Advertisment

ସୁଶାନ୍ତ ମୃତ୍ୟୁ ମାମଲା: ଡିଲିଟ୍ ହୋଇଗଲା ଦିଶାଙ୍କ 'ଆତ୍ମହତ୍ୟା' ଫାଇଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୁଲିସର ବ୍ୟାପକ ଅବହେଳା ଦୃଷ୍ଟିଗୋଚର ହେବା ପରେ ବିହାର ପୁଲିସ ଏନେଇ ଖୋଳତାଡ଼ ଆରମ୍ଭ କରିଛି। ଏପରି କି, ମୁମ୍ବାଇ ପୁଲିସ ମାମଲାର ତଦନ୍ତ ପ୍ରକ୍ରିୟାରେ ଆଦୌ ସହଯୋଗ କରୁ ନ ଥିବା ମଧ୍ୟ ନିକଟରେ ଅଭିଯୋଗ ହୋଇଥିଲା। ଏହାରି ଭିତରେ ଆଉ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି, ଯାହା ମୁମ୍ବାଇ ପୁଲିସର ଚରମ ଅବହେଳାକୁ ପଦାରେ ପକାଇଛି। ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ […]

ସୁଶାନ୍ତ ମୃତ୍ୟୁ ମାମଲା: ଡିଲିଟ୍ ହୋଇଗଲା ଦିଶାଙ୍କ 'ଆତ୍ମହତ୍ୟା' ଫାଇଲ୍

sushant

Advertisment

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୁଲିସର ବ୍ୟାପକ ଅବହେଳା ଦୃଷ୍ଟିଗୋଚର ହେବା ପରେ ବିହାର ପୁଲିସ ଏନେଇ ଖୋଳତାଡ଼ ଆରମ୍ଭ କରିଛି। ଏପରି କି, ମୁମ୍ବାଇ ପୁଲିସ ମାମଲାର ତଦନ୍ତ ପ୍ରକ୍ରିୟାରେ ଆଦୌ ସହଯୋଗ କରୁ ନ ଥିବା ମଧ୍ୟ ନିକଟରେ ଅଭିଯୋଗ ହୋଇଥିଲା। ଏହାରି ଭିତରେ ଆଉ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି, ଯାହା ମୁମ୍ବାଇ ପୁଲିସର ଚରମ ଅବହେଳାକୁ ପଦାରେ ପକାଇଛି।

Advertisment

ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଖୋଲିବାର ଦାୟିତ୍ୱ ବିହାର ପୁଲିସ ମୁଣ୍ଡାଇଥିବା ବେଳେ ମୁମ୍ବାଇ ପୁଲିସ ତଦନ୍ତ ପ୍ରକ୍ରିୟାରେ ଆଦୌ ସହଯୋଗ କରୁନାହିଁ। ତେବେ ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମୁମ୍ବାଇ ପୁଲିସ ଅଜାଣତରେ ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାର ଫାଇଲ ଥିବା ଫୋଲଡରକୁ ଡିଲିଟ୍ କରିଦେଇଛି।

ଏପରି କି, ବିହାର ପୁଲିସକୁ ଦିଶାଙ୍କ କମ୍ପ୍ୟୁଟର, ଲାପଟପ୍ ମଧ୍ୟ ଦିଆଯାଉ ନାହିଁ। ତେବେ କମ୍ୟୁଟର କିମ୍ବା ଲାପଟପ୍ ଯୋଗାଇ ଦିଆଗଲେ ଡିଲିଟ୍ ଫୋଲଡର୍ ପୁଣିଥର ରିକୋଭରି କରି ବାହାର କରିବେ ବୋଲି ବିହାର ପୁଲିସ ଅନୁରୋଧ ମଧ୍ୟ କରିଛି। ଅନ୍ୟପଟେ ମାମଲାର ତଦନ୍ତ ପ୍ରକ୍ରିୟା ନେଇ ବିହାର ପୁଲିସକୁ ଦେଇଥିବା ପ୍ରତିକ୍ରିୟା ମୁମ୍ବାଇ ପୁଲିସର କାର୍ଯ୍ୟଧାରା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Advertisment

ସୂଚନା ମୁତାବକ, ବିହାର ପୁଲିସର ଏକ ଟିମ୍ ଶନିବାର ସନ୍ଧ୍ୟା ମାଲବଣୀ ପୁଲିସ ଥାନାରେ ସୁଶାନ୍ତଙ୍କ ପୂର୍ବତନ ସେକ୍ରେଟାରୀ ଦିଶା ସାଲିଆନଙ୍କ ଆତ୍ମହତ୍ୟା ମାମଲା ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନେବାକୁ ସେଠାରେ ପହଞ୍ଚିଥିଲା। ମୁମ୍ବାଇ ପୁଲିସର ତଦନ୍ତକାରୀ ଅଫିସର ପ୍ରଥମେ ପ୍ରଥମେ ଦିଶାଙ୍କ ଆତ୍ମହତ୍ୟା ସହ ଜଡ଼ିତ ସମସ୍ତ ତଥ୍ୟ ବିହାର ପୁଲିସକୁ ଦେଇଥିଲେ। ହେଲେ ଏହାପରେ ଏକ ଫୋନ୍ କଲ୍ ଆସିଲା ଏବଂ ତଦନ୍ତକାରୀ ଅଫିସର ଆଉ ସହଯୋଗ କଲେନାହିଁ। ମୁମ୍ବାଇ ପୁଲିସ ତରଫରୁ କୁହାଗଲା କି, ଦିଶାଙ୍କ ଆତ୍ମହତ୍ୟା ମାମଲା ଫାଇଲ୍ ଅଜାଣତରେ ଡିଲିଟ୍ ହୋଇଯାଇଛି। ଏହାପରେ ବିହାର ପୁଲିସକୁ ଦିଶାଙ୍କ ମାମଲା ଫୋଲଡର୍ ଥିବା ସେହି କମ୍ୟୁଟର/ ଲାପଟପ୍ ମଧ୍ୟ ଦିଆଗଲା ନାହିଁ।

Sushant Singh Rajput Disha Salian Mumbai Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe