/odisha-reporter/media/post_attachments/uploads/2015/06/geelani.jpeg)
geelani
ଶ୍ରୀନଗର: ହୁରିୟାତ୍ ନେତା ସୟିଦ୍ ଅଲ୍ଲୀ ଶାହା ଗିଲାନୀକୁ ପୋଲିସ୍ ନଜର ବନ୍ଦୀରେ ରଖିଛି। ଗତ ରବିବାରରେ ଗିଲାନୀ ବିବାଦୀୟ ସେମିନାର ଆୟୋଜନ କରିବା ପାଇଁ ପ୍ରସ୍ତୁତ ଚଳାଇଥିଲେ। ତେବେ ଏହି ସେମିନାର ଆୟୋଜନ ପାଇଁ କୌଣସି ସ୍ଥାନ ଚିହ୍ନଟ ହୋଇନଥିଲା। ସୂଚନାନୁଯାୟୀ, ଏହି ସେମିନାରରେ ଶିଖ୍ ବିଚ୍ଛିନ୍ନତାବାଦୀ ଓ ଇସାଇ ସଙ୍ଗଠନ ନେତା ମଧ୍ୟ ସାମିଲ ହେବାର ଥିଲା। ଗିଲାନୀ କହିଛନ୍ତି ଯେ, ସଂଖ୍ୟା ଲଘୁମାନେ ଭାରତର କୌଣସି ସ୍ଥାନରେ ସୁରକ୍ଷିତ ନୁହନ୍ତି। ଶିଖ୍ ମାନେ ମଧ୍ୟ ଆମ ପରି ସଂଖ୍ୟାଲଘୁ । ନିଜ ଅଧିକାର ପାଇଁ ସେମାନେ ଲଢେଇ ଜାରି ରଖିଛନ୍ତି। ଜାମ୍ମୁରେ କିଛିଦିନ ତଳେ ପୋଲିସ ଗୁଳି କରି ଜଣେ ଶିଖ୍ ଯୁବକଙ୍କୁ ହତ୍ୟା କରିଛି । ଯାହା ଏଠାରେ ସଂଖ୍ୟାଲଘୁ ମାନେ ସୁରକ୍ଷିତ ନଥିବାକୁ ପ୍ରମାଣିତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
