Advertisment

ପାଣି ମାଗିଲେ, ମିଳିଲା ଭରପୁର ଖାଦ୍ୟ

ନୂଆଦିଲ୍ଲୀ: ବିଭିନ୍ନତା ମଧ୍ୟରେ ଏକତା ହେଉଛି ଆମ ଦେଶର ପରିଚୟ। ଏଠାରେ ବାସ କରୁଥିବା ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ରହିଛି ସମନ୍ୱୟ ଓ ଭାତୃଭାବ। ସାଂସ୍କୃତିକ ଏବଂ ଧାର୍ମିକ ମତଭେଦ ଭୁଲି ପରସ୍ପରକୁ ସମ୍ମାନ ଦେବା ଆମ ଦେଶର ପରିଭାଷା ଅଟେ। ଏଠାରେ ଅତିଥିଙ୍କୁ  ‘ଦେବୋ ଭବଃ’ ଅର୍ଥାତ ଦେବତାତୁଲ୍ୟ ବିବେଚନା କରାଯାଏ। ଭାରତର ଏପରି  ମହାନସଂସ୍କୃତିର ଏକ ଉଦାହାରଣ ଶେଆର କରିଛନ୍ତି ଜଣେ ମୁସଲିମ୍‌ ବ୍ୟକ୍ତି । ରମଜାନ ମାସରେ ବିମାନ ଯାତ୍ରା ବେଳେ […]

ଅଦ୍ୟତନ ହୋଇଛି
ପାଣି ମାଗିଲେ, ମିଳିଲା ଭରପୁର ଖାଦ୍ୟ

11

Advertisment

ନୂଆଦିଲ୍ଲୀ: ବିଭିନ୍ନତା ମଧ୍ୟରେ ଏକତା ହେଉଛି ଆମ ଦେଶର ପରିଚୟ। ଏଠାରେ ବାସ କରୁଥିବା ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ରହିଛି ସମନ୍ୱୟ ଓ ଭାତୃଭାବ। ସାଂସ୍କୃତିକ ଏବଂ ଧାର୍ମିକ ମତଭେଦ ଭୁଲି ପରସ୍ପରକୁ ସମ୍ମାନ ଦେବା ଆମ ଦେଶର ପରିଭାଷା ଅଟେ। ଏଠାରେ ଅତିଥିଙ୍କୁ  ‘ଦେବୋ ଭବଃ’ ଅର୍ଥାତ ଦେବତାତୁଲ୍ୟ ବିବେଚନା କରାଯାଏ। ଭାରତର ଏପରି  ମହାନସଂସ୍କୃତିର ଏକ ଉଦାହାରଣ ଶେଆର କରିଛନ୍ତି ଜଣେ ମୁସଲିମ୍‌ ବ୍ୟକ୍ତି ।

Advertisment

ରମଜାନ ମାସରେ ବିମାନ ଯାତ୍ରା ବେଳେ ଉପାସ ଭାଙ୍ଗିବାକୁ ପାଣି ମାଗିଥିବା ବେଳେ ପାଇଥିଲେ ଭରପୁର ଖାଦ୍ୟ ପ୍ଲେଟ୍‌। ଭାରତୀୟଙ୍କ ଏପରି ଅତିଥି ସତ୍କାରରେ ସେ ବିଭୋର ହୋଇ ଯାଇଥିଲେ। ଆମ ଦେଶ କିପରି ଅନ୍ୟ ଦେଶମାନଙ୍କ ତୁଳନାରେ ଭିନ୍ନ ସେ ସମ୍ପର୍କରେ ସେ ଉଲ୍ଲେଖ କରିଛନ୍ତି ।

ରିଫାତ୍‌ ଜାବେଦ୍‌ ନାମକ ମୁସ୍‌ଲିମ୍‌ ସମ୍ପ୍ରଦାୟର ବ୍ୟକ୍ତି ଗୋରଖ୍‌ପୁରରୁ ଦିଲ୍ଲୀକୁ ବିମାନ ଯାତ୍ରା କରୁଥିଲେ। ଏବେ ମୁସଲମାନଙ୍କ ପବିତ୍ର ରମଜାନ ମାସ ଚାଲୁଥିବାରୁ  ସେ ମଧ୍ୟ ଉପାସ ରଖିଥିଲେ। ଏହି ଉପାସ ଭାଙ୍ଗିବାକୁ ସେ ଏୟାର୍‌ ହୋଷ୍ଟେସ୍‌ଙ୍କ ନିକଟକୁ ଯାଇ ପ୍ରଥମେ ଏକ ବଟଲ ପାଣି ମାଗି ଆଣିଥିଲେ। ଏହାର  କିଛି ସମୟ ପରେ ପୁଣି ଥରେ ଆଉ ଏକ ପାଣି ବଟଲ ମାଗିଥିଲେ।

Advertisment

ଏୟାର୍‌ ହୋଷ୍ଟେସ୍‌ ଜଣଙ୍କ ରିଫାତ୍‌ଙ୍କୁ ନିଜ ସିଟ୍‌ରେ ବସିବାକୁ କହିଥିଲେ। ଏହାପରେ ସେ ଯାହା ଦେଖିଲେ ସେ ବିଶ୍ୱାସ କରି ପାରିଲେ ନାହିଁ। ଏୟାର୍‌ ହୋଷ୍ଟେସ୍‌ ଜଣଙ୍କ ଏକ ପ୍ଲେଟ୍‌ରେ ଗୋଟେ ବଟଲ୍‌ ପାଣି ସହ ଦୁଇଟି ବ୍ରେଡ୍‌ ଆଣି ରିଫାତଙ୍କୁ ଦେଇଥିଲେ। ଆବଶ୍ୟକ ପଡ଼ିଲେ ଅଧିକ ଖାଦ୍ୟ ମାଗିବାକୁ ସଙ୍କୋଚ ନ କରିବାକୁ ମଧ୍ୟ କହିଥିଲେ। ମାତ୍ର ଏହା ମୋ ପାଇଁ ପର୍ଯ୍ୟାପ୍ତ, ଅଧିକ ଆବଶ୍ୟକତା ନାହିଁ ବୋଲି  ଉତ୍ତର ଦେଇଥିଲେ ରିଫାତ୍‌।

ରିଫାତ୍‌ ଜାବେଦ୍‌ ଏହା ଲେଖିବା ସହ ପାଣି ବଟଲ୍‌ ଏବଂ ଦୁଇଟି ବ୍ରେଡ୍‌ର ଫଟୋ ନିଜ ଟ୍ୱିଟର ଆକାଉଣ୍ଟରେ ଶେଆର୍‌ କରିଛନ୍ତି। ଏହାସହ ଉକ୍ତ ଏୟାର୍‌ ହୋଷ୍ଟେସ୍‌ଙ୍କ ବ୍ୟବହାର ବେଶ୍‌ ସନ୍ତୋଷଜନକ ଥିଲା ବୋଲି ମଧ୍ୟ ସେ ନିଜ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe