Advertisment

ମୁମ୍ବାଇ ଓଭରବ୍ରିଜ ଟ୍ରାଜେଡି: ବିଏମସି ଓ ରେଲୱେ ବିରୋଧରେ ମାମଲା ରୁଜୁ, ୨ ଅଡ଼ିଟ୍ ଅଧିକାରୀ ନିଲମ୍ବିତ

ମୁମ୍ବାଇ: ମୁମ୍ବାଇରେ ଏକ ଫୁଟ ଓଭରବ୍ରିଜ ଭୁଶୁଡିବା ଘଟଣାରେ ବ୍ରିଜର ଅଡିଟ୍ କରି ନିକଟରେ ରିପୋର୍ଟ ଦେଇଥିବା ୨ ଇଞ୍ଜିନିୟରଙ୍କୁ ନିଲମ୍ବନ କରିଛି ବିଏମସି ମୁମ୍ବାଇ।ଏଥିସହ ବ୍ରିଜ ଅସୁରକ୍ଷିତ ଅବସ୍ଥାରେ ଥିବା ବେଳେ ଉଭୟ ବିଏମସି ଏବଂ ରେଳ ଅଧିକାରୀ ଆବଶ୍ୟକ ମରାମତି କରିବାରେ ଅବହେଳା କରିଥିବା ଦର୍ଶାଇ ମୁମ୍ବାଇ ପୋଲିସ ମାମଲା ରୁଜୁ କରିଛି। ଭାରତୀୟ ପିଙ୍ଗଳ କୋର୍ଟ ଧାରା ୩୦୪(ଏ) ଅନୁଯାୟୀ ମାମଲା ରୁଜୁ ହୋଇଛି। ଆଗକୁ ତଦନ୍ତରେ ଅଧିକ କିଛି ପ୍ରମାଣ ମିଳେ ତାହେଲେ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ମୁମ୍ବାଇ ଓଭରବ୍ରିଜ ଟ୍ରାଜେଡି: ବିଏମସି ଓ ରେଲୱେ ବିରୋଧରେ ମାମଲା ରୁଜୁ, ୨ ଅଡ଼ିଟ୍ ଅଧିକାରୀ ନିଲମ୍ବିତ

MUMBAI BRIDGE

ମୁମ୍ବାଇ: ମୁମ୍ବାଇରେ ଏକ ଫୁଟ ଓଭରବ୍ରିଜ ଭୁଶୁଡିବା ଘଟଣାରେ ବ୍ରିଜର ଅଡିଟ୍ କରି ନିକଟରେ ରିପୋର୍ଟ ଦେଇଥିବା ୨ ଇଞ୍ଜିନିୟରଙ୍କୁ ନିଲମ୍ବନ କରିଛି ବିଏମସି ମୁମ୍ବାଇ।ଏଥିସହ ବ୍ରିଜ ଅସୁରକ୍ଷିତ ଅବସ୍ଥାରେ ଥିବା ବେଳେ ଉଭୟ ବିଏମସି ଏବଂ ରେଳ ଅଧିକାରୀ ଆବଶ୍ୟକ ମରାମତି କରିବାରେ ଅବହେଳା କରିଥିବା ଦର୍ଶାଇ ମୁମ୍ବାଇ ପୋଲିସ ମାମଲା ରୁଜୁ କରିଛି।

Advertisment

ଭାରତୀୟ ପିଙ୍ଗଳ କୋର୍ଟ ଧାରା ୩୦୪(ଏ) ଅନୁଯାୟୀ ମାମଲା ରୁଜୁ ହୋଇଛି। ଆଗକୁ ତଦନ୍ତରେ ଅଧିକ କିଛି ପ୍ରମାଣ ମିଳେ ତାହେଲେ ଆବଶ୍ୟକ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଏଣ୍ଟ ପୋଲିସ କମିଶନର ଦେବେନ ଭାରତୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଗୁରୁବାର ସନ୍ଧ୍ୟାରେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ୍ ଟର୍ମିନସ୍‌ (ସିଏସଟି) ରେଲୱେ ଷ୍ଟେସନ୍ ନିକଟରେ ଥିବା ଫୁଟ୍ ଓଭରବ୍ରିଜ୍‌ ଭୁଶୁଡ଼ି ପଡ଼ିଥିଲା। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ବି ହସ୍ପିଟାଲ ଓ୍ଵାର୍ଡରେ ପ୍ରାୟ ୧୦ ଜଣ ଚିକିତ୍ସିତ ହେଉଛନ୍ତି। ଜଣେ ଆଇସିୟୁରେ ଥିବାବେଳେ ଅନ୍ୟ ସମସ୍ତେ ବିପଦମୁକ୍ତ ଥିବା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ସକାଳେ ଆହତଙ୍କୁ ଭେଟିବା ପରେ କହିଛନ୍ତି।

Advertisment

ବ୍ରିଜ୍‌ଟି ୧୯୮୮ ମସିହାରେ ନିର୍ମାଣ କରାଯାଇଥିଲା। ଦୈନିକ ଏହା ଉପରେ ୧.୫ରୁ ୨ ଲକ୍ଷ ଲୋକ ଯିବାଆସିବା କରୁଥିବା ଜଣାପଡ଼ିଛି। ନିକଟରେ ବ୍ରିଜ୍‌ର ସ୍ଥାୟିତ୍ୱ ନେଇ ଏକ ଅଡିଟ୍ ରିପୋର୍ଟ ପ୍ରସ୍ତୁତ ହୋଇଥିଲା। ଏଥିରେ ବ୍ରିଜ୍‌ଟି ଠିକ୍ ଥିବା ଦର୍ଶାଯାଇଥିଲା। ହେଲେ ବ୍ରିଜ ଭୁଶୁଡିପଡ଼ିଥିବାରୁ ସେହି ଅଡିଟ୍‌ ରିପୋର୍ଟ ଉପରେ ସନ୍ଦେହ ପ୍ରକାଶ ପାଇଛି।

ଅପରପକ୍ଷରେ ପୋଲ ଦୁର୍ବଳ ଥିବାରୁ ଏହାର ମରାମତି କାର୍ଯ୍ୟ ଚାଲିଥିଲା ତେଣୁ ସମ୍ପୂର୍ଣ୍ଣ ମରାମତି ନ ସରିବା ଯାଏ ଯାତ୍ରୀଙ୍କ ଯିବାଆସିବାରେ କାହିଁକି କଟକଣା ଲଗାଯାଇନଥିଲା ବୋଲି ମହାରାଷ୍ଟ୍ରର ବରିଷ୍ଠ ମନ୍ତ୍ରୀ ବିନୋଦ ତାଵଡ଼େ ପ୍ରଶ୍ନ କରିଛନ୍ତି।