Advertisment

ମୁଲାୟମଙ୍କ ସ୍ତ୍ରୀ ହସ୍ପିଟାଲରେ ଭର୍ତ୍ତି

ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ସ୍ତ୍ରୀ ସାଧନା ଗୁପ୍ତା ଯାଦବ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବାରୁ ସାଧନାଙ୍କୁ ଲକ୍ଷ୍ନୌର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋମବାର ଅପରାହ୍ନରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର କରୋନା ପରୀକ୍ଷା ହୋଇଥିଲା ରିପୋର୍ଟ ନେଗେଟିଭ୍ ଆସିଥିବା ସୂଚନା ରହିଛି। ସାଧନା ଉଚ୍ଚ ରକ୍ତ ଚାପରେ ଆକ୍ରାନ୍ତ ଥିବାରୁ ଅସୁସ୍ଥ ହୋଇପଡ଼ିଥିବା କହିଛନ୍ତି ମେଦାନ୍ତ ହସ୍ପିଟାଲର ନିର୍ଦ୍ଦେଶକ ଡକ୍ଟର […]

ମୁଲାୟମଙ୍କ ସ୍ତ୍ରୀ ହସ୍ପିଟାଲରେ ଭର୍ତ୍ତି

mulayams-wife-admitted-to-lucknow-hospital

Advertisment

ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ସ୍ତ୍ରୀ ସାଧନା ଗୁପ୍ତା ଯାଦବ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବାରୁ ସାଧନାଙ୍କୁ ଲକ୍ଷ୍ନୌର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ସୋମବାର ଅପରାହ୍ନରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର କରୋନା ପରୀକ୍ଷା ହୋଇଥିଲା ରିପୋର୍ଟ ନେଗେଟିଭ୍ ଆସିଥିବା ସୂଚନା ରହିଛି। ସାଧନା ଉଚ୍ଚ ରକ୍ତ ଚାପରେ ଆକ୍ରାନ୍ତ ଥିବାରୁ ଅସୁସ୍ଥ ହୋଇପଡ଼ିଥିବା କହିଛନ୍ତି ମେଦାନ୍ତ ହସ୍ପିଟାଲର ନିର୍ଦ୍ଦେଶକ ଡକ୍ଟର ରାକେଶ କପୁର।

ସପ୍ତାହେ ପୂର୍ବରୁ ମଧ୍ୟ ସେ ଏହି ହସ୍ପିଟାଲକୁ ଆସିଥିଲେ। କିନ୍ତୁ ଚିକିତ୍ସା ପରେ ସାଧନାଙ୍କୁ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା ବୋଲି ଡକ୍ଟର ରାକେଶ କପୁର କହିଛନ୍ତି। ଏବେ ତାଙ୍କୁ ଦିନେ ଦୁଇ ଦିନ ପାଇଁ ହସ୍ପିଟାଲ ଅବଜରଭେସନରେ ରଖାଯିବ ବୋଲି ଡାକ୍ତର କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe