ମୁମ୍ବାଇ: ନୂଆବର୍ଷ ଅବସରରେ ମୁମ୍ୱାଇର ଶିରିଡ଼ି ସାଇ ମନ୍ଦିରକୁ ରେକର୍ଡ ପରିମାଣର ଦାନ କରିଛନ୍ତି ଶ୍ରଦ୍ଧାଳୁ। ନୂଆବର୍ଷ ଅବସରରେ ଗତ ସପ୍ତାହରେ ମନ୍ଦିରକୁ ପ୍ରାୟ ୧୨ କୋଟି ଟଙ୍କା ଦାନ ଆକାରରେ ମିଳିଛି। ଗତ ୧୦ ଦିନ ଭିତରେ ଏହି ଦାନର ପରିମାଣ ସବୁ ବର୍ଷର ପୁରୁଣା ରେକର୍ଡକୁ ପଛରେ ପକାଇ ଦେଇଛି। ସେହିଭଳି ଶ୍ରଦ୍ଧାଳୁମାନେ ଏହି ସମୟ ମଧ୍ୟରେ ଏକ କେଜି ୨୩୧ ଗ୍ରାମ ସୁନା ଦାନ କରିଛନ୍ତି। ଏହାଛଡ଼ା ୨୧ କିଲୋଗ୍ରାମ ରୁପା ସମେତ ଆହୁରି ଅନେକ ମୂଲ୍ୟବାନ ସାମଗ୍ରୀ ମନ୍ଦିରକୁ ଦାନ ସୂତ୍ରରେ ମିଳିଛି। ସିରିଡ଼ି ସାଇ ମନ୍ଦିରକୁ ବିଭିନ୍ନ ଦେଶରରୁ ଭକ୍ତମାନେ ଦାନ ଦେଇଥିବା ବେଳେ ଏଥିରେ ୨୧ଟି ଦେଶର ମୁଦ୍ରା ରହିଥିବା ଜଣାପଡ଼ିଛି।