Advertisment

ଅନନ୍ୟ: ସ୍ୱାମୀଙ୍କୁ 'ତିନ୍ ତଲାକ୍' ଦେଲେ ମହିଳା

ଅହମଦାବାଦ: ବୈବାହିକ ଜୀବନରେ ଅସନ୍ତୁଷ୍ଟ ଥିବା ଜଣେ ମୁସଲମାନ ମହିଳା ନିଜ ସ୍ୱାମୀଙ୍କୁ ‘ତିନ୍ ତଲାକ୍’ ଦେବା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ଏନେଇ ରବିବାର ଭେଜଲପୁର ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ମଧ୍ୟ ହୋଇଛି। 32 ବର୍ଷୀୟା ମମତାଜ୍ ସୈଖ୍ ନିଜ ସ୍ୱାମୀ ଓ ପିଲାଙ୍କ ସହ ଜୁହାପୁରରେ ରୁହନ୍ତି। ସେ ନିଜ ବୈବାହିକ ଜୀବନରେ ଖୁସି ନ ଥିଲେ। ଏଣୁ ସେ ନିଜ୍ ସ୍ବାମୀଙ୍କୁ ‘ତିନ୍ ତଲାକ୍’ ଦେଇ 3 ସନ୍ତାନଙ୍କୁ ନେଇ […]

ଅଦ୍ୟତନ ହୋଇଛି
ଅନନ୍ୟ: ସ୍ୱାମୀଙ୍କୁ 'ତିନ୍ ତଲାକ୍' ଦେଲେ ମହିଳା

talaq

Advertisment

ଅହମଦାବାଦ: ବୈବାହିକ ଜୀବନରେ ଅସନ୍ତୁଷ୍ଟ ଥିବା ଜଣେ ମୁସଲମାନ ମହିଳା ନିଜ ସ୍ୱାମୀଙ୍କୁ 'ତିନ୍ ତଲାକ୍' ଦେବା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ଏନେଇ ରବିବାର ଭେଜଲପୁର ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ମଧ୍ୟ ହୋଇଛି।

Advertisment

32 ବର୍ଷୀୟା ମମତାଜ୍ ସୈଖ୍ ନିଜ ସ୍ୱାମୀ ଓ ପିଲାଙ୍କ ସହ ଜୁହାପୁରରେ ରୁହନ୍ତି। ସେ ନିଜ ବୈବାହିକ ଜୀବନରେ ଖୁସି ନ ଥିଲେ। ଏଣୁ ସେ ନିଜ୍ ସ୍ବାମୀଙ୍କୁ 'ତିନ୍ ତଲାକ୍' ଦେଇ 3 ସନ୍ତାନଙ୍କୁ ନେଇ ବାପା ଘରକୁ ଚାଲିଯାଇଥିଲେ। ଏହାପରେ ମୁମତାଜଙ୍କ ବାପା ଥାନାରେ ଏକ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ମୁମତାଜ୍ ତାଙ୍କ ସ୍ୱାମୀ ଶେରଖାନ୍ ପଠାନଙ୍କ ଅସଦାଚରଣରେ ଅତିଷ୍ଟ ହୋଇପଡ଼ିଛନ୍ତି।

ତେବେ ଶନିବାର୍ 'ଇଦ୍' ଅବସରରେ ପଠାନ୍ ସ୍ତ୍ରୀ ଓ ପିଲାମାନଙ୍କୁ ଭେଟିବାକୁ ତାଙ୍କ ଶ୍ୱଶୁର ଘରକୁ ଯାଇଥିଲେ। ହେଲେ ସେଠାରେ ତାଙ୍କ ଶ୍ୱଶୁର ତାଙ୍କୁ ଆକ୍ରମଣ କରିଥିବା ପଠାନ୍ ଅଭିଯୋଗ କରିଛନ୍ତି। ଯେହେତୁ 'ତିନ୍ ତଲାକ୍' ସରିଛି, ଏଣୁ ତାଙ୍କୁ ଶ୍ୱଶୁର ଘରକୁ ଆସିବା ଉଚିତ୍ ହେଲା ନାହିଁ ବୋଲି ମଧ୍ୟ କୁହାଗଲା ବୋଲି ପଠାନ୍ କହିଛନ୍ତି। ଏହାପରେ ଉଭୟ ପଠାନ୍ ଏବଂ ତାଙ୍କ ଶ୍ୱଶୁର ଥାନାରେ ଦୁଇଟି ପୃଥକ୍ ଅଭିଯୋଗ କରିଛନ୍ତି।

Advertisment

ସୂଚନାଯୋଗ୍ୟ, ପ୍ରାୟ 1 ସପ୍ତାହ ପୂର୍ବରୁ ପଠାନଙ୍କ ସହ ମମତାଜ ସମସ୍ତ ସମ୍ପର୍କ ଛିନ୍ନ କରି ଘରୋଇ ହିଂସାର ଶିକାର ହୋଇଥିବା ନେଇ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ଛୋଟ ଛୋଟ କଥାରେ ପଠାନ୍ ତାଙ୍କୁ ମାଡ଼ ମାରୁଥିବା ନେଇ ମମତାଜ୍ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି।

ତେବେ ଦେଶର ଆଇନ୍ ବା ଇସଲାମ୍ ସଂହିତା ଅନୁଯାୟୀ ଏହି ତଲାକ୍ ଆଇନଗତ ନୁହେଁ। ହେଲେ ମମତାଜ୍ ଏବଂ ତାଙ୍କ ପରିବାର ଲୋକେ ଏହାକୁ ଛାଡ଼ପତ୍ର ବା ତଲାକ୍ ବୋଲି ଧରିନେଇଛନ୍ତି ବୋଲି ଭେଜଲପୁର ଥାନା ପୁଲିସ ଇନସ୍ପେକ୍ଟର ଏଲ.ଡି. ଓଡେଡାରା କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe