Advertisment

ନିର୍ବାଚନୀ ରାଲିରେ ପ୍ରତିପକ୍ଷଙ୍କ ଉପରେ ଖୁବ୍ ବର୍ଷିଲେ ମୋଦି

ଛପରା: ବିହାର ବିଧାନସଭା ନିର୍ବାଚନର ୨ୟ ପର୍ଯ୍ୟାୟ ପୂର୍ବରୁ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛପରାରେ ନିର୍ବାଚନୀ ରାଲି କରିଛନ୍ତି। ଏହି ଅବସରରେ ମହାମେଣ୍ଟ ଉପରେ ଖୁବ୍ ବର୍ଷିଛନ୍ତି ମୋଦି। ଏହାସହ ଜଣେ ବୟସ୍କା ମହିଳାଙ୍କ ଭାଇରାଲ ଭିଡିଓ ବିଷୟରେ ମଧ୍ୟ ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଭାଇରାଲ ଭିଡିଓ ବାବଦରେ କହିଛନ୍ତି, ମହିଳା ଜଣକ ଏଭଳି ବ୍ୟକ୍ତି, ଯିଏ ହୁଏତ ଟିଭି ବା ଖବରକାଗଜ ଦେଖୁ ନ ଥିବେ। ତାଙ୍କୁ ଯେତେବେଳେ ମୋଦିଙ୍କୁ ଭୋଟ କାହିଁକି […]

ନିର୍ବାଚନୀ ରାଲିରେ ପ୍ରତିପକ୍ଷଙ୍କ ଉପରେ ଖୁବ୍ ବର୍ଷିଲେ ମୋଦି

modi

Advertisment

ଛପରା: ବିହାର ବିଧାନସଭା ନିର୍ବାଚନର ୨ୟ ପର୍ଯ୍ୟାୟ ପୂର୍ବରୁ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛପରାରେ ନିର୍ବାଚନୀ ରାଲି କରିଛନ୍ତି। ଏହି ଅବସରରେ ମହାମେଣ୍ଟ ଉପରେ ଖୁବ୍ ବର୍ଷିଛନ୍ତି ମୋଦି। ଏହାସହ ଜଣେ ବୟସ୍କା ମହିଳାଙ୍କ ଭାଇରାଲ ଭିଡିଓ ବିଷୟରେ ମଧ୍ୟ ସେ କହିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ମୋଦି ଭାଇରାଲ ଭିଡିଓ ବାବଦରେ କହିଛନ୍ତି, ମହିଳା ଜଣକ ଏଭଳି ବ୍ୟକ୍ତି, ଯିଏ ହୁଏତ ଟିଭି ବା ଖବରକାଗଜ ଦେଖୁ ନ ଥିବେ। ତାଙ୍କୁ ଯେତେବେଳେ ମୋଦିଙ୍କୁ ଭୋଟ କାହିଁକି ଦେବା ଉଚିତ୍ ବୋଲି ପ୍ରଶ୍ନ କରାଯାଇଥିଲା, ସେ ମଧ୍ୟ ଏହାର କାରଣ କହିଥିଲେ। ଭାଇରାଲ ଭିଡିଓରେ ମହିଳା ଜଣକ କହୁଥିଲେ, "ଆମକୁ ବିଜୁଳି, ପାଣି, ରାସନ ଦେଇଛନ୍ତି ତ ମୋଦିଙ୍କୁ ଆମେ କାହିଁକି ଭୋଟ୍ ଦେହୁନାହିଁ।"

ମୋଦି ପୁଣି କହିଛନ୍ତି, ପ୍ରଥମ ଚରଣ ଭୋଟ ଗ୍ରହଣରୁ ସ୍ପଷ୍ଟ ଜଣାପଡ଼ିଛି ଯେ, ନୀତିଶ କୁମାରଙ୍କ ନେତୃତ୍ୱରେ ଏନଡିଏ ପୁଣି ସରକାର ଗଢ଼ିବାକୁ ଯାଉଛି। ବିଜେପି ଏବଂ ଏନଡିଏ ପାଇଁ ଥିବା ଜନତାଙ୍କ ପ୍ରେମ କେତେଜଣ ଲୋକଙ୍କୁ ଭଲଲାଗୁନି। ସେମାନଙ୍କ ରାତିର ନିଦ ହଜିଯାଇଛି। ସେମାନଙ୍କ ହତାଶା-ନିରାଶା, କ୍ରୋଧ ଏବେ ବିହାରର ଜନତାଙ୍କୁ ଦେଖାଯାଉଛି। ସେମାନହଙ୍କ ମୁହଁରୁ ହସ ଉଭେଇଯାଇଛି।

Advertisment

ନରେନ୍ଦ୍ର ମୋଦି କହିଛନ୍ତି ଯେ, ଆଜି ବିହାର ସାମ୍ନାରେ ଡବଲ ଇଞ୍ଜିନ ସରକାର ଅଛି ତ ଅନ୍ୟପଟେ ଡବଲ-ଡବଲ ଯୁବରାଜ ମଧ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଜଙ୍ଗଲରାଜର ମଧ୍ୟ ଯୁବରାଜ ଅଟନ୍ତି। ଡବଲ ଇଞ୍ଜିନ ସରକାର ବିହାରର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ଆଉ ଏ ଡବଲ-ଡବଲ ଯୁବରାଜ ନିଜ ନିଜର ସିଂହାସନ ବଞ୍ଚେଇବାକୁ ସଂଗ୍ରାମ କରୁଛନ୍ତି ବୋଲି କହି ପ୍ରତିପକ୍ଷଙ୍କୁ ଟାର୍ଗେଟ୍ କରିଛନ୍ତି ମୋଦି।

Bihar Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe