ଦଳରୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର […]

ଅଦ୍ୟତନ ହୋଇଛି
ମମତାଙ୍କୁ ଝଟକା: ଦୁର୍ଗାପୂଜା ପରେ ରାଜ୍ୟସଭା ପଦରୁ ଇସ୍ତଫା ଦେଇ ଦଳ ଛାଡିବେ ମୁକୁଲ
Advertisment

କୋଲକାତା: ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦ ମୁକୁଲ ରୟ ରାଜ୍ୟସଭାରୁ ଇସ୍ତଫା ଦେବେ। ଦୁର୍ଗାପୂଜା ପରେ ସେ ରାଜ୍ୟସଭା ପଦରୁ ଇସ୍ତଫା ଦେବା ନେଇ ନିଜେ ପ୍ରକାଶ କରିଛନ୍ତି। ଏହାସହ ସେ ଟିଏମ୍‌ସି ଛାଡ଼ିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି। ଏପରି ଘୋଷଣା ପଛର କାରଣ ସେ ସ୍ପଷ୍ଟ କରିନାହାଁନ୍ତି। ଦୂର୍ଗାପୂଜା ପରେ ଏନେଇ ସେ ତଥ୍ୟ ରଖିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ମୁକୁଲଙ୍କ ଘୋଷଣା ପରେ ତାଙ୍କୁ ଦଳରୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରି ଦିଆଯାଇଛି।

Advertisment

ପୂର୍ବରୁ ମୁକୁଲ ଦଳର ୱର୍କିଂ କମିଟିରୁ ଇସ୍ତଫା ଦେଇ ସରିଛନ୍ତି । ୨୦୧୮ରେ ମୁକୁଲଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବାକୁ ଥିଲା।

ସାରଦା ଚିଟ୍‌ଫଣ୍ଡ ମାମଲାରେ ତାଙ୍କ ନାଁ ଯୋଡ଼ି ହୋଇଥିବାରୁ ଦଳର ସୁପ୍ରିମୋ ମମତା ବାନାର୍ଜିଙ୍କ ସହିତ ମୁକୁଲଙ୍କର ସେତେଟା ପଡ଼ୁନାହିଁ। ସେଥିପାଇଁ ମୁକୁଲ ଦଳ ଛାଡ଼ୁଛନ୍ତି ବୋଲି ଶୁଣିବାକୁ ମିଳୁଛି। ମୁକୁଲ ଟିଏମ୍‌ସିର ଜଣେ ଆଗଧାଡିର ନେତା ଥିଲେ ଓ ମମତାଙ୍କ ଖାସ୍‌ ଲୋକଙ୍କ ମଧ୍ୟରେ ଗଣା ଯାଉଥିଲେ। ତାଙ୍କର ଏପରି ଘୋଷଣା ମମତାଙ୍କ ପାଇଁ ଝଟକା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe